ଓଡିଶା

odisha

ETV Bharat / sports

ଜେମ୍ସ ଫକନର ଆହତ, ବିଗ ବାସ୍ ଲିଗରୁ ବାଦ୍‌ - ବିଗ ବାସ୍ ଲିଗରୁ ବାଦ୍‌

ଚଳିତ ବିଗବାସ ଲିଗ(BBL)ରୁ ଆହତ କାରଣରୁ ବାଦ ପଡିଲେ ଅଲରାଉଣ୍ଡର ଜେମ୍ସ ଫକନର । ଅଧିକ ପଢନ୍ତୁ...

James Faulkner ruled out of BBL with hamstring injury
ଜେମ୍ସ ଫକନର ଆହତ, ବିଗ ବାସ୍ ଲିଗରୁ ବାଦ୍‌

By

Published : Jan 18, 2021, 9:42 PM IST

କାନବେରା:ଚଳିତ ବିଗବାସ ଲିଗ(BBL)ରୁ ଆହତ କାରଣରୁ ବାଦ ପଡିଲେ ଅଲରାଉଣ୍ଡର ଜେମ୍ସ ଫକନର । ହୋବାର୍ଟ ହରିକେନ ସୋମବାର ଏନେଇ ଘୋଷଣା କରିଛି ।

ଫକନର ମାଂସପେଶୀ ଟାଣିହେବା କାରଣରୁ ଆହତ ହୋଇଥିବା ଜଣାପଡିଛି । ଫଳରେ ଟୁର୍ଣ୍ଣାମେଟର ଅବଶିଷ୍ଟ ମ୍ୟାଚରୁ ବାଦ ପଡିଛନ୍ତି ।

ଡିସେମ୍ବର 27ରେ ବ୍ରିସବେନ ହିଟ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ ଫକନର । ସୋମବାର ଅପରାହ୍ନରେ ବିବିଏଲରୁ ବାଦ ପଡିବା ପରେ ଘରକୁ ଫେରିଛନ୍ତି ।

"ସ୍କାନ ପାଇଁ ଫକନର ହୋବାର୍ଟ ପହଞ୍ଚିଛନ୍ତି । ବର୍ତ୍ତମାନ ସ୍ଥିତିରେ ସେ କୌଣସି ପ୍ରକାସ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ଅସମର୍ଥ । " ଟ୍ବିଟ ଯୋଗେଁ ହରିକେନ ଏହି ସୂଚନା ଦେଇଛି । ଏଥିସହ ସୁରେ ବ୍ୟାଟିଂ ଅଲରାଉଣ୍ଡର ୱିଲ ଜାକସଙ୍କୁ ସ୍କ୍ବାଡରେ ସାମିଲ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details