ଓଡିଶା

odisha

By

Published : Aug 30, 2020, 2:07 PM IST

ETV Bharat / sports

ଶରୀର ମୋର ଯେପର୍ଯ୍ୟନ୍ତ ସକ୍ଷମ ଅଛି ସେ ପର୍ଯ୍ୟନ୍ତ ଖେଳିବି: ଇଶାନ୍ତ ଶର୍ମା

ଅର୍ଜୁନ ପୁରସ୍କାର ବିଜେତା ଇଶାନ୍ତ କହିଛନ୍ତି ଯେ, କମ ବୟସରୁ ମତେ କ୍ରିକେଟ ପାଇଁ ଏକ ପ୍ରକାର ଜୋସ୍ ଆସିଯାଇଥିଲା ଓ ସେହି ଦିନ ଠାରୁ ଶତ ପ୍ରତିଶତ ପ୍ରୟାସ କରୁଛି । କ୍ରିକେଟ ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରିଛି ତାହାର ଉଦ୍ଦେଶ୍ୟ ହେଲା ଭାରତକୁ ଗର୍ବିତ କରିବା । ଯେପର୍ଯ୍ୟନ୍ତ ମୋ ଶରୀର ସକ୍ଷମ ସେ ଯାଏଁ ଖେଳିବି ।

ଦୁବାଇ: ଜାତୀୟ କ୍ରୀଡା ଦିବସ ଦିନ ଭାରତୀୟ କ୍ରିକେଟର ଇଶାନ୍ତ ଶର୍ମାଙ୍କୁ ମିଳିଛି ଅର୍ଜୁନ ପୁରସ୍କାର । ଏହି 31ବର୍ଷୀୟ ଏହି ବୋଲର କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଶରୀର ମୋର ସକ୍ଷମ ଅଛି ସେ ଯାଏଁ କ୍ରିକେଟ ଖେଳିବି ।

ଅର୍ଜୁନ ପୁରସ୍କାର ବିଜେତା ଇଶାନ୍ତ କହିଛନ୍ତି ଯେ, କମ ବୟସରୁ ମତେ କ୍ରିକେଟ ପାଇଁ ଏକ ପ୍ରକାର ଜୋସ୍ ଆସିଯାଇଥିଲା ଓ ସେହି ଦିନ ଠାରୁ ଶତ ପ୍ରତିଶତ ପ୍ରୟାସ କରୁଛି । କ୍ରିକେଟ ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରିଛି ତାହାର ଉଦ୍ଦେଶ୍ୟ ହେଲା ଭାରତକୁ ଗର୍ବିତ କରିବା । ଯେପର୍ଯ୍ୟନ୍ତ ମୋ ଶରୀର ସକ୍ଷମ ସେ ଯାଏଁ ଖେଳିବି ।

ଆହୁରି ମଧ୍ୟ ସେ କହିଛନ୍ତି, ମୁଁ କ୍ରୀଡା ମନ୍ତ୍ରଣାଳୟକୁ ହୃଦୟରୁ ଧନ୍ୟବାଦ । ଏହି ଯାତ୍ରାରେ ଆଗକୁ ବଢିବା ପାଇଁ ବିସିସିଆଇର ସମର୍ଥନ ଓ ସାହାଯ୍ୟ ପାଇଁ ବି ଧନ୍ୟବାଦ । ମୁଁ ଅର୍ଜୁନ ପୁରସ୍କାର ପାଇଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।

ABOUT THE AUTHOR

...view details