ଓଡିଶା

odisha

ETV Bharat / sports

ଆମୀରଙ୍କ ସଙ୍ଗୀନ ଅଭିଯୋଗ, ବୋର୍ଡ ଦେଇଛି ମାନସିକ ନିର୍ଯାତନା - ଦ୍ରୁତ ବୋଲର ମହମ୍ମଦ ଆମୀର

ପାକିସ୍ତାନ କ୍ରିକେଟ ବୋର୍ଡ ନାମରେ ସଙ୍ଗୀନ ଅଭିଯୋଗ ଆଣିଲେ ବୋଲର ମହମ୍ମଦ ଆମୀର । ଅଧିକ ପଢନ୍ତୁ...

I've been tortured, says Mohammad Amir, takes indefinite break from international cricket
ବୋର୍ଡ ପକ୍ଷରୁ ମିଳିଛି ମାନସିକ ନିର୍ଯ୍ୟାତନା:ଆମୀର

By

Published : Dec 17, 2020, 10:29 PM IST

କରାଚୀ:ପାକିସ୍ତାନ କ୍ରିକେଟ ବୋର୍ଡକୁ ଲାଗିଲା ବଡ ଝଟକା । ବୋର୍ଡ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ନିଜ ଦେଶର ଖେଳାଳି ମହମ୍ମଦ ଆମୀର । ପିସିବି ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି ଦ୍ରୁତ ବୋଲର ମହମ୍ମଦ ଆମୀର ।

ବୋର୍ଡ ପକ୍ଷରୁ ମିଳିଛି ମାନସିକ ନିର୍ଯ୍ୟାତନା:ଆମୀର

ଏହି ଖୁଲାସା କରିବା ସହ ବର୍ତ୍ତମାନର ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମ୍ୟାନେଜମେଣ୍ଟ ନେତୃତ୍ବରେ କାମ କରିପାରିବେ ନାହିଁ ବୋଲି କହିଥିଲେ । ଏହାପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବିରତି ନେଇଥିବା ଘୋଷଣା କରିଥିଲେ । ତେବେ ପରେ ପିସିବି ଦ୍ବାରା ଏକ ପ୍ରେସ ବିବୃତିରେ ଆମୀର ଅନ୍ତର୍ଜାତୀୟ କ୍ରିକେଟରୁ ଅବସନ ନେଉଥିବା ନେଇ ସୂଚନା ଦିଆଯାଇଛି ।

ବାମହାତୀ ବୋଲର ଆମୀର, ସଦ୍ୟ ସମାପ୍ତ ଲଙ୍କା ପ୍ରିମିୟର ଲିଗରେ ଗାଲେ ଗ୍ଳାଡିଏଟରସ ପକ୍ଷରୁ ଖେଳିଥିଲେ । ପାକିସ୍ତାନ ପହଞ୍ଚିବା ପରେ ନିଷ୍ପତ୍ତି ନେଇ ଆନୁଷ୍ଠାନିକ ଘୋଷଣା କରିବେ ବୋଲି ଆଶା କରାଯାଉଥିଲା ।

ଆମୀର, ବର୍ଷ 2010ରେ ଇଂଲଣ୍ଡ ବିପକ୍ଷ ଲର୍ଡ୍ସ ଟେଷ୍ଟରେ ସ୍ପଷ୍ଟ ଫିକ୍ସିଂ ମାମଲା ଦୋଷୀ ସାବ୍ୟସ୍ତ ହେବାପରେ 5 ବର୍ଷ ପାଇଁ କ୍ରିକେଟରୁ ବାସନ୍ଦ ହୋଇଥିଲେ । ପରେ ଅନ୍ତର୍ଜାତୀୟ କ୍ରିକେଟକୁ 5 ବର୍ଷ ପରେ କମବ୍ୟାକ କରିଥିଲେ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜରେ ଆମୀଙ୍କୁ ବୋର୍ଡ ବାଦ ଦେଇଥିଲା । ଏହା ବୋର୍ଡ ଓ ଆମୀରଙ୍କ ମଧ୍ୟରେ ବିବାଦର କାରଣ ବୋଲି ଅନୁମାନ କରାଯାଉଛି ।

ବର୍ଷ 2009ରେ ପାକିସ୍ତାନ ପକ୍ଷରୁ ଇଂଲଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ଆମୀର । ଏଯାବତ ସେ 259 ୱିକେଟ ନିଜ ନାମରେ କରିଛନ୍ତି । ସେ 2009ରେ ଟି-20 ବିଶ୍ବକପ ଓ 2017 ଚମ୍ପିଆନ୍ସ ଟ୍ରଫି ବିଜେତା ପାକିସ୍ତାନ ଟିମର ବିଜୟୀ ସଦସ୍ୟ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details