ଲଣ୍ଡନ: ପ୍ରାୟ ଦୁଇମାସର ଅପେକ୍ଷା ପରେ ବୁଧବାର ସୁପ୍ରିମକୋର୍ଟ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ କରିବ ବୋଲି ସ୍ପଷ୍ଟ କରିଛି । ଏହି ଖବରରେ ପୁରା ଦେଶରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା । ମାତ୍ର ଏବେ ଇଂଲଣ୍ଡ କ୍ରିକେଟର ଟିମର ଷ୍ଟର ପେସ ବୋଲର ଜୋଫ୍ରା ଆର୍ଚରଙ୍କ 6ବର୍ଷ ତଳର ଏକ ଟ୍ବିଟ ସୋସିଆଲ ମିଡିଆରେ ଭଇରାଲ ହେବାରେ ଲାଗିଛି ।
ଭାଇରାଲ ହେଉଥିବା ଟ୍ବିଟ ବର୍ଷ 2014ରେ ଆର୍ଚର କରିଥିଲେ। ନିଜ ଟ୍ବିଟର ଆକାଉଣ୍ଟରେ ସେ ଲେଖିଥିଲେ ରିୟା ଏବଂ ଟସେଲ । ଏହି ଭାଇରାଲ ଟ୍ବିଟକୁ ନେଇ ଫ୍ୟାନ୍ସ ଙ୍କ ଟ୍ବିଟରରେ ଭିନ୍ନଭିନ୍ନ ପ୍ରତିକ୍ରିୟା ଆସିବାରେ ଲାଗିଛି ।
ଆର୍ଚର ଇଣ୍ଟରନେଟରେ ବେଶ ସକ୍ରିୟ ରହିଥାନ୍ତି । ନିଜର ଟ୍ବିଟ ପାଇଁ ଏନେକ ମସୟରେ ଚର୍ଚ୍ଚାରେ ମଧ୍ୟ ରହିଛନ୍ତି ।