ଓଡିଶା

odisha

ETV Bharat / sports

ଓସିଏ ନିର୍ବାଚନରେ ପକ୍ଷପାତିତା ଅଭିଯୋଗ - ଗଞ୍ଜାମ ଜିଲ୍ଲା କ୍ରିକେଟ ସଂଘ

କାଲି ନିର୍ବାଚନ ସରିଲା । ଆଜି ଆସିଲା ସଙ୍ଗୀନ ଅଭିଯୋଗ । ଓସିଏ ନିର୍ବାଚନରେ ପକ୍ଷପାତିତା ହୋଇଛି । ଏହା ସହ ନିର୍ବାଚନୀ ନିୟମର ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ ହୋଇଛି । ଚୂଡାନ୍ତ ହୋଇଥିବା ଭୋଟର ତାଲିକା ଭୁଲ । ଏଭଳି ସାଙ୍ଘାତିକ ଅଭିଯୋଗ ବାଢିଛନ୍ତି ଗଞ୍ଜାମ ଜିଲ୍ଲା କ୍ରିକେଟ ସଂଘ ସଭାପତି ରମେଶ ଚନ୍ଦ୍ର ପାତ୍ର ।

ଓସିଏ ନିର୍ବାଚନରେ ପକ୍ଷପାତିତା ଅଭିଯୋଗ

By

Published : Sep 28, 2019, 9:22 PM IST

କଟକ: ସ୍ବଚ୍ଛ ଓ ଅବାଧ ବୋଲାଉ ଥିବା ଓସିଏ ନିର୍ବାଚନରେ ପକ୍ଷପାତିତା ହୋଇଥିବା ଅଭିଯୋଗ ହୋଇଛି । ନିର୍ବାଚନୀ ନିୟମ ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ ହୋଇଛି ଏବଂ ଚୂଡାନ୍ତ ହୋଇଥିବା ଭୋଟର ତାଲିକା ଭୁଲ ବୋଲି ଅଭିଯୋଗ ବାଢିଛନ୍ତି ଗଞ୍ଜାମ ଜିଲ୍ଲା କ୍ରିକେଟ ସଂଘ ସଭାପତି ରମେଶ ଚନ୍ଦ୍ର ପାତ୍ର ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା କଟକ

ରମେଶଙ୍କ କହିବାନୁଯାୟୀ, ଗଞ୍ଜାମ ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ଯାହାକୁ ଭୋଟର ହିସାବରେ ସ୍ଥାନ ମିଳିଛି ତାଙ୍କ ସ୍ଥାନରେ ସଂଘର ଅନ୍ୟ ଏକ ବରିଷ୍ଠ ବ୍ୟକ୍ତିଙ୍କୁ ସ୍ଥାନ ମିଳବା କଥା । କାରଣ ଏହି କଥାକୁ ସ୍ପଷ୍ଟ ଭାବେ ଜିଲ୍ଲା କୋର୍ଟର ଜର୍ଜ ଉଲ୍ଲେଖ କରିଥିଲେ । କିନ୍ତୁ ଯେଉଁ ଢ଼ଙ୍ଗରେ ନିର୍ବାଚନ ଅଧକାରୀ ଏପରି କରିଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ ବୋଲି କହିଛନ୍ତି ରେମେଶ ।

ତେବେ ଲୋଧା କମିଟି ସୁପାରିଶ ଅନୁଯାୟୀ ଯେଉଁ ସ୍ବଚ୍ଛ ଓ ଅବାଧ ନିର୍ବାଚନ ହେବା କଥା ତାହା ହୋଇ ନାହିଁ । ଏହି ବଡ଼ ଅପରାଗତାକୁ ନେଇ ସେ ଉଚ୍ଚନ୍ୟାୟାଳୟର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ।

ତେବେ ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ଓସିଏ ନିର୍ବାଚନ ଶେଷ ହୋଇଛି । ସଞ୍ଜୟ ବେହେରା ପ୍ୟାନେଲ ସବୁ ପଦ ଉପରେ କବଜା କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ସଞ୍ଜୟ କିପରି ଆଗାମୀ 3 ବର୍ଷ ଓଡିଶା କ୍ରିକେଟକୁ ବିକାଶର ପଥ ଦେଖାଉଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details