ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଇରଫାନ ପଠାନ ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କରିଛନ୍ତି। ଏକ ଟିଭି ଶୋରେ ଇରଫାନ ନିଜ ଅନ୍ତରାଷ୍ଟ୍ରୀୟ କ୍ୟାରିଅରରୁ ଅବସର ନେଇଥିବା କହିଛନ୍ତି।
ସୁଇଂ କିଙ୍ଗ ଇରଫାନ ପଠାନଙ୍କ ସନ୍ୟାସ ଘୋଷଣା - ସୁଇଂ କିଙ୍ଗ
ସୁଇଂ କିଙ୍ଗ ଇରଫାନ ଅନ୍ତରାଷ୍ଟ୍ରୀୟ କ୍ୟାରିଅରରୁ ଅବସରର ଘୋଷଣା କରିଛନ୍ତି। ଏହା ମୋ ପାଇଁ ଭାବୁକ ମୁହୂର୍ତ୍ତ। ଏହି ସମୟ ସମସ୍ତ ଖେଳାଳିଙ୍କ ଜୀବନରେ ଆସେ ବୋଲି କହିଛନ୍ତି ସେ।
ସନ୍ୟାସ ଘୋଷଣା କରି ଇରଫାନ କହିଛନ୍ତି ଯେ, ଆଜି ମୁଁ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଉଛି। ଏହା ମୋ ପାଇଁ ଭାବୁକ ମୁହୂର୍ତ୍ତ। ଏହି ସମୟ ସମସ୍ତ ଖେଳାଳିଙ୍କ ଜୀବନରେ ଆସେ। ମୁଁ ନିଜର ଟିମର ସମସ୍ତ ସାଥି ଖେଳାଳିଙ୍କ ଧନ୍ୟବାଦ ଜଣାଉଛି। ବଡୋଦରାରୁ ଆସି ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହଓ୍ବାଗଙ୍କ ପରି ମହାନ ଖେଳାଳିଙ୍କ ସହ ଖେଳିବାର ସୁଯୋଗ ମୋତେ ମିଳିବ କେବେ ମୁଁ ଭାବିନଥିଲି। ମୋର ପରିବାର, କୋଚ, ଟିମ ସାଥୀ ଓ ମୋର ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଉଛି।
ଇରଫାନଙ୍କ କ୍ୟାରିଅରର ସବୁଠାରୁ ବଡ ହାଇଲାଇଟ ଥିଲା 2007ର ଟି-20 ବିଶ୍ବକପ। ସେହି ବିଶ୍ବକପରେ ଇରଫାନ ଅନେକ ମ୍ୟାଚରେ ସାନଦାର୍ ବୋଲିଂ କରିଥିଲେ । ଏଥିସହ ଫାଇନାଲ ମୁକାବିଲାରେ ଇରଫାନ ମ୍ୟାନ ଅଫ ଦି ମ୍ୟାଚ ରହିଥିଲେ। ଅଲରାଉଣ୍ଡର ଇରଫାନ ଭାରତ ପାଇଁ 29ଟେଷ୍ଟ, 120 ଦିନିକିଆ ଓ 24ଟି-20 ମ୍ୟାଚ ଖେଳିଛନ୍ତି।