ଓଡିଶା

odisha

ETV Bharat / sports

ଟିମ ଇଣ୍ଡିଆକୁ ଆବଶ୍ୟକ 6-8ସପ୍ତାହ ଅଭ୍ୟାସ: ଫିଲ୍ଡିଂ କୋଚ - Bharat Arun on team india

ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ପ୍ରସ୍ତୁତ ହେବାକୁ ଟିମ ଇଣ୍ଡିଆକୁ ଦରକାର 6ରୁ 8ସପ୍ତାହର ଅଭ୍ୟାସ । ଏହା କହିଛନ୍ତି ଫିଲ୍ଡିଂ କୋଚ ଭାରତ ଅରୁଣ ।

it will take us at least 6-8 weeks to play international matches: Bharat Arun
ଟିମ ଇଣ୍ଡିଆକୁ ଆବଶ୍ୟକ 6-8ସପ୍ତାହ ଅଭ୍ୟାସ: ଫିଲ୍ଡିଂ କୋଚ

By

Published : Jun 7, 2020, 10:06 AM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ପ୍ରସ୍ତୁତ ହେବାକୁ ଟିମ ଇଣ୍ଡିଆକୁ ଦରକାର 6ରୁ 8ସପ୍ତାହର ଅଭ୍ୟାସ । ଏହା କହିଛନ୍ତି ଫିଲ୍ଡିଂ କୋଚ ଭାରତ ଅରୁଣ ।

ଟିମ ଇଣ୍ଡିଆକୁ ଆବଶ୍ୟକ 6-8ସପ୍ତାହ ଅଭ୍ୟାସ: ଫିଲ୍ଡିଂ କୋଚ

କୋରୋନା ଭାଇରସ ଲକଡାଉନ ଆଂଶିକ ଭାବେ କୋହଳ ହୋଇଥିଲେ ମଧ୍ୟ, ଆନ୍ତଃରାଜ୍ୟ ଯାତ୍ରା ସ୍ବାଭାବିକ ହୋଇନାହିଁ । ସମସ୍ତ ଖେଳାଳି ନିଜ ନିଜ ହୋମଟାଉନରେ ରହିଛନ୍ତି । ଏପରି ସ୍ଥଳେ ସେମାନେ ନିଜ ଘର ପାଖ, ପଡିଆରେ ଅଭ୍ୟାସ ଆରମ୍ଭ କରିପାରିବେ । ବିସିସିଆଇ ପକ୍ଷରୁ ଅନୁମତି ପରେ, ଖେଳାଳିଙ୍କୁ ଟ୍ରେନିଂ କ୍ୟାମ୍ପରେ ଅଭ୍ୟାସର ସୁଯୋଗ ମିଳିବ ବୋଲି ଫିଲ୍ଡିଂ କୋଚ ଭାରତ ଅରୁଣ କହିଛନ୍ତି । ତେବେ ଅଭ୍ୟାସ ବେଳେ ସାମାଜିକ ଦୂରତା ପାଳନକୁ ଦୃଷ୍ଟିରେ ରଖି, ଖେଳାଳିଙ୍କୁ ଏକସଙ୍ଗେ ନୁହେଁ ବରଂ ବିଭିନ୍ନ ଗ୍ରୁପରେ ବିଭକ୍ତ କରାଯିବା ନେଇ ଲକ୍ଷ୍ୟ ରହିଛି ।

ତେବେ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଅତିକମରେ ପ୍ରସ୍ତୁତ ହେବାପାଇଁ, 6ରୁ 8 ସପ୍ତାହର ଅଭ୍ୟାସ ଆବଶ୍ୟକ । ଅନ୍ତର୍ଜାତୀୟ ମ୍ୟାଚ ପୂର୍ବରୁ ବିସିସିଆଇ ଗୋଟେ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବା ନେଇ ସେ ଆଶାବାଦୀ ଥିବା କହିଛନ୍ତି । ଫଳରେ ସମସ୍ତ ଖେଳାଳି ନିଜର ମ୍ୟାଚ ଫିଟନେସ୍ ପ୍ରମାଣ କରିପାରିବେ ।

ଟିମ ଇଣ୍ଡିଆକୁ ଆବଶ୍ୟକ 6-8ସପ୍ତାହ ଅଭ୍ୟାସ: ଫିଲ୍ଡିଂ କୋଚ

ଏଥିସହିତ ଫିଲ୍ଡିଂ କୋଚ ଭାରତ ଅରୁଣ 2019 ବିଶ୍ବକପ ପରାଜୟକୁ ଏବେବି ଟିମ ଭୁଲିପାରିନି ବୋଲି କହିଛନ୍ତି । ବିଶ୍ବକପ ବିଜୟ ପାଇଁ ଭାରତୀୟ ଟିମ ପ୍ରଥମ ଦାବିବାର ରହିଥିଲା । ସେମିଫାଇନାଲ ପର୍ଯ୍ୟନ୍ତ ଚମ୍ପିଆନ ଟିମ ଭଳି ପ୍ରଦର୍ଶନ ରହିଥିଲା । ତେବେ ବିଶ୍ବକପ ଭଳି ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ ହିଁ ବିଜୟ ଓ ପରାଜୟରେ ଫରକ ଆଣିଥାଏ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details