ଓଡିଶା

odisha

By

Published : Nov 9, 2019, 6:01 PM IST

ETV Bharat / sports

ଧୋନିଙ୍କ ପରି ଅଧିନାୟକ ମହମ୍ମଦୁଲ୍ଲା !

ନୂଆକରି ବାଂଲାଦେଶ କ୍ରିକେଟ ଟିମର କ୍ୟାପଟେନ ଦାୟିତ୍ବ ସମ୍ଭାଳୁଥିବା ମହମ୍ମଦୁଲ୍ଲା ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ଝଲକ ରହିଥିବା କହିଛନ୍ତି ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇରଫାନ ପଠାନ ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ନୂଆକରି ବାଂଲାଦେଶ କ୍ରିକେଟ ଟିମର କ୍ୟାପଟେନ ଦାୟିତ୍ବ ସମ୍ଭାଳୁଥିବା ମହମ୍ମଦୁଲ୍ଲାଙ୍କୁ ନେଇ ବଡ ମତ । ମହମ୍ମଦୁଲ୍ଲାଙ୍କ ଅଧିନାୟକତ୍ବରେ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ଝଲକ ରହିଛି । ଏହା କହିଛନ୍ତି ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇରଫାନ ପଠାନ ।

ପଠାନ ମହମ୍ମଦୁଲ୍ଲାଙ୍କୁ ପ୍ରଶଂସା କରିବା ସହ ତାଙ୍କ ରଣନୀତିକୁ ସାଧୁବାଦ ଜଣାଇଛନ୍ତି । ଧୋନିଙ୍କ ପରି ଆଶ୍ଚର୍ଯ୍ୟଜନକ ଭାବେ ପାର୍ଟଟାଇମ ବୋଲରଙ୍କୁ ବୋଲିଂ କରାଇବା ଓ ବ୍ୟାଟ୍ସମ୍ୟାନଙ୍କୁ ଚକମା ଦେବା କାର୍ଯ୍ୟ କରୁଛନ୍ତି ମହମ୍ମଦୁଲ୍ଲା ।

ପଠାନ କହିଛନ୍ତି, ଯେବେ ଏକ ଶ୍ରେଷ୍ଠ ଟିମ ବିପକ୍ଷରେ ଲଢେଇ ହେଉଛି, ମ୍ୟାଚ କଟିନ ସମୟରେ ଅନିୟମିତ ବୋଲରଙ୍କୁ ସୁଯୋଗ ଦେବା ଏକ ସାହାସର କଥା । ଭାରତ ବିପକ୍ଷ ପ୍ରଥମ 2ଟି ଟି20ରେ ମହମ୍ମଦୁଲ୍ଲା ଏମିତି କିଛି ରଣନୀତି ଆପଣାଇଥିବା ଦେଖିବାକୁ ମିଳିଥିଲା ।

ABOUT THE AUTHOR

...view details