ହାଇଦ୍ରାବାଦ: ଟିମ ଇଣ୍ଡିଆକୁ ବଡ ଝଟକା । ଆଗାମୀ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ବାଦ ପଡିଲେ ସିନିୟର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଏନେଇ ବିସିସିଆଇ ସୂତ୍ରରୁ ସୂଚନା ମିଳିଛି ।
ସିଡନୀରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ବ୍ୟାଟିଂବେଳେ ଜାଡେଜାଙ୍କ ବାମହାତର ଆଙ୍ଗୁଠିରେ ଆଘାତ ଲାଗିଥିଲା । ମିଚେଲ ଷ୍ଟାର୍କଙ୍କ ଏକ ସର୍ଟ ବଲ୍ ଜାଡେଜାଙ୍କ ଗ୍ଳୋବ୍ସରେ ଲାଗିଥିଲା । ସ୍କାନ ପରେ ଏହା ଭାଙ୍ଗିଥିବା ଜଣାପଡିବା ସହ ସୁସ୍ଥ ହେବାକୁ ପ୍ରାୟ 5ରୁ 6 ସପ୍ତାହ ସମୟ ଲାଗିପାରେ ବୋଲି କୁହାଯାଉଛି ।