ହାଇଦ୍ରାବାଦ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ବୋର୍ଡରେ ଭାରତର ପ୍ରତିନିଧିତ୍ବ କରିବେ ବିସିସିଆଇ ସମ୍ପାଦକ ଜୟ ଶାହ । ବିସିସିଆଇର 89ତମ ବାର୍ଷିକ ସାଧାରଣ ବୈଠକ(AGM)ରେ ଜୟ ଶାହାଙ୍କୁ ଆଇସିସି ବୋର୍ଡରେ ପ୍ରତିନିଧିତ୍ବ କରିବାକୁ ଚୟନ କରାଯାଇଥିଲା ।
ଏନେଇ ବୋର୍ଡର ଜଣେ ସଦସ୍ୟ ସ୍ପଷ୍ଟ କରିଛନ୍ତି, ''ବିସିସିଆଇ ପକ୍ଷରୁ ଆଇସିସି ବୋର୍ଡରେ ପ୍ରତିନିଧିତ୍ବ କରିବେ ଜୟ ।'' ପୂର୍ବରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଇସିସି ବୋର୍ଡରେ ଭାରତର ପ୍ରତିନିଧିତ୍ବ କରିଛନ୍ତି । ମାତ୍ର ଜାନୁଆରୀ 2ରେ ଏକ ହୃଦଘାତର ଶିକାର ହେବାସହ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଗାଙ୍ଗୁଲି । ସେ ହସ୍ପିଟାଲରୁ ଘରକୁ ଫେରିଥିବା ସତ୍ତ୍ବେ ଡାକ୍ତରୀ ଟିମଙ୍କ ତୀକ୍ଷ୍ମ ନଜରରେ ରହିଛନ୍ତି ।