ଓଡିଶା

odisha

ETV Bharat / sports

ପାକିସ୍ତାନ ସୁପର ଲିଗରେ ବଲ ଟାମ୍ପରିଂ ! - Jason Roy accuses Wahab Riaz

ପାକିସ୍ତାନ ସୁପର ଲିଗ(ପିଏସଏଲ)ରେ ବଲ୍‌ ଟାମ୍ପରିଂ ଅଭିଯୋଗ। ଏହି ଅଭିଯୋଗ ଆଣିଛନ୍ତି ଇଂଲଣ୍ଡ ଓପନର ଜେସନ ରୟ ।

ball-tampering during PSL game
ପାକିସ୍ତାନ ସୁପର ଲିଗରେ ବଲ ଟାମ୍ପରିଂ

By

Published : Feb 24, 2020, 8:15 AM IST

କରାଚୀ: ପାକିସ୍ତାନ ସୁପର ଲିଗ(ପିଏସଏଲ)ରେ ବଲ୍‌ ଟାମ୍ପରିଂ ଅଭିଯୋଗ। ଏହି ଅଭିଯୋଗ ଆଣିଛନ୍ତି ଇଂଲଣ୍ଡ ଓପନର ଜେସନ ରୟ। ଜେସନ ରୟ ପିଏସଏଲ ଫ୍ରାଞ୍ଚାଇଜ କ୍ବେଟା ଗ୍ଳାଡିଏଟରସ ପକ୍ଷରୁ ଖେଳୁଛନ୍ତି। ପେସୱାର ଜଲାମି ବିପକ୍ଷ ମ୍ୟାଚରେ ପାକିସ୍ତାନ ବୋଲର ୱାହାବ ରିଆଜ ବଲ ଟାମ୍ପରିଂ କରିଥିବା ରୟ ଅଭିଯୋଗ ଆଣିଛନ୍ତି ।

ମ୍ୟାଚର 17 ତମ ଓଭରରେ ଏହି ଘଟଣା ଘଟିଥିଲା। ବ୍ୟାଟିଂ କରୁଥିବା ସମୟରେ ୱାହାବ ରିଆଜ, ରିଭର୍ସ ସୁଇଂ ପାଇଁ ବଲ ସହ ମାତ୍ରାଧିକ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ ଜେସନ ରୟ। ଏହାପରେ ଉଭୟ ଖେଳାଳିଙ୍କ ମଧ୍ୟରେ କିଛି କଥାକଟାକଟି ହୋଇଥିଲା । ପରେ କ୍ବେଟା ଗ୍ଳାଡିଏଟର କ୍ୟାପଟେନ ସର୍ଫରାଜ ଅହମ୍ମଦ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ABOUT THE AUTHOR

...view details