ଓଡିଶା

odisha

ETV Bharat / sports

ନିୟମ ଭାଙ୍ଗିଲେ ଜୋଫ୍ରା, ଫାଇନ ଆଦାୟ କଲା ଇସିବି - ଜୋଫ୍ରାଙ୍କୁ ଚେତାବନୀ ସହ ଫାଇନ

ଜୈବ ସୁରକ୍ଷା ନିୟମ ଉଲଙ୍ଘନ କରିଥିବାରୁ ଇଂଲଣ୍ଡ ପେସର ଜୋଫ୍ରା ଆର୍ଚରଙ୍କୁ ଜୋରିମନା ସହ ଲିଖିତ ଚେତାବନୀ ଦେଲା ଇସିବି । ଅଧିକ ପଢ଼ନ୍ତୁ...

Jofra Archer warned and fined, warned and fined by ECB, breaching bio-secure protocols, Jofra Archer fined, ଜୋଫ୍ରା ଆର୍ଚରଙ୍କୁ ଜୋରିମନା, ଜୋଫ୍ରାଙ୍କୁ ଚେତାବନୀ ସହ ଫାଇନ, ଜୈବ ସୁରକ୍ଷା ନିୟମ ଉଲଙ୍ଘନ
ଜୈବ ସୁରକ୍ଷା ନିୟମ ଉଲଙ୍ଘନ, ଜୋଫ୍ରାଙ୍କୁ ଚେତାବନୀ ସହ ଫାଇନ

By

Published : Jul 18, 2020, 8:30 PM IST

ଲଣ୍ଡନ:ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ବିତୀୟ ଟେଷ୍ଟ ପୂର୍ବରୁ ଭୁଲ କାରଣରୁ ଇଂଲଣ୍ଡ ପେସର ଜୋଫ୍ରା ଆର୍ଚର ଚର୍ଚ୍ଚାରେ ଥିଲେ । ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଦ୍ବାରା ନିର୍ମିତ ବାୟୋ-ସୁରକ୍ଷିତ ପ୍ରୋଟୋକଲ ଭାଙ୍ଗିବା ହେତୁ ମ୍ୟାଚ୍ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ତାଙ୍କୁ ଦଳରୁ ବାଦ ଦିଆଯାଇଥିଲା। ଅନ୍ୟ ସମସ୍ତ ଖେଳାଳି ଟେଷ୍ଟ ମ୍ୟାଚ ପାଇଁ ନିଜ ବ୍ୟକ୍ତିଗତ କାରରେ ସାଉଥମ୍ପଟନ୍‌ରୁ ମଞ୍ଚେଷ୍ଟର ଯାଇଥିବା ବେଳେ ଆର୍ଚର ନଯାଇ ବ୍ରାଇଟନରେ ଥିବା ତାଙ୍କ ଘରେ ରହିଯାଇଥିଲେ ।

କୋଭିଡ-19 ମହାମାରୀ ଯୋଗୁଁ ଉପୁଜିଥିବା ପରିସ୍ଥିତିରେ ଜୋଫ୍ରା ସାଥୀ ତଥା ବିପକ୍ଷ ଦଳ ପ୍ରତି ଏପରି କାର୍ଯ୍ୟକଳାପ କରିଥିବାରୁ ପୂର୍ବତନ ଖେଳାଳି ମଧ୍ୟ ତାଙ୍କୁ ନିନ୍ଦା କରିଥିଲେ । ବର୍ତ୍ତମାନ ଇସିବି ଜୋଫ୍ରା ଆର୍ଚରଙ୍କୁ ଅଜ୍ଞାତ ପରିମାଣର ଜୋରିମନା ଲଗାଇଛି ଏବଂ ପ୍ରୋଟୋକଲଗୁଡିକ ପାଳନ ନକରିଥିବାରୁ ତାଙ୍କୁ ଏକ ଲିଖିତ ଚେତାବନୀ ମଧ୍ୟ ଦେଇଛି।

ସେ ବର୍ତ୍ତମାନ ପାଞ୍ଚ ଦିନ ସେଲ୍ଫ ଆଇସୋଲେସନରେ ଅଛନ୍ତି ଏବଂ କାରିବିଆନ୍ ଦଳ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଖେଳିବା ପାଇଁ ତାଙ୍କୁ କୋଭିଡ-19 ପାଇଁ ଦୁଇଥର ନେଗେଟିଭ ହେବାକୁ ପଡିବ ।

ଏହି ସମୟରେ, ଜୋଫ୍ରା ଆର୍ଚରଙ୍କୁ ଦିଆଯାଇଥିବା ଜୋରିମନା ଏବଂ ଚେତାବନୀକୁ ସୁନିଶ୍ଚିତ କରିବା ପରେ ଇସିବି ଏକ ସରକାରୀ ବିବୃତ୍ତି ଜାରି କରିଛି। କୋଭିଡ-19 ପରୀକ୍ଷା ପରେ ପେସ ବୋଲର ବର୍ତ୍ତମାନ ଜୁଲାଇ 21 ରେ ଦଳରେ ଯୋଗଦେବେ ବୋଲି ଆଶା କରାଯାଉଛି । “17 ଜୁଲାଇ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିବା ଏକ ଶୃଙ୍ଖଳାଗତ ଶୁଣାଣି ପରେ ଇଂଲଣ୍ଡ କ୍ରିକେଟର ଜୋଫ୍ରା ଆର୍ଚରଙ୍କୁ ଅଜ୍ଞାତ ପରିମାଣର ଜୋରିମାନା କରାଯାଇଛି ଏବଂ ସେ ଜୁଲାଇ 13 ସୋମବାର ଦିନ ଦଳର ନିଜ ଘରକୁ ଯାତ୍ରା କରି ବାୟୋ-ସୁରକ୍ଷିତ ପ୍ରୋଟୋକଲ ଭଙ୍ଗ କରିଥିବା ସ୍ବୀକାର କରିବା ପରେ ଏକ ସରକାରୀ ଲିଖିତ ଚେତାବନୀ ମଧ୍ୟ ଦିଆଯାଇଛି।

‘‘ଏମିରେଟ୍ସ ଓଲ୍ଡ ଟ୍ରାଫର୍ଡରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଇଂଲଣ୍ଡର ଦ୍ବିତୀୟ ଟେଷ୍ଟ ଦଳରୁ ଆର୍ଚରଙ୍କୁ ବାଦ ଦିଆଯାଇଛି ଏବଂ ଏହି ସ୍ଥାନରେ ପାଞ୍ଚ ଦିନ ଆଇସୋଲେସନରେ ରହିବାକୁ କୁହାଯାଇଛି । ଏହି ଅବଧିରେ ସେ ଦୁଇଟି କୋଭିଡ-19 ପରୀକ୍ଷା ଦେବେ, ସେଥିରେ ନେଗେଟିଭ ହେବା ପରେ ତାଙ୍କ ଆଇସୋଲେସନକୁ ବନ୍ଦ କରାଯିବ । ସେ 21 ଜୁଲାଇ ମଙ୍ଗଳବାର ଦିନ ଦଳରେ ଯୋଗଦେବେ।

ଇସିବି ପକ୍ଷରୁ କୁହାଯାଇଛି ଯେ, ‘‘ଏହି ଶୁଣାଣି ଇଂଲଣ୍ଡ ପୁରୁଷ କ୍ରିକେଟ୍ ପରିଚାଳନା ନିର୍ଦ୍ଦେଶକ ଆଶଲି ଗିଲ୍ସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଆର୍ଚରଙ୍କ ଏଜେଣ୍ଟ ଏବଂ ପ୍ରଫେସନାଲ୍ କ୍ରିକେଟ୍ ଆସୋସିଏସନର ଏକ ପ୍ରତିନିଧୀ ରହିଥିଲେ। ଏହାପୂର୍ବରୁ ଜୋଫ୍ରା ଆର୍ଚର ତାଙ୍କ କାର୍ଯ୍ୟକଳାପ ପାଇଁ ପ୍ରଶଂସକ ଏବଂ ଦଳକୁ କ୍ଷମା ମାଗିଥିଲେ ଏବଂ ଏହାର ପରିଣାମକୁ ମଧ୍ୟ ଗ୍ରହଣ କରିଥିଲେ।’’

ମୁଁ ଯାହା କରିଛି ସେଥିପାଇଁ ମୁଁ ଅତ୍ୟଧିକ ଦୁଃଖିତ । ମୁଁ କେବଳ ନିଜେ ନୁହେଁ, ସମଗ୍ର ଦଳ ଏବଂ ପରିଚାଳନାକୁ ବିପଦରେ ପକାଇଛି । ମୁଁ ମୋର କାର୍ଯ୍ୟର ପରିଣାମକୁ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରେ ଏବଂ ବାୟୋ-ସୁରକ୍ଷିତ ଥିବା ସମସ୍ତଙ୍କୁ ମୁଁ ଆନ୍ତରିକ ଭାବରେ କ୍ଷମା ମାଗିବାକୁ ଚାହେଁ ବୋଲି ସେ କହିଛନ୍ତି।

ABOUT THE AUTHOR

...view details