ଦୁବାଇ: ଚଳିତ ଆଇପିଏଲ 2020 ଟୁର୍ଣ୍ଣମେଣ୍ଟରେ ଏଯାବତ ପର୍ପଲ କ୍ୟାପ ବିଜେତା ରହିଛନ୍ତି କାଗିସୋ ରବାଡା । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ମ୍ୟାଚ ବିଜୟୀ ପ୍ରଦର୍ଶନ କରିଥିଲେ । ଏହାପରେ କ୍ରିକେଟ ସମୀକ୍ଷକଙ୍କ ପ୍ରଂଶସାର ପାତ୍ର ହୋଇଛନ୍ତି ରବାଡା । ଦିଲ୍ଲୀ କ୍ୟାପିଟାଲ୍ସ ମୁଖ୍ୟ କୋଚ ରିକି ପଣ୍ଟିଂ, କାଗିସୋ ରବାଡାଙ୍କୁ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଟି-20 ବୋଲର ବୋଲି କହିଛନ୍ତି ।
ରବାଡାଙ୍କ ଘାତକ ପ୍ରଦର୍ଶନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ 59 ରନରେ ପରାସ୍ତ କରିଥିଲା । ରବାଡା ଆରସିବିର 4ଟି ପ୍ରମୁଖ ୱିକେଟ ଅକ୍ତିଆର କରି ପରଜୟ ମୁହଁକୁ ଠେଲିଦେଇଥିଲେ ।