ଓଡିଶା

odisha

ଆଇପିଏଲ 2020: ରାଜସ୍ଥାନ ରୟାଲ୍ସ vs ମୁମ୍ବାଇ ଇଣ୍ଡିଆନ୍ସ

By

Published : Oct 25, 2020, 5:01 PM IST

Updated : Oct 25, 2020, 7:59 PM IST

ଆଇପିଏଲ 2020ର 45ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ସହ ରାଜସ୍ଥାନ ରୟାଲ୍ସର ମୁକାବିଲା । ଅଧିକ ପଢନ୍ତୁ...

IPL 2020: RR keen to brighten playoff chances vs Mumbai
IPL 2020: RR keen to brighten playoff chances vs Mumbai

ଆବୁଧାବି: 2008 ସଂସ୍କରଣର ଆଇପିଏଲ ଚମ୍ପିଆନ ରାଜସ୍ଥାନ ରୟାଲ୍ସ ଚଳିତ ସଂସ୍କରଣରେ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି । ଏଯାବତ ଖେଳିଥିବା 11ଟି ମ୍ୟାଚରୁ 8 ପଏଣ୍ଟରେ ସନ୍ତୁଷ୍ଟ ରହିଛି । ତେବେ ରବିବାର ଆଇପିଏଲ 2020ର 45ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ସହ ମୁକାବିଲା ରହିଛି । ରାଜସ୍ଥାନର ପ୍ଳେ-ଅଫ ଆଶା କ୍ଷୀଣ ରହିଛି ।

ରାଜସ୍ଥାନ ରୟାଲ୍ସ

ଫଳରେ ଆଜିର ମ୍ୟାଚରେ ନିଶ୍ଚିନ୍ତ ବିଜୟ ଆବଶ୍ୟକ କରୁଛି ଦଳ । ଅନ୍ୟପଟେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ସହ ପ୍ରଥମ ଟିମ ଭାବେ ପ୍ଳେ-ଅଫରେ ପ୍ରବେଶ କରିବା ଲକ୍ଷ୍ୟରେ ରହିଛି ।

ଦୁଇ ଟିମ ମଧ୍ୟରେ ଏହି ଲଢେଇ ଆବୁଧାବିରେ ଦେଖିବାକୁ ମିଳିବ ।

ଆଇପିଏଲ 2020: ରାଜସ୍ଥାନ ରୟାଲ୍ସ vs ମୁମ୍ବାଇ ଇଣ୍ଡିଆନ୍ସ

ଏହାପୂର୍ବରୁ ଚଳିତ ଟୁର୍ଣ୍ଣାମେଣ୍ଟରେ ରାଜସ୍ଥାନ ଓ ମୁମ୍ବାଇ ମୁହାମୁହିଁ ହୋଇସାରିଛନ୍ତି । ଯେଉଁଥିରେ ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍ସ 57 ରନରେ ବିଜୟୀ ହୋଇଥିଲା । ଫଳରେ ଏହି ମ୍ୟାଚରେ ସ୍ମିଥ ଆଣ୍ଡ କମ୍ପନି ପାଖରେ ପରାଜୟର ମଧୁର ପ୍ରତିଶୋଧ ନେବାକୁ ମୌକା ରହିଛି ।

ରାଜସ୍ଥାନ ରୟାଲ୍ସ

ସ୍କ୍ବାଡ

ମୁମ୍ବାଇ ଇଣ୍ଡିଆନ୍ସ:ରୋହିତ ଶର୍ମା(କ୍ୟାପଟେନ), କ୍ବିଣ୍ଟନ ଡି କକ(ୱିକେଟ କିପର), ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, କ୍ରୁଣାଳ ପାଣ୍ଡ୍ୟା, ନାଥନ କୁଲଟର-ନାଇଲ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଜଶପ୍ରୀତ ବୁମରା, ଦିଗବିଜୟ ଦେଶମୁଖ, ଆଦିତ୍ୟ ତାରେ, ସୌରଭ ତିୱାରୀ, କ୍ରିସ ଲିନ, ସେଫର୍ଣ୍ଣ ରଦରଫର୍ଡ, ଅନମଲପ୍ରିତ ସିଂ, ମୋହସିନ ଖାନ, ମିଚେଲ ମାକେଲଘାନ, ପ୍ରିନ୍ସ ବଲବନ୍ତ ରାୟ, ଅଙ୍କୁଲ ରୟ, ଧାୱଲ କୁଲକର୍ଣ୍ଣି, ଜୟନ୍ତ ଯାଦବ, ଜେମ୍ସ ପାଟିନସନ।

ରାଜସ୍ଥାନ ରୟାଲ୍ସ: ରବିନ ଉଥାପ୍ପା, ବେନ ଷ୍ଟୋକ୍ସ, ସଞ୍ଜୁ ସାମସନ(ୱିକେଟ କିପର), ଷ୍ଟିଭେନ ସ୍ମିଥ(କ୍ୟାପଟେନ), ଜସ ବଟଲର, ରିଆନ ପରାଗ, ରାହୁଲ ତେୱାତିଆ, ଜୋଫ୍ରା ଆର୍ଚର, ଶ୍ରେୟସ ଗୋପାଳ, ଅଙ୍କିତ ରାଜପୁତ, କାର୍ତ୍ତିକ ତ୍ୟାଗୀ, ବରୁଣ ଆରୋନ, ଜୟଦେବ ଉନତକତ, ଡେଭିଡ ମିଲର, ଅନିରୁଦ୍ଧ ଜୋଷୀ, ମନନ ବୋହରା, ଟମ କରନ, ଆଣ୍ଡ୍ରେ ଟାଇ, ଶଶାଙ୍କ ସିଂ, ମହିପାଲ ଲୋମରର, ଓସାନେ ଥୋମାସ, ମୟଙ୍କ ମାର୍କଣ୍ଡେ, ଅନୁଜ ରାୱତ, ଜଶସ୍ବୀ ଜୟଶ୍ବାଲ, ଆକାଶ ସିଂ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 25, 2020, 7:59 PM IST

ABOUT THE AUTHOR

...view details