ଓଡିଶା

odisha

ETV Bharat / sports

ମୋ ପାଇଁ ଶିଖିବାର ସୁଯୋଗ ହେଉଛି IPL: ୱିଲିୟମସନ - ଇଣ୍ଡିଆନ ପ୍ରିମିୟର ଲିଗ

ଆଇପିଏଲ ତାଙ୍କୁ ଶିଖିବାକୁ ଅନେକ ସୁଯୋଗ ଦିଏ ବୋଲି କହିଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ । ଏହାସହ ଆଇପିଏଲ ସବୁଠାରୁ ବଡ଼ ଘରୋଇ ପ୍ରତିଯୋଗିତା ବୋଲି କହିଲେ କେନ । ଅଧିକ ପଢ଼ନ୍ତୁ...

IPL was an opportunity for me to learn, Kene Williamson, ମୋ ପାଇଁ ଶିଖିବାର ସୁଯୋଗ ହେଉଛି IPL, କେନ ୱିଲିୟମସନ, ଇଣ୍ଡିଆନ ପ୍ରିମିୟର ଲିଗ
ମୋ ପାଇଁ ଶିଖିବାର ସୁଯୋଗ ହେଉଛି IPL: ୱିଲିୟମସନ

By

Published : Jun 30, 2020, 7:57 PM IST

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗକୁ ସବୁଠାରୁ ବଡ ଘରୋଇ ପ୍ରତିଯୋଗିତା ଭାବେ ପ୍ରଶଂସା କରି ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ କହିଛନ୍ତି ଯେ ଆଇପିଏଲରୁ ତାଙ୍କୁ ଅନେକ କିଛି ଶିଖିବାକୁ ମିଳିଥାଏ ।

ଭାରତୀୟ ସ୍ପିନର ଅଶ୍ବିନଙ୍କ ୟୁଟ୍ୟୁବ ସୋ ‘ଡିଆରଏସ ୱିଥ ଏଶ’ରେ ଅଶ୍ବିନଙ୍କ ସହ କଥା ହେବା ବେଳେ ୱିଲିୟମସନ କହିଛନ୍ତି ଯେ, ‘‘ଆରମ୍ଭରୁ ନିଶ୍ଚିତ ଭାବରେ ଆଗ୍ରହ କେବଳ ଆଇପିଏଲ ଦେଖିବା ପାଇଁ ଥିଲା ଏହା କେତେ ବଡ଼, ଏହା ସବୁଠାରୁ ବଡ଼ ପ୍ରତିଯୋଗିତା, ଟି-20 କ୍ରିକେଟ ଅପେକ୍ଷାକୃତ ନୂଆ ଥିଲା, ମୁଁ ଯାହା ଦେଖିଲି ଏହା ଏକ ସୁଯୋଗ ଅଭିଜ୍ଞତା ଗ୍ରହଣ କରିବା ପାଇଁ ।’’

ସେ କହିଛନ୍ତି, “ଆମ ପାଇଁ, ଭାରତରେ କ୍ରିକେଟ ପ୍ରତି ଏତେ ଆଗ୍ରହ ଦେଖିବା ଏକ ଆଶ୍ଚର୍ଯ୍ୟଜନକ ବିଷୟ, ଏହା ଏକ ବେଶ୍‌ ଚମତ୍କାର ପ୍ରତିଯୋଗିତା ଏବଂ ଏହାର ଏକ ଉଚ୍ଚ ମାନ୍ୟତା ଅଛି, ଅନ୍ୟ ଦେଶ ଗୁଡିକ ଏହାକୁ ଇନୁକରଣ କରି ନିଜର ଲିଗ ଆରମ୍ଭ କରିଛନ୍ତି ।’’

ସନରାଇଜର୍ସ ହାଇଦ୍ରାବାଦ (SRH) ପାଇଁ ଖେଳୁଥିବା ଏବଂ ଅତୀତରେ ଦଳର ନେତୃତ୍ବ ମଧ୍ୟ ନେଇଥିବା ୱିଲିୟମସନ କହିଛନ୍ତି ଯେ ଆଇପିଏଲ ଖେଳିବା ବେଳେ ସେ ସର୍ବଦା ଖୋଲା ମନ ରଖିଥିଲେ।

‘‘ନ୍ୟୁଜିଲ୍ୟାଣ୍ଡ ପାଇଁ ଅଧିନାୟକତ୍ବ କରିବା ଏବଂ ଏକ ଆଇପିଏଲ୍ ଫ୍ରାଞ୍ଚାଇଜର ନେତୃତ୍ବ ନେବା ସମ୍ପୂର୍ଣ୍ଣ ଅଲଗା, ପ୍ରଥମେ ମୁଁ କ’ଣ ଆଶା କରିବି ଜାଣି ନଥିଲି, କିନ୍ତୁ ଯାହା ଆଗରୁ ବି କହିଛି ଏହା ଏକ ଭାରତୀୟ ପ୍ରତିଯୋଗିତା ତେଣୁ ଆପଣ ଏକ ଭିନ୍ନ ସଂସ୍କୃତି ପରିସରକୁ ଆସୁଛନ୍ତି । ମୁଁ ସବୁବେଳେ ଖୋଲା ମନ ରଖିବାକୁ ଚେଷ୍ଟା କରୁଥିଲି, ସମସ୍ତ ଗ୍ରୁପରେ ଅନେକ ଅଭିଜ୍ଞତା ରହିଛି, ଆଉ ସନରାଇଜର୍ସ ହାଇଦ୍ରାବାଦର ନେତୃତ୍ବ ନେବା ଏକ ଆନନ୍ଦଦାୟକ ସିଜନ ଥିଲା,’’ ବୋଲି କେନ କହିଛନ୍ତି ।

ୱିଲିୟମସନ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲରେ 41ଟି ମ୍ୟାଚ ଖେଳିଛନ୍ତି ଓ 38.29 ଆଭେରେଜରେ 1,302 ରନ ସ୍କୋର କରିବାରେ ସଫଳ ହୋଇଛନ୍ତି ।

@IANS

ABOUT THE AUTHOR

...view details