ହାଇଦ୍ରାବାଦ: ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ କ୍ରିକେଟର ସମସ୍ତ ଫର୍ମାଟରୁ ନେଇଛନ୍ତି ଅବସର । 2007 ଟି20 ବିଶ୍ବକପରେ ଭାରତ ଚମ୍ପିଆନ ହେବାରେ ଇରଫାନଙ୍କ ଥିଲା ବଡ ଯୋଗଦାନ । ପାକିସ୍ତାନ ବିପକ୍ଷ ହାଇଭୋଲଟେଜ ବିଶ୍ବକପ ଫାଇନାଲ ମ୍ୟାଚରେ ମାତ୍ର 16 ରନ ଦେଇ 3ଟି ୱିକେଟ ଅକ୍ତିଆର କରିଥିଲେ ଇରଫାନ । ଫଳରେ ଭାରତ ପାକିସ୍ତାନ ହାତରୁ ମ୍ୟାଚ ଛଡାଇ ନେଇ ଟି20 ବିଶ୍ବକପର ପ୍ରଥମ ସଂସ୍କରଣର ପ୍ରଥମ ଟ୍ରଫିରେ ନିଜର ନାମ ଲେଖିଥିଲା ।
35 ବର୍ଷିୟ ପଠାନ 2012ରେ ଭାରତ ପାଇଁ ଶେଷ ମ୍ୟାଚ ଖେଳିଥିଲେ । ବାମହାତୀ ଅଲରାଉଣ୍ଡର ଇରଫାନ ପଠାନ 173ଟି ଅନ୍ତର୍ଜାତୀୟ ମ୍ୟାଚରୁ 2,821 ରନ ସହ 301 ୱିକେଟ ହାସଲ କରିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ 4,559 ରନ ସହ 384 ୱିକେଟ ମଧ୍ୟ ହାସଲ କରିଛନ୍ତି ଇରଫାନ ।