ଓଡିଶା

odisha

ପିଙ୍କ୍‌ ବଲ ଟେଷ୍ଟ: ଗୋଲାପୀ ବଲରେ ଇତିହାସ ରଚିଲେ ଇଶାନ୍ତ ଶର୍ମା

ପ୍ରଥମ ଭାରତୀୟ ଭାବେ ପିଙ୍କ୍‌ ବଲରେ ପ୍ରଥମ 5 ୱିକେଟ ହଲ ଅକ୍ତିଆର କରିଛନ୍ତି ଦୃତ ବୋଲର ଇଶାନ୍ତ ଶର୍ମା ।

By

Published : Nov 22, 2019, 9:07 PM IST

Published : Nov 22, 2019, 9:07 PM IST

ପିଙ୍କ୍‌ ବଲ ଟେଷ୍ଟ

କୋଲକାତା: ଶୁକ୍ରାବାର ଠୁ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଆରମ୍ଭ ହୋଇଛି ଐତିହାସିକ ଡେ/ନାଇଟ ଟେଷ୍ଟ ମ୍ୟାଚ । ଯାହାକି ପିଙ୍କ ବଲରେ ଖେଳାଯାଉଛି । ଗୋଲାପୀ ବଲରେ ନିଜର ଯାଦୁ ଦେଖାଇଛନ୍ତି ଭାରତୀୟ ପେସ ଷ୍ଟାର । ଏଥି ସହ ପ୍ରଥମ ଦିନରେ ଏହି ଐତାହାସିକ ଟେଷ୍ଟ ମ୍ୟାଚରେ ଇତିହାସ ରହିଛନ୍ତି ଦୃତ ବୋଲର ଇଶାନ୍ତ ଶର୍ମା । ସେ ପ୍ରଥମ ଭାରତୀୟ ଭାବେ ପିଙ୍କ୍‌ ବଲରେ ପ୍ରଥମ 5 ୱିକେଟ ହଲ ଅକ୍ତିଆର କରିଛନ୍ତି ।

ତେବେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା ଅତିଥି ବାଂଲାଦେଶ । ପ୍ରଥମ ଦିନ ଖେଳର ଲଞ୍ଚ ବ୍ରେକ ପୂର୍ବରୁ ହିଁ ବାଂଲା ଦଳକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ ଭାରତୀୟ ପେସ ବୋଲର । 30.3 ଓଭରର ଖେଳରେ ମାତ୍ର 106ରନ କରି ସମସ୍ତ ୱିକେଟ ହରାଇଥିଲା ଭ୍ରମଣକାରୀ ଦଳ । ଭାରତୀୟ ବୋଲିଂ ବିଭାଗରେ 5 ୱିକେଟ ନେଇଛନ୍ତି ଇଶାନ୍ତ ଶର୍ମା । ତାଙ୍କ ବ୍ୟତିତ ଉମେଶ ଯାଦବ 3ଟି ଓ ମହମ୍ମଦ ଶାମି ଦୁଇଟି ୱିକେଟ ଅକ୍ତିଆର କରିଛନ୍ତି । ତେବେ ରବିନ୍ଦ୍ର ଜାଡେଜା ଏକମାତ୍ର ସ୍ପିନର ଭାବେ ମାତ୍ର ଗୋଟିଏ ଓଭର ବୋଲିଂ କରିଛନ୍ତି ।

ABOUT THE AUTHOR

...view details