ଚେନ୍ନାଇ: ଭାରତୀୟ କ୍ରିକେଟରେ ଚଳିତ ଦଶନ୍ଧିର ଶ୍ରେଷ୍ଠ ଫିଲ୍ଡର ହେଉଛନ୍ତି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଏହା କହିଛନ୍ତି ଟିମ ଇଣ୍ଡିଆର ଫିଲ୍ଡିଂ କୋଚ ଆର ଶ୍ରୀଧର । ଭାରତୀୟ ଦଳର ଆକ୍ରମଣାତ୍ମକ ଚିନ୍ତାଧାରା ଓ ଶତପ୍ରତିଶତ ଫିଟିନେସ ହିଁ ଫିଲ୍ଡିଂ ସ୍ତରକୁ ବୃଦ୍ଧି କରିଛି। ଏହି ବିଭାଗରେ ଶକ୍ତିଶାଳୀ କୌଣସି ଏକ ଚମ୍ପିଆନ ଟିମର ପରିଚୟ ବୋଲି 49ବର୍ଷୀୟ ଶ୍ରୀଧର ମତ ଦେଇଛନ୍ତି।
'ଜାଡେଜା, ଦଶନ୍ଧିର ଶ୍ରେଷ୍ଠ ଫିଲ୍ଡର' - ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା
ଚଳିତ ଦଶନ୍ଧିର ଶ୍ରେଷ୍ଠ ଫିଲ୍ଡର ହେଉଛନ୍ତି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଏହା କହିଛନ୍ତି ଟିମ ଇଣ୍ଡିଆର ଫିଲ୍ଡିଂ କୋଚ ଆର ଶ୍ରୀଧର।
ଡିଜାଇନ ଫଟୋ
ଏଥିସହିତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଭାରତ, କ୍ରିକେଟର ସମସ୍ତ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି। କିଛି ଖେଳାଳି ନିକଟରେ ନିଜର ଫିଲ୍ଡିଂର ସ୍ତର ମଧ୍ୟ ବଢାଇଛନ୍ତି । ସେମାନଙ୍କ ମଧ୍ୟରେ ୟୁଜଭେନ୍ଦ୍ର ଚହଲ, ଜଶପ୍ରୀତ ବୁମରା ଓ ଇଶାନ୍ତ ଶର୍ମା ରହିଛନ୍ତି । ରିଦ୍ଧିମାନ ଶାହା ୱିକେଟ ପଛରେ ଅବିଶ୍ବସନୀୟ କ୍ୟାଚ ଧରିଛନ୍ତି । ଏହା ବୋଲରଙ୍କ ମନୋବଳକୁ ବୃଦ୍ଧି କରିବାରେ ସହାୟକ ହୋଇଥିବା କହିଛନ୍ତି ଶ୍ରୀଧର । ଏଥିସହିତ ଆଇସିସି ଫିଲ୍ଡିଂ ରାଙ୍କିଙ୍ଗ ସପକ୍ଷରେ ମତ ରଖିଛନ୍ତି ଟିମ ଇଣ୍ଡିଆର ଫିଲ୍ଡିଂ କୋଚ।