ଓଡିଶା

odisha

ETV Bharat / sports

ଅବସର ପରେ ଜାଣନ୍ତୁ ଇରଫାନଙ୍କ ଏକମାତ୍ର ଅବଶୋଷ - ଇରଫାନଙ୍କ ଅବସର

ଟିମ ଇଣ୍ଡିଆର ଭେଟେରାନ ଅଲରାଉଣ୍ଡର ଇରଫାନ ପଠାନ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ତେବେ ଅବସରକାଳୀନ ପ୍ରତିକ୍ରିୟାରେ ନିଜର ଏକମାତ୍ର ଅବଶୋଷ ବିଷୟରେ କହିଛନ୍ତି । ଅଧିକ ପଢନ୍ତୁ...

Pathan Reveals Regret
ଇରଫାନଙ୍କ ଏକମାତ୍ର ଅବଶୋଷ

By

Published : Jan 5, 2020, 2:39 PM IST

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଭେଟେରାନ ଅଲରାଉଣ୍ଡର ଇରଫାନ ପଠାନ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ଭାରତୀୟ କ୍ରିକେଟ ଇତିହାସରେ ଇରଫାନ ଥିଲେ ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର । ଦକ୍ଷ ଓପନିଂ ବୋଲର ଅଳ୍ପ ସମୟ ପାଇଁ ଓପନିଂ ବ୍ୟାଟ୍ସମ୍ୟାନ । ଗୁରୁତ୍ବପୂର୍ଣ୍ଣ ନଂ ସ୍ଥାନରେ ମଧ୍ୟ ବ୍ୟାଟିଂ ସୁଯୋଗ ପାଇଛନ୍ତି ଇରଫାନ ।

ଘାତକ ବୋଲିଂବେଳେ ଇରଫାନ

ତେବେ ଅବସରକାଳୀନ ପ୍ରତିକ୍ରିୟାରେ ନିଜର ଏକମାତ୍ର ଅବଶୋଷ ବିଷୟରେ କହିଛନ୍ତି ଏହି ଚମ୍ପିଆନ କ୍ରିକେଟର । ଇରଫାନ କହିଛନ୍ତି ଅନେକ କ୍ରିକେଟର 27-28 ବର୍ଷରେ ନିଜର କ୍ରିକେଟ କ୍ୟାରିୟର ଆରମ୍ଭ କରୁଛନ୍ତି । ମାତ୍ର ସେ 27 ବର୍ଷର ଥିବାବେଳେ, 301 ଅନ୍ତର୍ଜାତୀୟ ୱିକେଟ ହାସଲ କରିସାରିଥିଲେ । ବର୍ଷ 2016ରେ ସେ ଶ୍ରେଷ୍ଠ ଅଲରାଉଣ୍ଡର ଥିଲେ । ମୁସ୍ତାକ ଅଲ୍ଲୀ ଟ୍ରଫିରେ ସର୍ବାଧିକ ରନହାସଲକାରୀ ଥିଲେ । ମାତ୍ର ଚୟନକର୍ତ୍ତା ତାଙ୍କର ବୋଲିଂ ନେଇ ଖୁସି ନଥିଲେ କହିଛନ୍ତି ଏହି ବରୋଦା କ୍ରିକେଟର । ଫଳରେ 2016ରେ ସେ ଜାଣିପାରିଥିଲେ ଭରାତୀୟ ଜର୍ସି ପିନ୍ଧି ଖେଳିବା ସୁଯୋଗ ସେ ହରାଇସାରିଛନ୍ତି । ଅଧିକ ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ 500-600 ହାସଲ କରିବା ସମ୍ଭବ ହୋଇପାରିଥାନ୍ତା ସେ କହିଛନ୍ତି ।

ପାକିସ୍ତାନ ବିପକ୍ଷରେ ଇରଫା ପଠାନ

ତେବେ ପ୍ରାୟ 7ବର୍ଷରୁ ଅଧିକ ସମୟ ପରେ କ୍ରିକେଟକୁ ବିଦାୟ କହିଛନ୍ତି 35 ବର୍ଷିୟ ଟିମ ଇଣ୍ଡିଆର ଏହି ପୂର୍ବତନ ଅଲରାଉଣ୍ଡର। 2003ରେ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିଥିଲେ ଇରଫାନ ଫଠାନ । ଭାରତ ପକ୍ଷରୁ 29ଟି ଟେଷ୍ଟ, 120ଟି ଦିନିକିଆ ଓ 24ଟି ଅନ୍ତର୍ଜାତୀୟ ଟି20 ମ୍ୟାଚ ଖେଳିଛନ୍ତି ଏହି ଷ୍ଟାଇଲିଷ୍ଟ ଅଲରାଉଣ୍ଡର । 2006ରେ ପାକିସ୍ତାନ ବିପକ୍ଷ ଟେଷ୍ଟରେ ଇରଫାନଙ୍କ ହାଟ୍ରିକ ଏବେବି କ୍ରିକେଟ ପ୍ରେମୀଙ୍କ ମନରେ ସ୍ମରଣୀୟ ହୋଇ ରହିଛି ।

ABOUT THE AUTHOR

...view details