ଓଡିଶା

odisha

ETV Bharat / sports

ଇଂଲଣ୍ଡର ପୂର୍ବ ଅଧିନାୟକଙ୍କୁ ଡରାଇଲା କୈଫଙ୍କ ଟ୍ବିଟ

କ୍ରିକେଟ୍‌ ମହାକୁମ୍ଭକୁ ରହିଲା ଆଉ 5ଦିନ । ଆରମ୍ଭ ହୋଇଗଲାଣି ଅଭ୍ୟାସ ମ୍ୟାଚ୍‌ । ଏହା ମଧ୍ୟରେ ଭାରତୀୟ କ୍ରିକେଟ ଟିମ୍‌ର 2ଦିଗଜ ଖେଳାଳୀ ମହମ୍ମଦ କୈଫ ଓ ଯୁବରାଜ ସିଂ ବିଶ୍ବକପ୍‌ର କମେଣ୍ଟଟର ପ୍ୟାନେଲରେ ଅଂଶ ଗ୍ରହଣ କରିବା ପାଇଁ ଇଂଲଣ୍ଡ ପହଞ୍ଚି ସାରିଛନ୍ତି ।

By

Published : May 25, 2019, 8:05 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମ୍‌ର 2ମହାନ୍‌ ଖେଳାଳୀ ମହମ୍ମଦ କୈଫ ଓ ଯୁବରାଜ ସିଂ ଇଂଲଣ୍ଡରେ ପହଞ୍ଚିଛନ୍ତି । ଏହି ଅବସରରେ ଯୁବରାଜ ସିଂଙ୍କ ସହ କୈଫ ଏକ ସେଲଫି ନେଇ ନିଜର ଟ୍ବିଟରରେ ପୋଷ୍ଟ କରିଛନ୍ତି । ସେହି ପୋଷ୍ଟରେ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇବା ସହ ଦଳକୁ ଉତ୍ସାହିତ କରିବା ଭଳି ବାର୍ତ୍ତା ଦେଇଛନ୍ତି ।

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ@nassercricket


କୈଫ ନିଜ ଟ୍ବିଟରେ ଉଲ୍ଲେଖ କରିଛନ୍ତି ଯେ, 17ବର୍ଷ ପରେ ପୁଣି ଯୁବରାଜ ସିଂଙ୍କ ସହ ଲର୍ଡସ ଷ୍ଟାଡିୟମ୍‌ରେ ଅଛି । ଭାରତୀୟ ଟିମ୍‌କୁ ବହୁତ ବହୁତ ଶୁଭକାମନା । ଆଶା କରୁଛୁ ଯେ, ବିରାଟ କୋହଲୀଙ୍କର ଦଳ 14ଜୁନ୍‌ରେ ଏଠାରେ ବିଶ୍ବ କପ୍‌ର ଟ୍ରଫି ହାସଲ କରିବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର

ଏପଟେ ମହମ୍ମଦ କୈଫ ଓ ଯୁବରାଜ ସିଂଙ୍କ ଫଟୋ ଦେଖିକି ଇଂଲଣ୍ଡର ପୂର୍ବ ଅଧିନାୟକଙ୍କ ନିଦ ଉଡିଯାଇଛି । ଇଂଲଣ୍ଡର ପୂର୍ବ ଅଧିନାୟକ ନାସିର ହୁସେନ୍‌ କୈଫଙ୍କ ଟ୍ବିଟରେ ରିଟ୍ବିଟ୍‌ କରି ଲେଖିଛନ୍ତି ଯେ, ସକାଳୁ ଉଠି ଏପରି ଫଟୋ ଦେଖିବାକୁ ଚାହିଁବି ନାହିଁ । ଆଜି ବି ଏହି 2 କ୍ରିକେଟରଙ୍କ ଭୟାନକ ସ୍ବପ୍ନ ଆସେ । ଯେତେବେଳେ ଆମ ଦଳ ନେଟ୍‌ଓ୍ବେଷ୍ଟ ଫାଇନାଲରେ ହାରି ଯାଇଥିଲୁ ।

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ@MohammadKaif

ନାସିର ହୁସେନ 2002ର ନେଟ୍‌ଓ୍ବେଷ୍ଟ ଫାଇନାଲ ମ୍ୟାଚ ଯୋଗୁଁ ଏପରି ରିଟ୍ବିଟ୍‌ କରିଛନ୍ତି । ସୂଚନାଥାଉକି, 2002 ମସିହାରେ ସୌରଭ ଗାଙ୍ଗୁଲୀଙ୍କ ନେତୃତ୍ବରେ ଲର୍ଡସ ଗ୍ରାଉଣ୍ଡରେ ଇଂଲଣ୍ଡ ଦଳକୁ ହରାଇ ନେଟ୍‌ଓ୍ବେଷ୍ଟ ଟ୍ରଫି ଭାରତ ନିଜ ନାଁରେ କରିଥିଲା । ସେହି ସମୟରେ ନାସିର ଇଂଲଣ୍ଡ ଟିମ୍‌ର ଅଧିନାୟକ ଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର


13ଜୁଲାଇରେ ଏହି ଫାଇନାଲ୍‌ ମ୍ୟାଚ୍‌ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି 326ରନ୍‌ର ବିଜୟଲକ୍ଷ୍ୟ ଭାରତକୁ ଦେଇଥିଲା । ତେବେ ଭାରତର ବ୍ୟାଟିଂ ଆରମ୍ଭରୁ ଟଳମଳ ହୋଇ ପଡିଥିଲା । 146ରନ୍‌ରେ 5ଟି ଓ୍ବିକେଟ୍‌ ହରାଇ ଭାରତ ଶୋଚନୀୟ ପରିସ୍ଥିତରେ ପଡିଯାଇଥିଲା । ତଥାପି ଭାରତ ଏହି ମ୍ୟାଚ୍‌ ଜିତି ସମସ୍ତଙ୍କୁ ଚକିତ କରେଇ ଦେଇଥିଲା । ତେବେ ଏହି ମ୍ୟାଚ୍‌ର ବିଜୟ ଶ୍ରେୟ କୈଫ(87*) ଓ ଯୁବରାଜ(69) ଯୋଡିକୁ ମିଳିଥିଲା । କାରଣ ଏହି 2 ଯୋଡି 121ରନ୍‌ର ପାର୍ଟନରସିପ୍‌ କରିଥିଲେ । ଫଳରେ ଇଂଲଣ୍ଡକୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।

For All Latest Updates

ABOUT THE AUTHOR

...view details