ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ୱାସିମ ଜାଫର କହିଛନ୍ତି ଯେ ବର୍ତ୍ତମାନ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ହେଉଛନ୍ତି ଦେଶର ସର୍ବଶ୍ରେଷ୍ଠ ହ୍ବାଇଟ ବଲ କ୍ରିକେଟର। କ୍ରିକଟ୍ରାକର ସହ ସାକ୍ଷାତକାର ବେଳେ ଜାଫରଙ୍କୁ ସଚିନ ତେନ୍ଦୁଲକର, ରୋହିତ ଶର୍ମା ଏବଂ କୋହଲିଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ କୁହାଯାଇଥିଲା ଏବଂ ମୁମ୍ବାଇର ମହାନ କ୍ରିକେଟର ବିରାଟ କୋହଲିଙ୍କ ନାଁ କହିଥିଲେ ।
ଟିମ ଇଣ୍ଡିଆ ପାଇଁ 31ଟି ଟେଷ୍ଟ ଖେଳି 1944 ରନ ସ୍କୋର କରିଥିବା ଜାଫରଙ୍କୁ ମଧ୍ୟ ତାଙ୍କର ପ୍ରିୟ ଅଧିନାୟକ ବାଛିବା ପାଇଁ କୁହାଯାଇଥିଲା ଏବଂ ସେ ବର୍ତ୍ତମାନର ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ନା କହିଥିଲେ ।