ଓଡିଶା

odisha

ETV Bharat / sports

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଫିଟ ହେବେ ଇଶାନ୍ତ ଶର୍ମା ! - ଜାତୀୟ କ୍ରିକେଟ ଏକାଡେମୀ

ପୂର୍ବତନ ଟିମ ଇଣ୍ଡିଆ କ୍ୟାପଟେନ ତଥା ଜାତୀୟ କ୍ରିକେଟ ଏକାଡେମୀ(NCA) ମୁଖ୍ୟ ରାହୁଲ ଦ୍ରାବିଡଙ୍କ ନିକଟରୁ ଏକ ଚିଠି ବିସିସିଆଇକୁ ଲେଖାଯାଇଛି । ଯେଉଁଥିରେ ଇଶାନ୍ତ ଶର୍ମା ନଭେମ୍ବର 18 ସୁଦ୍ଧା ବୋଲିଂ ଆରମ୍ଭ କରିପାରିବେ ବୋଲି ଆଶା କରାଯାଉଥିବା ଦର୍ଶାଯାଇଛି । ଅଧିକ ପଢନ୍ତୁ...

Ishant Sharma to be fit for Australia tour: Report
ଅଷ୍ଟ୍ରେଲିଆ ଗସ୍ତ ପାଇଁ ଫିଟ ହେବେ ଇଶାନ୍ତ ଶର୍ମା !

By

Published : Oct 26, 2020, 7:55 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଡିସେମ୍ବରରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଫିଟ ହୋଇଥିବେ ଟିମ ଇଣ୍ଡିଆର ଅଭିଜ୍ଞ ପେସର ଇଶାନ୍ତ ଶର୍ମା । ଆହର କାରଣରୁ ଇଶାନ୍ତ ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ତେବେ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ପୂର୍ବରୁ ସେ ସୁସ୍ଥ ହୋଇସାରିଥିବେ ବୋଲି ସୂଚନା ମିଳିଛି ।

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଫିଟ ହେବେ ଇଶାନ୍ତ ଶର୍ମା !

ସିରିଜର ପ୍ରଥମ ଟେଷ୍ଟ ଆଡିଲେଡରେ ଡିସେମ୍ବର 17ରୁ ଆରମ୍ଭ ହେବାନେଇ ସୂଚୀ ରହିଛି । ତେବେ ଏଯାବତ ଏହି ସିରିଜକୁ ନେଇ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ପକ୍ଷରୁ କୌଣସି ଔପଚାରିକ ଘୋଷଣା ହୋଇନାହିଁ ।

ଏକ କ୍ରିକେଟ ୱେବସାଇଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପୂର୍ବତନ ଟିମ ଇଣ୍ଡିଆ କ୍ୟାପଟେନ ତଥା ଜାତୀୟ କ୍ରିକେଟ ଏକାଡେମୀ(NCA) ମୁଖ୍ୟ ରାହୁଲ ଦ୍ରାବିଡଙ୍କ ନିକଟରୁ ଏକ ଚିଠି ବିସିସିଆଇକୁ ଲେଖାଯାଇଛି । ଯେଉଁଥିରେ ଇଶାନ୍ତ ନଭେମ୍ବର 18 ସୁଦ୍ଧା ବୋଲିଂ ଆରମ୍ଭ କରିପାରିବେ ବୋଲି ଆଶାକରାଯାଉଥିବା ଦର୍ଶାଯାଇଛି ।

ଆଇପିଏଲ ମ୍ୟାଚରେ ଆହତ ହେବାପରେ ଇଶାନ୍ତ, ଜାତୀୟ କ୍ରିକେଟ ଏକାଡେମୀରେ ଚିକିତ୍ସିତ ହେଉଛନ୍ତି ।

ତେବେ ଟେଷ୍ଟ ମ୍ୟାଚରେ ବୋଲିଂ କରିବା ପୂର୍ବରୁ ଇଶାନ୍ତଙ୍କୁ ଅତିକମରେ ଗୋଟିଏ ଅଭ୍ୟାସ ମ୍ୟାଚ ଖେଳିବା ଜରୁରୀ ବୋଲି ଏନସିଏ ପକ୍ଷରୁ କୁହାଯାଇଛି ।

ଆହତ ଇଶାନ୍ତ ଶର୍ମା 97ଟି ଟେଷ୍ଟରୁ 297 ଟେଷ୍ଟ ୱିକେଟ ନିଜ ନାମରେ କରିଛନ୍ତି । କପିଳ ଦେବଙ୍କ ପରେ 100ତମ ଟେଷ୍ଟ ମ୍ୟାଚ ଖେଳିବାରେ ଦ୍ବିତୀୟ ଭାରତୀୟ ବୋଲର ହେବେ ଇଶାନ୍ତ ।

2020 ବର୍ଷରେ ଏହା ଇଶାନ୍ତଙ୍କ ଦ୍ବିତୀୟ ଆହତ ଘଟଣା । ଚଳିତ ବର୍ଷ ଫେବୃଆରୀରେ ମଧ୍ୟ ଆହତ ହୋଇଥିଲେ ଏହି ଭାରତୀୟ ବୋଲର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details