ଓଡିଶା

odisha

ETV Bharat / sports

ଆଇସିସି ବୈଠକରେ ବିସିସିଆଇର ପକ୍ଷରୁ ଯୋଗଦେବେ ଜୟ ଶାହା

ଆନ୍ତଜାର୍ତୀୟ କ୍ରିକେଟ ପରିଷଦ (ଆଇସିସି)ର ସିଇସି ବୈଠକରେ ବିସିସିଆଇର ପ୍ରତିନିଧିତ୍ବ କରିବେ ସମ୍ପାଦକ ଜୟ ଶାହା।

By

Published : Dec 1, 2019, 5:28 PM IST

ଆଇସିସି ବୈଠକରେ ଜୟ ଶାହା
ଆଇସିସି ବୈଠକରେ ଜୟ ଶାହା

ମୁମ୍ବାଇ: ଆନ୍ତଜାର୍ତୀୟ କ୍ରିକେଟ ପରିଷଦ (ଆଇସିସି)ର ସିଇସି ବୈଠକରେ ବିସିସିଆଇର ପ୍ରତିନିଧିତ୍ବ କରିବେ ସମ୍ପାଦକ ଜୟ ଶାହା । ଏନେଇ ଆଜି ବିସିସିଆଇର ସାଧାରଣ ବୈଠକରେ ସ୍ଥିର ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ପୁତ୍ର ହେଉଛନ୍ତି ଜୟ ଶାହା।

ଆଇସିସିର ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ଯେବେ ବି ହେବ ବିସିସିଆଇ ସମ୍ପାଦକ ଜୟ ସାହା ବିସିସିଆଇ ପକ୍ଷରୁ ଯୋଗଦେବେ। ବିସିସିଆଇର ଜଣେ ଅଧିକାରୀ ଏହା କହିଛନ୍ତି। ଆଇସିସିର ଏହି ବୈଠକର ସ୍ଥାନ ଓ ସମୟ ନିର୍ଦ୍ଧାରିତ ହୋଇନାହିଁ।

ବିସିସିଆଇ

ସୁପ୍ରିମକୋର୍ଟ କ୍ରିକେଟ ପ୍ରଶାସକ କମିଟି (COA) ଗଠନ କରିଥିଲା। ସେଥିପାଇଁ ପୂର୍ବରୁ ଆଇସିସି ବୈଠକରେ ବିସିସିଆଇ ପକ୍ଷରୁ ସିଇଓ ରାହୁଲ ଜୋରି ପ୍ରତିନିଧିତ୍ବ କରିଥିଲେ।

ABOUT THE AUTHOR

...view details