ଲଣ୍ଡନ: ମ୍ୟାଚରେ ଅମ୍ପାୟାର ଥିବାବେଳେ ଇଆନ ଗୁଲଡ 3ଜଣ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ଖେଳ ଦେଖିବାକୁ ପସନ୍ଦ କରୁଥିବା ଖୁଲାସା କରିଛନ୍ତି । ଏହି 3ଜଣ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଦୁଇଜଣ ଭାରତୀୟ ବ୍ୟାଟ୍ସମ୍ୟାନ ରହିଛନ୍ତି ।
'କାଲିସ, ସଚିନ, କୋହଲି': ଅମ୍ପାୟାର ଇଆନ ଗୁଲଡଙ୍କ 3ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ - ଅମ୍ପାୟାର ଇଆନ ଗୁଲଡ
ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ଜ୍ୟାକ କାଲିସ, ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର ଓ ବର୍ତ୍ତମାନର ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ବ୍ୟାଟିଂ, ଅମ୍ପାୟାର ଥିବାବେଳେ ଦେଖିବାକରୁ ପସନ୍ଦ କରନ୍ତି ବୋଲି କହିଛନ୍ତି ଇଆନ ଗୁଲଡ ।
'କାଲିସ, ସଚିନ, କୋହଲି': ଅମ୍ପାୟାର ଇଆନ ଗୁଲଡଙ୍କ 3ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ
ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ଜ୍ୟାକ କାଲିସ, ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର ଓ ବର୍ତ୍ତମାନର ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କୁ ବ୍ୟାଟିଂ ଦେଖିବାକୁ ଭଲପାଆନ୍ତି ବୋଲି କହିଛନ୍ତି ଗୁଲଡ ।
ତେବେ ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ରିକି ପଣ୍ଟିଂଙ୍କ ବ୍ୟାଟିଂ ଅମ୍ପାୟାର ଥିବାବେଳେ ଅଧିକ ଥର ଦେଖିବାର ସୁଯୋଗ ମିଳିନାହିଁ ବୋଲି ଗୁଲଡ କହିଛନ୍ତି । ମାତ୍ର ପଣ୍ଟିଂ ଜଣେ ଶ୍ରେଷ୍ଠ କ୍ରିକେଟର ଓ ସଫଳ କ୍ୟାପଟେନ ରହିଛନ୍ତି ।