ହାଇଦ୍ରାବାଦ: ବିଶ୍ବରେ କୋରୋନା ଆତଙ୍କ। ଏହି ସମୟରେ ବିଶ୍ବର ପ୍ରାୟ ଅଧିକାଂଶ ସହରକୁ ଲକ୍ ଡାଉନ୍ କରାଯାଇଛି । ତେବେ ନ୍ୟୁଜିଲାଣ୍ଡ କ୍ରିକେଟ ଟିମର ଅଧିନାୟକ କେନ୍ ଓ୍ବିଲିୟମସେନ୍ ବି ନିଜ ଘରେ ସମୟ ଅତିବାହିତ କରୁଛନ୍ତି । ତେବେ ସେ କିପରି ସମୟ କାଟୁଛନ୍ତି ଘରେ ସୋସିଆଲମିଡିଆରେ ଏକ ଭିଡିଓ ପୋଷ୍ଟ କରି ତାଙ୍କ ଫ୍ୟାନ୍ସ ମାନଙ୍କୁ ଜଣାଇଛନ୍ତି ।
କୋରୋନା ଲକଡାଉନ: କେନ୍ ନିଜ ପୋଷା କୁକୁର ସହ ଖେଳୁଛନ୍ତି କ୍ରିକେଟ - କେନ୍ ତାଙ୍କ ପୋଷା କୁକୁର ସହ ମସ୍ତି କରୁଥିବା ଭିଡିଓ ଭାଇରାଲ
କୋରୋନା ଯୋଗୁଁ ବିଶ୍ବର ପ୍ରାୟ ଅଧିକାଂଶ ସହରକୁ ଲକ୍ ଡାଉନ୍ କରାଯାଇଛି । ତେବେ ଏହି ସମୟରେ ଗ୍ରାଉଣ୍ଡରେ ନୁହେଁ ନିଜ ପୋଷା କୁକୁର ସହ କ୍ରିକେଟ ଖେଳୁଥିବାର ମଜାଦାର ଭିଡିଓ ପୋଷ୍ଟ କରିଛନ୍ତି କ୍ବିଓ୍ବି ଦଳର ଅଧିନାୟକ କେନ୍ ଓ୍ବିଲିୟମସେନ୍ ।
kane williamson
ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିବା ଭିଡିଓରେ କେନ୍ ତାଙ୍କ ପୋଷା କୁକୁର ସହ ମସ୍ତି କରୁଥିବା ଦେଖିବାକୁ ମିଳିଛି । ସେହି ଭିଡିଓରେ ତାଙ୍କ ପୋଷା କୁକୁର ସ୍ଲିପରେ କ୍ୟାଚ ଧରିଥିବାର ଦେଖିବାକୁ ମିଳୁଛି । ତେବେ ଏହି ଭିଡିଓ ସ୍ଲୋ ମୋଶନ୍ରେ ରହିଛି ।
ସୂଚନାଥାଉକି ମହାମାରୀ କୋରୋନା ଯୋଗୁଁ ବିଶ୍ବରେ ପ୍ରାୟ 27 ହଜାରଙ୍କ ପ୍ରାଣ ହରାଇଛନ୍ତି ।