ଓଡିଶା

odisha

ETV Bharat / sports

‘କୈଫଙ୍କ ବିଚକ୍ଷଣ ଫିଲ୍ଡିଂ ଅନ୍ୟମାନଙ୍କ ପାଇଁ ମାନଦଣ୍ଡ ପାଲଟିଗଲା’ - ଭିଭିଏସ ଲକ୍ଷ୍ମଣ

ଖେଳାଳିଙ୍କୁ ଟ୍ରିବ୍ୟୁଟ ଦେବା ସିରିଜରେ ଶୁକ୍ରବାର ଭିଭିଏସ ଲକ୍ଷ୍ମଣ ପୂର୍ବତନ ଭାରତୀୟ ଫିଲ୍ଡର ମହମ୍ମଦ କୈଫଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି । କୈଫଙ୍କ ଫିଲ୍ଡିଂ ଅନ୍ୟମାନଙ୍କ ପାଇଁ ମାନଦଣ୍ଡ ଥିଲା ବୋଲି କହିଛନ୍ତି ଲକ୍ଷ୍ମଣ । ଅଧିକ ପଢ଼ନ୍ତୁ...

Kaif's electric fielding, kaif's fielding became the benchmark, says Laxman, କୈଫଙ୍କ ବିଚକ୍ଷଣ ଫିଲ୍ଡିଂ ଅନ୍ୟମାନଙ୍କ ପାଇଁ ମାନଦଣ୍ଡ, ଭିଭିଏସ ଲକ୍ଷ୍ମଣ
‘କୈଫଙ୍କ ବିଚକ୍ଷଣ ଫିଲ୍ଡିଂ ଅନ୍ୟମାନଙ୍କ ପାଇଁ ମାନଦଣ୍ଡ ପାଲଟିଗଲା’

By

Published : Jun 12, 2020, 8:38 PM IST

ହାଇଦ୍ରାବାଦ: ସଚିନ, ଦ୍ରାବିଡ଼, ଯୁବରାଜ, ଧୋନି, ସେହୱାଗ, ଗମ୍ଭୀର ଆଦି ଖେଳାଳିଙ୍କ ପରେ ଏବେ ମହମ୍ମଦ କୈଫଙ୍କୁ ଟ୍ରିବ୍ୟୁଟ ଦେଇଛନ୍ତି ଭିଭିଏସ ଲକ୍ଷ୍ମଣ । କୈଫଙ୍କୁ ନେଇ ଲକ୍ଷ୍ମଣ କହିଛନ୍ତି ଯେ ତାଙ୍କର ବିଚକ୍ଷଣ ଫିଲ୍ଡିଂ ଅନ୍ୟମାନଙ୍କ ପାଇଁ ଏକ ମାନଦଣ୍ଡ ଠିଆ କରିଥିଲା ।

ଉତ୍ତର ପ୍ରଦେଶରୁ ଆସି 2000ରୁ 2006 ମସହା ପର୍ଯ୍ୟନ୍ତ ଖେଳିଥିଲେ କୈଫ । ଯେଉଁଥିରେ ସାମିଲ ଥିଲା 13 ଟେଷ୍ଟ ଓ 125 ଦିନିକିଆ ।

2002ରେ ଇଂଲଣ୍ଡ ସିରିଜ ବେଳେ କୈଫ ସମସ୍ତଙ୍କ ନଜରକୁ ଆସିଥିଲେ ଯେତେବେଳେ ତାଙ୍କର 87ରନର ଅବିସ୍ମରଣୀୟ ଇନିଂସ ବଳରେ ଭାରତ 326 ରନ ଟାର୍ଗେଟକୁ ଚେସ୍ କରିବାରେ ସକ୍ଷମ ହୋଇଥିଲା ଏବଂ ଲର୍ଡ୍ସ ମାଟିରେ ଇଂଲଣ୍ଡକୁ ଭାରତ ପରାଜିତ କରିଥିଲା ।

କୈଫଙ୍କୁ ନେଇ ଲକ୍ଷ୍ମଣ ଟ୍ବିଟ କରି ଲେଖିଛନ୍ତି, ‘‘ମହମ୍ମଦ କୈଫ ପରବର୍ତୀ ପୀଢିଙ୍କୁ ଉଚ୍ଚ ସ୍ତରର ଖେଳ ପାଇଁ ପ୍ରେରଣା ଦେଇଥିଲେ । ତାଙ୍କର ବିଚକ୍ଷଣ ଫିଲ୍ଡିଂ ଅନେକ ଖେଳାଳିଙ୍କ ପାଇଁ ଏକ ମାନଦଣ୍ଡ ଠିଆ କରିଥିଲା, ଯାହା ସେମାନେ ହାସଲ କରିବାକୁ ଚାହୁଁଥିଲେ ।’’

କୈଫ ତାଙ୍କର ସୁପର ଫିଲ୍ଡିଂ ପାଇଁ ଜଣାଶୁଣା । ଯଦିଓ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଜିମ୍ବାୱେ ବିପକ୍ଷ ଶତକ ପରେ କ୍ରମାଗତ ଭାବେ ସ୍କୋର କରିବାରେ ବିଫଳ ହୋଇଥିଲେ ତଥାପି ସେ ଭାରତ ପାଇଁ କ୍ରିକେଟ ଖେଳିଥିବା ସର୍ବୋତ୍ତମ ଫିଲ୍ଡରଙ୍କ ମଧ୍ୟରେ ଆଜିବି ପରିଗଣିତ ହୋଇଥାନ୍ତି ।

ନିକଟରେ କୈଫ କହିଛନ୍ତି ଯେ ଫିଲ୍ଡିଂ ବିଷୟରେ ବିରାଟ କୋହଲିଙ୍କ ନେତୃତ୍ବରେ ବର୍ତ୍ତମାନର ଦଳରେ ରବିନ୍ଦ୍ର ଜାଡେଜା ଠିକ୍ ଅଛନ୍ତି । ଏଥିସହ ଦଳର ସମ୍ପୂର୍ଣ୍ଣ ଫିଲ୍ଡିଂରେ ଅଭାବ ରହିଛି ।

@IANS

ABOUT THE AUTHOR

...view details