ଓଡିଶା

odisha

ETV Bharat / sports

ଆଇସିସିକୁ ଆଣ୍ଡରସନଙ୍କ ଅନୁରୋଧ, ହଟିବ ମଙ୍କଡିଂ ଆଉଟ! - ଇଂଲଣ୍ଡର ଷ୍ଟାର ବୋଲର ଜେମ୍ସ ଆଣ୍ଡରସନ

ବିବାଦୀୟ ମଙ୍କଡିଂ ଆଉଟକୁ ହଟାଇବା ପାଇଁ ଆନ୍ତର୍ଜାତିକ କ୍ରିକେଟ ପରିଷଦ(ଆଇସିସି) ଓ ମେଲବୋର୍ଣ୍ଣ କ୍ରିକେଟ କ୍ଳବ(ଏମସିସି)କୁ ଅନୁରୋଧ କରିଛନ୍ତି ଇଂଲଣ୍ଡର ଷ୍ଟାର ବୋଲର ଜେମ୍ସ ଆଣ୍ଡରସନ ।

ଆଇିସିସିକୁ ଆଣ୍ଡରସନଙ୍କ ଅନୁରୋଧ
Mankading Law

By

Published : Feb 1, 2020, 1:34 PM IST

ହାଇଦ୍ରାବାଦ: ଭଦ୍ରଲୋକଙ୍କ ଖେଳ କ୍ରିକେଟରେ ମାଙ୍କଡିଂ ଆଉଟ ସହଜରେ ଗ୍ରହଣୀୟ ହୋଇନାହିଁ । ଅନେକ ସମୟରେ ଏ ପ୍ରକାର ଆଉଟକୁ ନେଇ ବିବାଦ ଦେଖାଦେଇଛି । ଏହା ଆନ୍ତର୍ଜାତିକ କ୍ରିକେଟ ପରିଷଦ(ଆଇସିସି) ନିୟମର ଅନ୍ତଭୂର୍କ୍ତ। ଏହି ମାଙ୍କଡିଂ ଆଉଟକୁ ହଟାଇବା ପାଇଁ ଇଂଲଣ୍ଡର ଷ୍ଟାର ବୋଲର ଜେମ୍ସ ଆଣ୍ଡରସନ ଆଇସିସି ଓ ମେଲବୋର୍ଣ୍ଣ କ୍ରିକେଟ କ୍ଳବ(ଏମସିସି) ନିକଟରେ ଦାବି କରିଛନ୍ତି ।

ନିକଟରେ 19 ବର୍ଷରୁ କମ କ୍ରିକେଟ ବିଶ୍ବକପ କ୍ବାର୍ଟରଫାଇନାଲରେ ଏହି ମଙ୍କଡିଂ ଆଉଟ ଦେଖିବାକୁ ମିଳିଛି । ପାକିସ୍ତାନ ବିପକ୍ଷ ମ୍ୟାଚରେ ଆଫଗାନିସ୍ତାନ ସ୍ପିନର ନୁର ଅହମ୍ମଦ, ପାକିସ୍ତାନ ବ୍ୟାଟ୍ସମ୍ୟାନ ମହମ୍ମଦ ହୁରାଇରାଙ୍କୁ ମଙ୍କଡିଂ ଆଉଟ କରିଛନ୍ତି । ନୁର ଅହମ୍ମଦ ବୋଲିଂ କରୁଥିବା ସମୟରେ, ହୁରାଇରା ବଲ ପଡିବା ପୂର୍ବରୁ କ୍ରିଜ ଛାଡି ଦେଇଥିଲେ । ଫଳରେ ନୁର ଅହମ୍ମଦ ବଲଦ୍ବାରା ଷ୍ଟମ୍ପ୍ସ ଉଡାଇ ଦେଇଥିଲେ । ଆଇସିସିର ଆଇନ ସମ୍ମତ ହୋଇଥିବାରୁ ଅମ୍ପାୟାର ମାଙ୍କଡିଂ ଆଉଟକୁ ରନ ଆଉଟ ନିର୍ଦ୍ଦେଶ ଦେଇଥିଲେ ।ପାକିସ୍ତାନ ଏହି ମ୍ୟାଚରେ ବିଜୟୀ ହୋଇ 19 ବର୍ଷରୁ କମ ବିଶ୍ବକପ ସେମିଫାଇନାଲରେ ପ୍ରବେଶ କରିଛି । ଫେବୃୟାରୀ 4ରେ ଭାରତ-ପାକିସ୍ତାନ ମଧ୍ୟରେ ସେମିଫାଇନାଲ ଲଢେଇ ହେବ।

ମାଙ୍କଡି ଆଉଟ କଣ ? ନଜର ପକାନ୍ତୁ କେବେଠାରୁ ଏହି ବିବାଦୀୟ ମାଙ୍କଡିଂ ଆଉଟ ଆଇସିସିର ନୀୟମରେ ସ୍ଥାନ ପାଇଛି...

ବର୍ଷ 1947ରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିଥିଲା । ଏହି ଗସ୍ତରେ ଭାରତୀୟ କିମ୍ବଦନ୍ତୀ ବୋଲର ଭିନୋ ମଙ୍କଡ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ବିଲ ବ୍ରାଉନଙ୍କୁ ଆଉଟ କରିଥିଲେ । ବିଲି ବ୍ରାଉନ ବୋଲିଂ ପୂର୍ବରୁ କ୍ରିଜ ଛାଡି ଆଗକୁ ଚାଲିଯାଇଥିଲେ । ଫଳରେ ଭିନୋ ମଙ୍କଡ ନନଷ୍ଟ୍ରାଇକ ପାର୍ଶ୍ବର ଷ୍ଟମ୍ପକୁ ଉଡାଇଦେଇଥିଲେ । ଥରେ ନୁହେଁ 2ଥର ଏହି ପ୍ରକାର ଆଉଟ କରିଥିଲେ ଭିନୋ ମଙ୍କଡ । ଏହି ଆଉଟକୁ ସେତେବେଳର ଅଷ୍ଟ୍ରେଲିଆ କ୍ୟାପଟେନ କିମ୍ବଦନ୍ତୀ କ୍ରିକେଟର ଡନ ବ୍ରାଡମ୍ୟାନ ସମର୍ଥନ କରିଥିଲେ । ମାତ୍ର ଅଷ୍ଟ୍ରେଲିଆର ଗଣମାଧ୍ୟମରେ ଭିନୋ ମଙ୍କଡଙ୍କୁ ସମାଲୋଚନା କରାଯାଇଥିଲା । ଏମିତିକି ମଙ୍କଡଙ୍କ ଉପରେ ଖେଳୁଆଡ ମନୋଭାବର ବିରୋଧ ଅଭିଯୋଗ ଅଷ୍ଟ୍ରେଲିଆ ଗଣମାଧ୍ୟମ ପକ୍ଷରୁ ହୋଇଥିଲା । ଏହାପରେ ଆଇସିସି ଏହାକୁ ରନ ଆଉଟ ଭାବେ ଗ୍ରହଣ କରିଥିଲା । ମଙ୍କଡଙ୍କ ନାମରେ ଏହି ଆଉଟକୁ ମଙ୍କଡିଂ ଆଉଟ କୁହାଗଲା ।

ପରେ ଏକାଧିକ ବାର ଏହିପ୍ରକାର ଆଉଟ ଦେଖାଯାଇଛି । ଗତ ଆଇପିଏଲରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ ଜସ ବଟଲରଙ୍କୁ ମଙ୍କଡିଂ ଆଉଟ କରିଥିଲେ । ଫଳରେ ଏହାକୁ ନେଇ ବିଶ୍ବତମାମ କ୍ରିକେଟ ଦୁନିଆରେ ବିବାଦ ଦେଖାଦେଇଥିଲା । ଅଶ୍ବିନଙ୍କୁ ଅନେକ କ୍ରିକେଟ ଫ୍ୟାନ୍ସ ସମାଲୋଚନା କରିଥିଲେ।

ଭାରତୀୟ ବୋଲର ଭିନୋ ମଙ୍କଡଙ୍କ ନାମରେ ମଙ୍କଡିଂ ନୀୟମ

ABOUT THE AUTHOR

...view details