ଓଡିଶା

odisha

ETV Bharat / sports

ଟିମ ପାଇଁ ଅଧିନାୟକତ୍ବ ଛାଡିବାକୁ ପ୍ରସ୍ତୁତ: ୱିଲିୟମସନ

ଅଷ୍ଟ୍ରେଲିଆ ବିପକ୍ଷ ପରାଜୟ ପରେ କିୱି ଟିମର ଅଧିନାୟକତ୍ବ ପରିବର୍ତ୍ତନ ନେଇ ବିଭିନ୍ନ ଖବର ଶୁଣିବାକୁ ମିଳିଛି । କେବଳ ସେତିକି ନୁହେଁ ଖେଳର ବିଭିନ୍ନ ଫର୍ମାଟରେ ଅଲଗା ଅଲଗା ଅଧିନାୟକ ରଖିବାକୁ ମଧ୍ୟ ଚର୍ଚ୍ଚା ହେଉଥିବା ସୂଚନା ରହିଛି ।  ଅଧିକ ପଢ଼ନ୍ତୁ...

By

Published : Jan 23, 2020, 9:34 PM IST

Kane Williamson, cricket new zealand,  india vs new zealand, indian cricket team,  Ready to step aside as captain, କ୍ୟାପ୍ଟେନ୍ସି ଛାଡିବାକୁ ପ୍ରସ୍ତୁତ, କେନ ୱିଲିୟମସନ
ଟିମର ପାଇଁ କ୍ୟାପ୍ଟେନ୍ସି ଛାଡିବାକୁ ପ୍ରସ୍ତୁତ ଅଛି: କେନ ୱିଲିୟମସନ

ଅକଲାଣ୍ଡ: ଭାରତ ବିପକ୍ଷ ଟି-20 ସିରିଜ ପୂର୍ବରୁ ବଡ ବୟାନ ଦେଇଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ । କେନ କହିଛନ୍ତି, ଯଦି ସେ ଅଧିନାୟକ ପଦ ଛାଡ଼ିଲେ ତାଙ୍କ ଦଳ ଭଲ ପ୍ରଦର୍ଶନ କରିବ ତେବେ ସେ ତାହା କରିବାକୁ ପ୍ରସ୍ତୁତ । ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ହାରିବା ପରେ କେନ ଏପରି ମତ ଦେଇଛନ୍ତି ।

ଟିମର ପାଇଁ କ୍ୟାପ୍ଟେନ୍ସି ଛାଡିବାକୁ ପ୍ରସ୍ତୁତ ଅଛି: କେନ ୱିଲିୟମସନ

ଅଷ୍ଟ୍ରେଲିଆ ବିପକ୍ଷ ପରାଜୟ ପରେ କିୱି ଟିମର ଅଧିନାୟକତ୍ବ ପରିବର୍ତ୍ତନ ନେଇ ବିଭିନ୍ନ ଖବର ଶୁଣିବାକୁ ମିଳିଛି । କେବଳ ସେତିକି ନୁହେଁ ଖେଳର ବିଭିନ୍ନ ଫର୍ମାଟରେ ଅଲଗା ଅଲଗା ଅଧିନାୟକ ରଖିବାକୁ ମଧ୍ୟ ଚର୍ଚ୍ଚା ହେଉଥିବା ସୂଚନା ରହିଛି ।

ଟିମର ପାଇଁ କ୍ୟାପ୍ଟେନ୍ସି ଛାଡିବାକୁ ପ୍ରସ୍ତୁତ ଅଛି: କେନ ୱିଲିୟମସନ

ତେବେ ଏନେଇ କେନ କହିଛନ୍ତି, ‘ମୁଁ ସବୁବେଳେ ମୋ ଟିମକୁ ଅଗ୍ରାଧିକାର ଦେଇ ଆସିଛି । ଯାହା ମୋ ଟିମ ପାଇଁ ସର୍ବୋତ୍ତମ, ମୁଁ ତାହା କରିବାକୁ ପସନ୍ଦ କରେ । ତେବେ ଯଦି ଚର୍ଚ୍ଚା ସତ ଓ ସମସ୍ତେ ଭାବୁଛନ୍ତି ଏହି ନିଷ୍ପତ୍ତି ଟିମ ପାଇଁ ଉଚିତ ହେବ ତେବେ ଯାହା ଟିମ ପାଇଁ ଭଲ ମୁଁ ତା ସପକ୍ଷରେ ଛିଡା ହେବି ।’

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଯେଉଁ ନିଷ୍ପତ୍ତି ଟିମକୁ ଆଗକୁ ବଢ଼ିବାରେ ସହାୟକ ହେବ ମୁଁ ସବୁବେଳେ ତା ସପକ୍ଷରେ ରହିବି ।’ ଟିମର ପ୍ରତିନିଧିତ୍ବ କଲା ବେଳେ ଅନେକ ଗୁଡିଏ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ହୁଏ । କିନ୍ତୁ ସେ ଭାଗ୍ୟବାନ ଯେ ତାଙ୍କୁ ନ୍ୟୁଜିଲାଣ୍ଡ ଭଳି ଟିମର ପ୍ରତିନିଧିତ୍ବ କରିବାର ସୁଯୋଗ ମିଳିଛି ।

‘ମୁଁ ଭାଗ୍ୟଶାଳୀ ଯେ ମତେ ଏମିତି ଏକ ଟିମର ଅଧିନାୟକତ୍ବ କରିବାର ସୁଯୋଗ ମିଳିଛି ଯାହାର ପ୍ରତ୍ୟେକଟି ଖେଳାଳି ଖେଳ ପ୍ରତି ସମାନ ନିଷ୍ଠା ପ୍ରଦର୍ଶନ କରନ୍ତି ଯାହା ଟିମକୁ ଆଗକୁ ବଢିବାରେ ସାହାଯ୍ୟ କରେ ।’

‘ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଅଧିନାୟକତ୍ବ ସମୟରେ ଅନେକ ଗୁଡିଏ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡେ, ଆଉ ଗତ କିଛି ସମୟ ଧରି ମୁଁ ଏହି କାମ କରି ଆସୁଛି । ଆପଣଙ୍କୁ ସବୁବେଳେ ସେହି ଚ୍ୟାଲେଞ୍ଜ ଗୁଡିକୁ ସାମ୍ନା କରିବାକୁ ପଡେ । ଏହି କାର୍ଯ୍ୟର ଅଂଶବିଶେଷ, କିନ୍ତୁ ମୋ ପାଇଁ ସବୁବେଳେ ବେଶି ଗୁରୁତ୍ବପୂର୍ଣ୍ଣ ହେଲା ମୋ ଟିମକୁ ସଠିକ ଦିଗରେ ପରିଚାଳିତ କରି ଆଗକୁ ବଢ଼ିବା’ ବୋଲି କହିଛନ୍ତି ୱିଲିୟମସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details