ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା । ଷ୍ଟାର ପେସ ବୋଲର ଜଶପ୍ରୀତ ବୁମରା ଆହତ କାରଣରୁ ବାଦ ପଡିଛନ୍ତି । ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ଏହି ସିରିଜ ଘରୋଇ ମାଟିରେ ଭାରତର ପ୍ରଥମ ସିରିଜ ହେବ । ତେବେ ଏହି ଗୁରୁତ୍ବପୂର୍ଣ୍ଣ ସିରିଜରେ ବୁମରାଙ୍କ ବିନା ପଡିଆକୁ ଓହ୍ଲାଇବ ଭାରତ ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ବୁମରା ବାଦ - ବୁମରା ବାଦ
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା । ଷ୍ଟାର ପେସ ବୋଲର ଜଶପ୍ରୀତ ବୁମରା ଆହତ କାରଣରୁ ବାଦ ପଡିଛନ୍ତି ।

ଫଟୋ ସୌଜନ୍ୟ: twitter@ICC
ବୁମରା ଅଣ୍ଟାରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରୁଥିବା ଜଣାପଡିଛି । ସେଥିପାଇଁ ବିସିସିଆଇ ପକ୍ଷରୁ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି । ତେବେ ବୁମରାଙ୍କ ବଦଳରେ ଉମେଶ ଯାଦବଙ୍କୁ ଦଳରେ ସାମିଲ କରାଯାଇଛି । ଏନେଇ ବିସିସିଆଇ ପକ୍ଷରୁ ଟ୍ବିଟ କରାଯାଇ ସୂଚନା ଦିଆଯାଇଛି ।
ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଫର୍ମରେ ଥିବା ବୁମରା ଜବରଦସ୍ତ ପ୍ରଦର୍ଶନ କରିଥିଲେ । ଆଇସିସି ବୋଲିଂ ମାନ୍ୟତାର 3 ନଂ ସ୍ଥାନରେ ପହଞ୍ଚିଥିଲେ ।