ଓଡିଶା

odisha

ETV Bharat / sports

ମାଲିଙ୍ଗାଙ୍କ ସନ୍ୟାସ ଖବର ପରେ ଭାବୁକ ହେଲେ ବୁମରା

ଆଉ ଆଇପିଏଲ ଖେଳିବେ ନାହିଁ ଲସିଥ ମାଲିଙ୍ଗା । ତେବେ ଏହି ଖବର ପାଇବା ପରେ ସାଥୀ ଖେଳାଳି ଭାରତୀୟ ବୋଲର ଜସପ୍ରୀତ ବୁମରା ଭାବୁକ ହୋଇ ଉଠିଛନ୍ତି ।

By

Published : Jan 22, 2021, 2:39 PM IST

ମାଲିଙ୍ଗାଙ୍କ ସନ୍ୟାସ ଖବର ପରେ ଭାବୁକ ହେଲେ ବୁମରା
ମାଲିଙ୍ଗାଙ୍କ ସନ୍ୟାସ ଖବର ପରେ ଭାବୁକ ହେଲେ ବୁମରା

ନୂଆଦିଲ୍ଲୀ: ଆଉ ଆଇପିଏଲ ଖେଳିବେ ନାହିଁ ଲସିଥ ମାଲିଙ୍ଗା । ତେବେ ଏହି ଖବର ପାଇବା ପରେ ସାଥୀ ଖେଳାଳି ଭାରତୀୟ ବୋଲର ଜସପ୍ରୀତ ବୁମରା ଭାବୁକ ହୋଇ ଉଠିଛନ୍ତି । ସେ ଟ୍ବିଟ କରି ମାଲିଙ୍ଗାଙ୍କୁ ସଫଳ ଫ୍ରାଞ୍ଚାଇଜ କ୍ରିକେଟ କ୍ୟାରିୟର ପାଇଁ ଅଭିନନ୍ଦନ ଜଣାଇବା ସହ ତାଙ୍କ ବିନା ଆଇପିଏଲ ପୂର୍ବ ଭଳି ରହିବ ନାହିଁ ।

ବୁମରା ଟ୍ବିଟ କରି କହିଛନ୍ତି ଯେ, ଆପଣଙ୍କ ସହ ଖେଳିବା ମୋର ସମ୍ମାନର କଥା । ସଫଳ କ୍ୟାରିୟର ପାଇଁ ଶୁଭକାମନା । ଆପଣଙ୍କ ବିନା ଆଇପିଏଲ ଆଉ ପୂର୍ବ ଭଳି ରହିବ ନାହିଁ । ଲସିଥ ମାଲିଙ୍ଗା ଫ୍ରାଞ୍ଚାଇଜ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ଖବର ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ଏଥିସହ ମାଲିଙ୍ଗାଙ୍କ ପାଇଁ ଏକ ଭାବୁକଭରା ବାର୍ତ୍ତା ଦେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ ।

ABOUT THE AUTHOR

...view details