ଓଡିଶା

odisha

ETV Bharat / sports

ଭାରତ ବନାମ ଅଷ୍ଟ୍ରେଲିଆ: ପ୍ରଥମ ଦୁଇ ଟେଷ୍ଟ ଖେଳିବେନି ରୋହିତ, ଈଶାନ୍ତ - ରୋହିତ ଶର୍ମା

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜର ପ୍ରଥମ ଦୁଇଟି ଟେଷ୍ଟରୁ ବାଦ୍‌ ପଡ଼ିବେ ରୋହିତ ଶର୍ମା ଓ ଈଶାନ୍ତ ଶର୍ମା । ଅଧିକ ପଢ଼ନ୍ତୁ...

Ishant, Rohit ruled out, Ishant Rohit ruled out of first two Tests, Test series against Australia, report, ଭାରତ ବନାମ ଅଷ୍ଟ୍ରେଲିଆ, ପ୍ରଥମ ଦୁଇ ଟେଷ୍ଟ ଖେଳିବେନି ରୋହିତ ଇଶାନ୍ତ, ରୋହିତ ଶର୍ମା, ଇଶାନ୍ତ ଶର୍ମା
ଭାରତ ବନାମ ଅଷ୍ଟ୍ରେଲିଆ: ପ୍ରଥମ ଦୁଇ ଟେଷ୍ଟ ଖେଳିବେନି ରୋହିତ, ଇଶାନ୍ତ

By

Published : Nov 24, 2020, 3:33 PM IST

ନୂଆଦିଲ୍ଲୀ: ଏଡିଲେଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବୋର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ପ୍ରଥମ ଦୁଇଟି ଟେଷ୍ଟ ରୋହିତ ଶର୍ମା ଓ ଈଶାନ୍ତ ଶର୍ମା ଖେଳିବେ ନାହିଁ ବୋଲି ସୂଚନା ରହିଛି ।

ତେବେ ଶେଷ ଦୁଇଟି ଟେଷ୍ଟ ଉଭୟ ଖେଳାଳି ଖେଳିବେ ନା ନାହିଁ ତାହା ବିସିସିଆଇର ନିଷ୍ପତ୍ତି ଉପରେ ନିର୍ଭର କରିବ ବୋଲି ସୂଚନା ମିଳିଛି ।

ବୋଲିଂ ଫିଟନେସ ହାସଲ କରିଥିବା ଈଶାନ୍ତ ଶର୍ମା ଆସନ୍ତା ବର୍ଷ ଜାନୁଆରୀ 7 ରେ ସିଡନୀରେ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ ପାଇଁ ଟେଷ୍ଟ ପୂର୍ବରୁ ତୁରନ୍ତ ବିମାନରେ ଯାତ୍ରା କରିପାରନ୍ତି । ତେବେ ଏନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

ତେବେ ବିସିସିଆଇ ସୂତ୍ରରୁ କୁହାଯାଇଛି ଯେ, ‘‘ଯଦି କୌଣସି ଟି-20 ମ୍ୟାଚରେ ବୋଲିଂ କରିବାକୁ ହୁଏ ତେବେ ଈଶାନ୍ତ 4 ଓଭର ବୋଲିଂ କରିପାରିବେ । କିନ୍ତୁ ଯଦି ଟେଷ୍ଟ ମ୍ୟାଚ କଥା ଆସେ, ତେବେ ବର୍ତ୍ତମାନ ତାଙ୍କୁ ସେଥିପାଇଁ ପ୍ରସ୍ତୁତ ହେବାକୁ ଆହୁରି 4 ସପ୍ତାହ ସମୟ ଆବଶ୍ୟକ।’’

ସେପଟେ ରୋହିତ ଶର୍ମା ବର୍ତ୍ତମାନ ଜାତୀୟ କ୍ରିକେଟ ଏକାଡେମୀରେ ରହିଛନ୍ତି ଓ ତାଙ୍କ ହାମଷ୍ଟ୍ରିଙ୍ଗରେ ଲାଗିଥିବା ଆଘାତରୁ ସୁସ୍ଥ ହେଉଛନ୍ତି । ଆଇପିଏଲର 13ତମ ସଂସ୍କରଣ ବେଳେ ରୋହିତ ଆହତ ହୋଇଥିଲେ ।

ବିସିସିଆଇ ପରିଚାଳନା ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି ଯେ, ଯଦି ରୋହିତ ଶର୍ମା ପୁରା ଟିମ ସହିତ ଅଷ୍ଟ୍ରେଲିଆ ଯାଇଥାନ୍ତେ ତେବେ ତାଙ୍କର ଟେଷ୍ଟ ସିରିଜ ଖେଳିବାର ଅଧିକ ସମ୍ଭାବନା ରହିଥିଲା ।

ଯଦି ଅତି ଶୀଘ୍ରତାର ସହ ରୋହିତ ଡିସେମ୍ବର 8ରେ ମଧ୍ୟ ଯାତ୍ରା କରନ୍ତି, ତେବେ ତାଙ୍କୁ ଦୁଇ ସପ୍ତାହ ପର୍ଯ୍ୟନ୍ତ କ୍ବାରେଣ୍ଟାଇନରେ ରହିବାକୁ ହେବ । ଯାହା ତାଙ୍କୁ ଡିସେମ୍ବର 22 ପର୍ଯ୍ୟନ୍ତ ଅଭ୍ୟାସରୁ ଦୂରେଇ ରଖିବ ବୋଲି ରିପୋର୍ଟରେ କୁହାଯାଇଛି ।

ପୂର୍ବରୁ ଗତ ରବିବାର ଭାରତୀୟ ହେଡ୍‌ କୋଚ ରବି ଶାସ୍ତ୍ରୀ କହିଥିଲେ ଯେ ଯଦି ରୋହିତ ଓ ଈଶାନ୍ତ ଟେଷ୍ଟ ସିରିଜରେ ଭାଗ ନେବାକୁ ଚାହୁଁଛନ୍ତି ତେବେ ତାଙ୍କୁ 4-5 ଦିନ ମଧ୍ୟରେ ଅଷ୍ଟ୍ରେଲିଆ ପାଇଁ ବିମାନ ଧରିବାକୁ ହେବ ।

@IANS

ABOUT THE AUTHOR

...view details