ଲଣ୍ଡନ: ଚଳିତ ବିଶ୍ବକପ ଫାଇନାଲ ଖେଳୁଛି କେନ ୱିଲିୟମସନଙ୍କ ବ୍ଲାକ୍କ୍ୟାପ ଦଳ । ତେବେ ଏହି ଦଳର ବ୍ୟାଟିଂ ଲାଇନ ଅର୍ଡର ସେତେଟା ଖାସ ପ୍ରଦର୍ଶନ କରିପାରିନାହିଁ । ମାତ୍ର ଅଧିନାୟକ ୱିଲିୟମସନ ଚଳିତ ବିଶ୍ବକପରେ ଦଳର ରନମେସିନ ପାଲଟିଛନ୍ତି ।
ଏହି ଅବସରରେ ବିଶ୍ବକପରେ କୌଣସି ଅଧିନାୟକ ହିସାବରେ ସର୍ବାଧିକ ରନ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ୱିଲିୟମସନ । ଏହିକ୍ରମରେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନଙ୍କୁ ସେ ପଛରେ ପକାଇ ଦେଇଛନ୍ତି । ଜୟବର୍ଦ୍ଧନ 2007 ବିଶ୍ବକପରେ ଅଧିନାୟକ ଭାବେ 548ରନ କରିଥିଲେ ।