ହାଇଦ୍ରାବାଦ: ଡେବ୍ୟୁ ମ୍ୟାଚରେ ଦମଦାର ପ୍ରଦର୍ଶନ ପରେ ଭାରତୀୟ ଯୁବ ଓପନରଙ୍କ ପ୍ରଶଂସାରେ ବିଶ୍ବ କ୍ରୀଡା ଜଗତ । ଏହି କ୍ରମରେ ପାକିସ୍ତାନ କ୍ରିକେଟର ମଧ୍ୟ ବାଦ ପଡିନାହାନ୍ତି । ପାକିସ୍ତାନର ପୂର୍ବତନ କ୍ରିକେଟର ରମିଜ ରାଜା ଇଶାନଙ୍କୁ 'ଗେମ୍ ଚେଞ୍ଜର' ବୋଲି କହିଛନ୍ତି ।
ରବିବାର ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟି20ରେ ଡେବ୍ୟୁ କରିବା ସହ ଇଶାନ ବିସ୍ଫୋରକ ବ୍ୟାଟିଂ ସହ 56 ରନର ଇଂନିସ ଖେଳିଥିଲେ । ଅନ୍ତର୍ଜାତୀୟ ଟି20 ଡେବ୍ୟୁ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବାରେ ବିଶ୍ବରେ ଦ୍ବିତୀୟ କ୍ରିକେଟର ଭାବେ ରେକର୍ଡ ମଧ୍ୟ କରିଛନ୍ତି । କ୍ୟାପଟେନ ବିରାଟ କୋହଲିଙ୍କ ସହ ମିଶି 94 ରନର ଭାଗିଦାରୀ କରିବା ସହ ଭାରତକୁ 7 ୱିକେଟରେ ବିଜୟୀ ହେବାରେ ପ୍ରମୁଖ ଭୂମିକା ନିଭାଇଥିଲେ ।