ଓଡିଶା

odisha

ETV Bharat / sports

ଆଇପିଏଲ 2020: ୱିଲିୟମସନଙ୍କ ବିଜୟୀ ଇଂନିସ, ୱାର୍ଣ୍ଣରଙ୍କ ପ୍ରଶଂସା

କେନ ୱିଲିୟମସନ ହାଇଦ୍ରାବାଦ ପାଇଁ ମ୍ୟାଚ ବିଜୟୀ ଇଂନିସ ଖେଳିବା ସହ 14ତମ ଆଇପିଏଲ ଅର୍ଦ୍ଧଶତକ ହାସଲ କରିଛନ୍ତି । ଅଧିକ ପଢନ୍ତୁ...

By

Published : Nov 7, 2020, 4:52 AM IST

IPL2020: kane is our banker says warner
ଆଇପିଏଲ 2020: ୱିଲିୟମସନଙ୍କ ବିଜୟୀ ଇଂନିସ, ୱାର୍ଣ୍ଣରଙ୍କ ପ୍ରଶଂସା

ହାଇଦ୍ରାବାଦ: ଶୁକ୍ରବାର ଆଇପିଏଲ-13ର ଏଲିମିନେଟର ମୁକାବିଲା ଆବୁଧାବିରେ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ହାଇଦ୍ରାବାଦ 6 ୱିକେଟରେ ବିଜୟୀ ହୋଇଛି । 14ତମ ଆଇପିଏଲ ଅର୍ଦ୍ଧଶତକ ସହ ୱିଲିୟମସନ ହାଇଦ୍ରାବାଦ ପାଇଁ ମ୍ୟାଚ ବିଜୟୀ ଇଂନିସ ଖେଳିଛନ୍ତି ।

ୱିଲିୟମସନଙ୍କ ବିଜୟୀ ଇଂନିସ

ଆରସିବିକୁ ହରାଇବା ପରେ, କ୍ୟାପଟେନ ଡେଭିଡ ୱାର୍ଣ୍ଣର ଟିମର ପ୍ରଦର୍ଶନରେ ଖୁସି ଜାହିର କରିବା ସହ କେନ ୱିଲିୟମସନଙ୍କୁ ପ୍ରଶଂସା କରିଛନ୍ତି । ୱାର୍ଣ୍ଣର କହିଛନ୍ତି, " ଗତ କିଛି ମ୍ୟାଚ ଆହ୍ବାନପୂର୍ଣ୍ଣ ରହିଥିଲା । ପଏଣ୍ଟ ଟେବୁଲର ସୀର୍ଷରେ ଥିବା 3ଟି ଟିମକୁ ପ୍ରଥମେ ହରାଇବା ପରେ ପୁନର୍ବାର, ସେହି 3ଟି ଟିମକୁ ହରାଇବାକୁ ହେବ । ପ୍ରଥମ 6 ଓଭରରେ ବୋଲିଂ ରଣନୀତିରେ ପରିବର୍ତ୍ତନ ହୋଇଥିଲା । ସନ୍ଦୀପ ଶର୍ମା ଓ ଜେସନ ହୋଲ୍ଡରଙ୍କୁ 5 ଓଭର ପରେ, "ଟି. ନଟରାଜନ ଓ ରସିଦ ଖାନ ମ୍ୟାଚର ମଧ୍ୟଭାଗରେ ବୋଲିଂ ପାଇଁ ରଖାଯାଇଥିଲା ।"

ସନରାଇଜର୍ସ ହାଇଦ୍ରାବାଦ

କେନ, ଅବିଶ୍ବସନୀୟ ଇଂନିସ ଖେଳିଛନ୍ତି । ସେ ଟିମର ସବୁଠୁ ଗୁରୁତ୍ବପୂର୍ଣ୍ଣ ଖେଳାଳିଙ୍କ ମଧ୍ୟରୁ ଜଣେ । ଚାପରେ ଥିଲେ ମଧ୍ୟ, ପ୍ରତିକୂଳ ସ୍ଥିତିରେ ଦମଦାର ଇଂନିସ ଖେଳିଛନ୍ତି । ନ୍ୟୁଜିଲାଣ୍ଡ ପାଇଁ ସେ ଏହା ଲଗାତାର କରି ଆସୁଛନ୍ତି । ସ୍ପିନର ମଧ୍ୟ ଦମଦାର ବୋଲିଂ କରିଛନ୍ତି ।"

ସନରାଇଜର୍ସ ହାଇଦ୍ରାବାଦ ଟିମ ଦ୍ବିତୀୟ କ୍ବାଲିଫାୟରରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଏହି ମୁକାବିଲା 8 ନଭେମ୍ବର(ରବିବାର) ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚକୁ ନେଇ ୱାର୍ଣ୍ଣର କହିଛନ୍ତି, "ଦିଲ୍ଲୀ ମଝବୁତ ଟିମ । ଟିମରେ ବିଶ୍ବସ୍ତରୀୟ ବୋଲର ରହିଛନ୍ତି । ଶିଖର ଧାୱନ ଫର୍ମରେ ଥିବାବେଳେ, ଶ୍ରେୟସ ଆୟରଙ୍କ ମଧ୍ୟ ବ୍ୟାଟିଂ ଲାଇନଅପର ପ୍ରମୁଖ ଖେଳାଳି ରହିଛନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details