ହାଇଦ୍ରାବାଦ୍: ଓ୍ବେଷ୍ଟଇଣ୍ଡିଜ -ଆୟରଲ୍ୟାଣ୍ଡ ମଧ୍ୟରେ ଟି-20 ସିରିଜ ଆରମ୍ଭ ହୋଇଯାଇଛି । ପ୍ରଥମ ଟି-20 ମ୍ୟାଚରେ ଉଭୟଙ୍କ ମଧ୍ୟରେ ରୋମାଞ୍ଚକ ମ୍ୟାଚ ଦେଖିବାକୁ ମିଳିଥିଲା । ଶେଷ ଓଭରରେ ଇଣ୍ଡିଜକୁ ଜିତିବା ପାଇଁ 13ରନ ଆବଶ୍ୟକ ଥିଲା, କିନ୍ତୁ ସେହି ଓଭରରେ ଆୟରଲ୍ୟାଣ୍ଡ ଟିମର ଜୋଶୁଆ ଲିଟିଲ 2ଟି ଓ୍ବିକେଟ ନେଇ ବିଶ୍ବ ଚମ୍ପିଆନ ଓ୍ବେଷ୍ଟଇଣ୍ଡିଜକୁ 4ରନ୍ରେ ମାତ୍ ଦେଇଛି ।
ବିଶ୍ବ ଚମ୍ପିଆନ ଓ୍ବେଷ୍ଟଇଣ୍ଡିଜକୁ ମାତ୍ ଦେଲା ଆୟରଲ୍ୟାଣ୍ଡ - ଓ୍ବେଷ୍ଟଇଣ୍ଡିଜ ବନାମ ଆୟରଲ୍ୟାଣ୍ଡ
ଓ୍ବେଷ୍ଟଇଣ୍ଡିଜ ବନାମ ଆୟରଲ୍ୟାଣ୍ଡ । ବିଶ୍ବ ଚମ୍ପିଆନ ଓ୍ବେଷ୍ଟଇଣ୍ଡିଜକୁ 4ରନ୍ରେ ମାତ୍ ଦେଇଛି ଭ୍ରମଣକାରୀ ଦଳ ଆୟରଲ୍ୟାଣ୍ଡ ।

ireland beat westindies
ଟସ୍ ଜିତି ଆୟରଲ୍ୟାଣ୍ଡ ପ୍ରଥମେ ବ୍ୟାଟି କରିଥିଲା । 20 ଓଭରରେ 7 ଓ୍ବିକେଟ ବିନିମୟରେ 208 ରନ୍ କରିଥିଲା ଆୟରଲ୍ୟାଣ୍ଡ । ତେବେ 209ରନ୍ର ଟାର୍ଗେଟକୁ ପିଛା କରି ମାତ୍ର 4ରନ୍ରେ ପରାସ୍ତ ହୋଇଛି କାରବିୟାନ ଦଳ ।
ଫଳରେ 3ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ 1-0ରେ ଅଗ୍ରଣୀ ହୋଇଛି ଆୟରଲ୍ୟାଣ୍ଡ ।