ନୂଆଦିଲ୍ଲୀ: କୋରୋନା ବିରୋଧି ଲଢେଇରେ ସାମିଲ ହୋଇଛନ୍ତି ବେଙ୍ଗଲ କ୍ରିକେଟର ଇଶାନ ପୋରେଲ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 20,000 ଓ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ 20,000 ଟଙ୍କା ଦାନ କରିଛନ୍ତି ଇଶାନ । ଏଥିସହିତ ଏକ ହସ୍ପିଟାଲକୁ ମାସ୍କ, ଗ୍ଳୋବ୍ସ , ସାନିଟାଇଜର ପାଇଁ 10,000 ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ନିଜ ଅଞ୍ଚଳର 100 ପରିବାରଙ୍କୁ ଚାଉଳ ସହ ରାସନ ଜିନିଷ ମଧ୍ୟ ପ୍ରଦାନ କରିଛନ୍ତି ।
କୋରୋନା ସହାୟତା: 50 ହଜାର ଦେଲେ ବେଙ୍ଗଲ କ୍ରିକେଟର ଇଶାନ ପୋରେଲ - ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ
କୋରୋନା ବିରୋଧୀ ଲଢେଇରେ ସାମିଲ ହୋଇଛନ୍ତି ବେଙ୍ଗଲ କ୍ରିକେଟର ଇଶାନ ପୋରେଲ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 20,000 ଓ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ 20,000 ଟଙ୍କା ଦାନ କରିଛନ୍ତି ଇଶାନ ।
![କୋରୋନା ସହାୟତା: 50 ହଜାର ଦେଲେ ବେଙ୍ଗଲ କ୍ରିକେଟର ଇଶାନ ପୋରେଲ Ishan Porel donates](https://etvbharatimages.akamaized.net/etvbharat/prod-images/768-512-6627905-731-6627905-1585813865650.jpg)
କୋରୋନା ସହାୟତା: 50ହଜାର ଦାନ କଲେ ବେଙ୍ଗଲ କ୍ରିକେଟର ଇଶାନ ପୋରେଲ
ଇଶାନ୍ତ ପୋରେଲଙ୍କ ଘର ସ୍ଥାନୀୟ ଚନ୍ଦନନଗର ଅଞ୍ଚଳରେ । ମହାମାରୀ କୋରୋନା ଭାଇରସ ସଂକ୍ରମଣରୁ ବର୍ତ୍ତିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ସାରା ଦେଶରେ 21 ଲକଡାଉନ ଘୋଷଣା କରିଛନ୍ତି । ଲକଡାଉନକୁ ମାନି ବିନା କାରଣରୁ ଘରୁ ନ ବାହାରିବାକୁ ଇଶାନ୍ତ, ସ୍ଥାନୀୟ ଲୋକଙ୍କୁ ଅପିଲ କରିଛନ୍ତି ।