ଓଡିଶା

odisha

ETV Bharat / sports

300 ୱିକେଟ ପୂରଣ କଲେ ଈଶାନ୍ତ ଶର୍ମା - କପିଳ ଦେବ

କପିଳ ଦେବ ଓ ଜାହିର ଖାନ ଅନ୍ୟ ଦୁଇ ଭାରତୀୟ ଦ୍ରୁତ ବୋଲର ଭାବେ 300 ୱିକେଟ ହାସଲ କରିଛନ୍ତି । ଅଧିକ ପଢନ୍ତୁ...

Ishant becomes 3rd Indian pacer to take 300 Test wickets
300 ୱିକେଟ ପୂରଣ କଲେ ଇଶାନ୍ତ ଶର୍ମା

By

Published : Feb 8, 2021, 7:29 PM IST

ଚେନ୍ନାଇ: ଭେଟେରାନ ଦ୍ରୁତ ବୋଲର ଈଶାନ୍ତ ଶର୍ମା ସୋମବାର ଟେଷ୍ଟ କ୍ରିକେଟର 300 ୱିକେଟ ପୂରଣ କରିଛନ୍ତି । ଏମ.ଏ ଚିଦାମ୍ବରମ ଷ୍ଟାଡିୟମ ଚେନ୍ନାଇରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଏହି ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି ଈଶାନ୍ତ । ପ୍ରଥମ ଟେଷ୍ଟର 4ର୍ଥ ଦିନରେ ଇଂଲଣ୍ଡର ଦ୍ବିତୀୟ ଇଂନିସରେ ବ୍ୟାଟ୍ସମ୍ୟାନ ଡାନିଏଲ ଲରେନ୍ସଙ୍କୁ ଆଉଟ କରିବା ସହ 300 ୱିକେଟ ପୂରଣ କରିଛନ୍ତି ଈଶାନ୍ତ ।

ଲରେନ୍ସ 47 ବଲରୁ 18 ରନରେ ବ୍ୟାଟିଂ କରୁଥିବାବେଳେ, ଈଶାନ୍ତ ଲେଗ ବିଫୋର ଆଉଟ କରି ତାଙ୍କୁ ପାଭିଲିୟନ ଫେରାଇଦେଇଥିଲେ ।

ତେବେ ଏହି ମାଇଲଷ୍ଟୋନକୁ ଅତିକ୍ରମ କରିବାରେ ଈଶାନ୍ତ ତୃତୀୟ ଭାରତୀୟ ଦ୍ରୁତ ବୋଲର ହୋଇଛନ୍ତି । କ୍ରିକେଟର ଲମ୍ବା ଫର୍ମାଟରେ, ପୂର୍ବରୁ କପିଳ ଦେବ ଓ ଜାହିର ଖାନ ଅନ୍ୟ ଦୁଇ ଭାରତୀୟ ଦ୍ରୁତ ବୋଲର ଭାବେ 300 ୱିକେଟର ମାଇନଷ୍ଟୋନରେ ପହଞ୍ଚିଥିଲେ ।

ରବିଚନ୍ଦ୍ରନ ଅଶ୍ବିନ, ଅନିଲ କୁମ୍ବଲେ ଓ ହରଭଜନ ସିଂହ ମଧ୍ୟ ଟେଷ୍ଟ କ୍ରିକେଟରେ 300ରୁ ଅଧିକ ୱିକେଟ ନିଜ ନାମରେ କରିଛନ୍ତି । ତେବେ ଈଶାନ୍ତ 300 ୱିକେଟ ହାସଲ କରିବାକୁ 98ଟି ଟେଷ୍ଟ ନେଇଛନ୍ତି । ଅଶ୍ବିନ 54ଟି ମ୍ୟାଚରୁ ଏହି ମାଇଲଷ୍ଟୋନରେ ପହଞ୍ଚିବା ସହ ଦ୍ରୁତତମ ଭାରତୀୟ ବୋଲର ରହିଛନ୍ତି । ସେହିପରି କୁମ୍ବଲେ 66, ହରଭଜନ 72, କପିଳ ଦେବ 83 ଓ ଜାହିର ଖାନ 89ଟି ଟେଷ୍ଟରୁ 300 ୱିକେଟ ପୂରଣ କରିଥିଲେ ।

ଟେଷ୍ଟ କ୍ରିକେଟରେ ଅନିଲ କୁମ୍ବଲେ ଭାରତ ପାଇଁ 619 ୱିକେଟ ସହ ସର୍ବାଧିକ ୱିକେଟ ହାସଲ କରିଥିବା ଖେଳାଳି ରହିଛନ୍ତି । କପିଳ ଦେବ 434 ଓ ହରଭଜନ ସିଂହଙ୍କ ନାମରେ 417 ୱିକେଟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details