ନୂଆଦିଲ୍ଲୀ: ନିଜର ଦୀର୍ଘ ଅନ୍ତର୍ଜାତୀୟ କ୍ୟାରିୟରରେ ସମୟକ୍ରମେ କିନ୍ତୁ ନିଶ୍ଚିତ ଭାବରେ ଭାରତୀୟ କ୍ରିକେଟର ଏକ ଲୁକ୍କାୟିତ ରତ୍ନ ଭାବେ ଉଭା ହୋଇଛନ୍ତି ଇଶାନ୍ତ ଶର୍ମା । କିଛି ବର୍ଷରେ ଇଶାନ୍ତ ଭାରତୀୟ ଦଳ ପାଇଁ ଏକ ଭଲ ଫାଷ୍ଟ ବୋଲର ଭାବରେ ଉଭା ହୋଇଛନ୍ତି ଏବଂ ବର୍ତ୍ତମାନ ଟେଷ୍ଟ କ୍ରିକେଟରେ ଫାଷ୍ଟ ବୋଲିଂ ବିଭାଗରେ ଦାୟିତ୍ବ ନେଉଛନ୍ତି ।
ଏହି ପେସମ୍ୟାନ ଆରମ୍ଭରୁ ଇଣ୍ଡିଆନ ପ୍ରିମିୟର ଲିଗ ସହିତ ଜଡିତ ଅଛନ୍ତି । ବର୍ଷ ବର୍ଷ ଧରି ଅନେକ ଫ୍ରାଞ୍ଚାଇଜ ପାଇଁ ସେ ଖେଳିଥିଲେ । ଗତ ସିଜନରେ ତାଙ୍କୁ ଘରୋଇ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ନେଇଥିଲା । 2016ରେ ତାଙ୍କର ଶେଷ ଦିନିକିଆ ଏବଂ 2013ରେ ଶେଷ ଟି-20 ଖେଳିଥିବା ଇଶାନ୍ତ ସୀମିତ ଓଭରର ଏକ ଅଂଶ ନଥିବା ବେଳେ ଆଇପିଏଲରେ ନିଜର ଚୟନକୁ ନେଇ ନିଶ୍ଚିତ ନଥିଲେ ।
କୋଚ ରିକି ପଣ୍ଟିଂଙ୍କ ସହ ଚାଟ କରିବା ପରେ ଇଶାନ୍ତ ଭଲ ପ୍ରଦର୍ଶନ କରିବାକୁ ଉତ୍ସାହିତ ହୋଇଥିଲେ । ଏନେଇ ସେ ତାଙ୍କ ଆଇପିଏଲ ଫ୍ରାଞ୍ଚାଇଜ ସହିତ ନିକଟରେ ଏକ ଇନଷ୍ଟାଗ୍ରାମ ଲାଇଭରେ ପ୍ରକାଶ କରିଥିଲେ ।