ହାଇଦ୍ରାବାଦ: ପୂର୍ବତନ ଦକ୍ଷିଣ ଆଫ୍ରିକା ସ୍ପିଡ ଷ୍ଟାର ମଖାୟା ନିତିନ କହିଛନ୍ତି ଅଣ୍ଡର-19 ବିଶ୍ବକପ ହିଁ କୋହଲିଙ୍କ ଭଳି ଖେଳାଳି ଜନ୍ମ କରିଥାଏ । ଉଲ୍ଲେଖଥାଉ କି, 2008ରେ ଭାରତୀୟ ଅଣ୍ଡର-19ଦଳ ଅଧିନାୟକ ଥିବା ଯୁବ ବିରାଟ କୋହଲି ଭାରତକୁ ବିଜୟୀ କରିଥିଲେ ।
'ଅଣ୍ଡର-19 ବିଶ୍ବକପରୁ ବିରାଟଙ୍କ ପରି ବଡ ଖେଳାଳି ମିଳିଥାନ୍ତି' - ଅଣ୍ଡର-19 ବିଶ୍ବକପ
ପୂର୍ବତନ ଦକ୍ଷିଣ ଆଫ୍ରିକା ସ୍ପିଡ ଷ୍ଟାର ମଖାୟା ନିତିନ କହିଛନ୍ତି ଅଣ୍ଡର-19 ବିଶ୍ବକପ ହିଁ କୋହଲିଙ୍କ ଭଳି ଖେଳାଳି ଜନ୍ମ କରିଥାଏ ।

ନିତିନ କହିଛନ୍ତି, "ଯଦି ତମେ ଆଜି ଦିନରେ ବିରାଟ କୋହଲି ଓ କାସିଗୋ ରବଡାଙ୍କ ପରି ଖେଳାଳିଙ୍କୁ ଦେଖିବେ । ସେମାନେ ସମସ୍ତେ ନିଜ ନିଜର ପ୍ରଦର୍ଶନ ଅଣ୍ଡର-19 ବିଶ୍ବକପରୁ ଆରମ୍ଭ କରିଛନ୍ତି । ଆଉ ଆଜି ସେମାନେ କେଉଁଠି ।" ଆଇସିସି ପାଇଁ ଲେଖୁଥିବା ଏହି ଭେଟେରାନ ବୋଲର ଲେଖିଛନ୍ତି, ବର୍ତ୍ତମାନ କିଛି ବିଗ ଷ୍ଟାରମାନେ ଅଣ୍ଡର-19ରୁ ନିଜର ଖେଳ ଆରମ୍ଭ କଲେଣି । ଅର୍ଥାତ ଯେଉଁମାନେ ଏବେ ଏହି ଦଳରୁ ଖେଳ ଆରମ୍ଭ କରୁଛନ୍ତି । ଆଗକୁ ତାଙ୍କ ଭବିଷ୍ୟତ ସମଗ୍ର ବିଶ୍ବ ଦେଖିବ । କାରଣ ଏହା ହିଁ ଗୋଟିଏ ପ୍ଲାଟ ଫର୍ମ । ଯେଉଁଠି ଯୁବ ଖେଳାଳିଙ୍କ ଉପରେ ସାରା ବିଶ୍ବ କ୍ରିକେଟ ନଜର ରଖିଥାଏ ।
ତେବେ ଆଗାମୀ ଅଣ୍ଡର-19 ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଦକ୍ଷିଣ ଆଫ୍ରିକାରେ ଜାନୁଆରୀ 17ରୁ ଫେବୃୟାରୀ 9 ତାରିଖ ଯାଏଁ ଅନୁଷ୍ଠିତ ହେବାକୁ ଯାଉଛି ।