ନୂଆଦିଲ୍ଲୀ: ସୌରାଷ୍ଟ୍ର ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଜିତିବାର ସୌଭାଗ୍ୟ ଅର୍ଜନ କରିଛି । ଜୟଦେବ ଉନତକତଙ୍କ ନେତୃତ୍ୱରେ ପୁରା ଟୁର୍ଣ୍ଣାମେଣ୍ଟରେ ସୌରାଷ୍ଟ୍ର ପ୍ରଭାବି ଖେଳ ପ୍ରଦର୍ଶନ କରିଥିଲା । ବେଙ୍ଗଲକୁ ହରାଇ ରଣଜୀ ଟ୍ରଫି 2020 ଟାଇଟେଲ ନିଜ ନାମରେ କରିଥିଲା । ତେବେ ଏହି ସୌରାଷ୍ଟ୍ର ପେସରଙ୍କୁ ନେଇ ବିରାଟ କୋହଲିଙ୍କ ପିଲାବେଳର କୋଚ ରାଜକୁମାର ଶର୍ମା ବଡ ବୟାନ ଦେଇଛନ୍ତି ।
ରାଜକୁମାର ଶର୍ମା କହିଛନ୍ତି "ଭାରତୀୟ ଦଳରେ ଜୟଦେବ ଉନତକତଙ୍କୁ ସ୍ଥାନ ମିଳିବା ଉଚିତ । ଟୁର୍ଣ୍ଣାମେଣ୍ଟରେ ଘାତକ ବୋଲିଂ ବୋଲି କରିବା ସହ, ଏହି ମେଗା ଇଭେଣ୍ଟରେ ମୋଟ 67ଟି ୱିକେଟ ମଧ୍ୟ ହାସଲ କରିଛନ୍ତି" । ‘‘ଆଇପିଏଲରେ ସେ ନିଜକୁ ଦକ୍ଷ ବୋଲର ଭାବେ ପ୍ରମାଣ କରିସାରିଛନ୍ତି । ଏବେ କ୍ରିକେଟର ଲମ୍ବା ଫର୍ମାଟ ପାଇଁ ସେ ଉପଯୋଗୀ ସାବ୍ୟସ୍ତ ହୋଇପାରନ୍ତି" ।