ଓଡିଶା

odisha

ETV Bharat / sports

'ଅଷ୍ଟ୍ରେଲିଆକୁ ସହଜରେ ହରାଇବ ଭାରତ' - Irfan Pathan backs India

ଜାନୁୟାରୀ 14ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ସିରିଜରେ ଭାରତ ବିଜୟୀ ହେବ । ଅଷ୍ଟ୍ରେଲିଆ ଠାରୁ ବିରାଟ କୋହଲିଙ୍କ ନେତୃତ୍ବରେ ଭାରତୀୟ ଦଳ ବେଶ ଶକ୍ତିଶାଳୀ କହିଛନ୍ତି ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ । ଅଧିକ ପଢନ୍ତୁ...

India to beat Australia
ଅଷ୍ଟ୍ରେଲିଆକୁ ସହଜରେ ହରାଇବ ଭାରତ

By

Published : Jan 9, 2020, 4:14 PM IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ବାଜିମାତ କରିବ ଟିମ ଇଣ୍ଡିଆ । ଭାରତୀୟ ଦଳରେ ଅଷ୍ଟ୍ରେଲିଆ ଠାରୁ ଅଧିକ ପ୍ରତିଭାବାନ, ଉଚ୍ଚ ମନୋବଳ ସହ ମ୍ୟାଚ ୱିନର ଅଛନ୍ତି । ସେଥିପାଇଁ 3 ମ୍ୟାଚ ବିଶିଷ୍ଟ ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ବିଜୟୀ ହେବ ବିରାଟ ବାହୀନି । ଏମିତି କିଛି ଭବିଷ୍ୟବାଣୀ କରିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ତଥା ସଦ୍ୟ କ୍ରିକେଟକୁ ଅଲବିଦା କହିଥିବା ଇରଫାନ ପଠାନ ।

ଭାରତ ବନାମ ଅଷ୍ଟ୍ରେଲିଆ

କୋହଲିଙ୍କ ନେତୃତ୍ବରେ ଭାରତୀୟ ଦଳ ଦମଦାର ଫର୍ମରେ ରହିଛନ୍ତି । ବ୍ୟାଟିଂ ବୋଲିଂ, ଫିଲ୍ଡିଂ କ୍ରିକେଟର ସମସ୍ତ ବିଭାଗରେ ଟିମ ଇଣ୍ଡିଆ ଶକ୍ତିଶାଳୀ । ଅଭିଜ୍ଞ ବ୍ୟାଟିଂ ଲାଇନଅପ ସହ ଇନଫର୍ମ ବୋଲର ଭାରତ ବିଜୟର ପ୍ରମୁଖ କାରଣ ସାଜିବେ । ସେଥିପାଇଁ ବର୍ତ୍ତମାନର ଅଷ୍ଟ୍ରେଲିଆ ଦଳ ତୁଳନାରେ ଭାରତର ପଲ୍ଲା ଭାରୀ ରହିଥିବା କହିଛନ୍ତି ଇରଫାନ ପଠାନ ।

ଜାନୁୟାରୀ 14ରୁ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ । ପ୍ରଥମ ମ୍ୟାଚ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ।

ABOUT THE AUTHOR

...view details