ମୁମ୍ବାଇ: ଆଇପିଏଲ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଦୀପାବଳି ଉତ୍ସବ ପାଳନ କରିଛି । ଏହି ଉତ୍ସବରେ ଦଳର ପ୍ରାୟ ସମସ୍ତ ଖେଳାଳିଙ୍କୁ ଦେଖିବାକୁ ମିଳିଛି । କ୍ୟାପଟେନ ରୋହିତ ଶର୍ମା, ମୁଖ୍ୟ କୋଚ ମାହେଲା ଜୟବର୍ଧନେ, ପାଣ୍ଡ୍ୟା ବ୍ରଦର୍ସ, ଯୁବରାଜ ସିଂହ, ଇଶାନ୍ତ କିଶାନ ଓ ଅନ୍ୟ ଖେଳାଳିଙ୍କୁ ଦେଖିବାକୁ ମିଳିଛି ।
ଦୀପାବଳି ପାଳିଲା ମୁମ୍ବାଇ ଇଣ୍ଡିଆନ୍ସ - ଟିମ ଇଣ୍ଡିଆ ମୁଖ୍ୟ କୋଚ ରବିଶାସ୍ତ୍ରୀ
ଆଇପିଏଲ ଟିମ ମୁମ୍ବାଇ ଇଣ୍ଡିଆନ୍ସ ସମସ୍ତ ଖେଳାଳିଙ୍କ ସହ ଦୀପାବଳି ଉତ୍ସବ ପାଳନ କରିଛି ।
ତେବେ ଦଳର ଷ୍ଟାର ବୋଲର ଜଶପ୍ରୀତ ବୁମରା ଏହି ଉତ୍ସବରେ ଅନୁପସ୍ଥିତ ରହିଛନ୍ତି । କ୍ୟାପଟେନ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ ଏକ ପରିବାର ବୋଲି କହିଛନ୍ତି । 2011-12ରେ ଦଳ ଗୋଟିଏ ଥର ବି ଆଇପିଏଲ ଚମ୍ପିଆନ ହୋଇନଥିଲା । ମାତ୍ର ଗୋଟିଏ ପରିବାର ଭଳି ଖେଳିବା ହିଁ ଦଳକୁ ଆଇପିଏଲର ସୁବୁଠୁ ସଫଳତମ ଦଳ କରିପାରିଛି ରୋହିତ କହିଥିଲେ ।
ଏଥିସହିତ ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ନୀତା ଅମ୍ବାନି ଓ ପରିବାର ସମସ୍ତ ଖେଳାଳିଙ୍କ ଉପସ୍ଥିତିରେ ଖେଳାଳିଙ୍କୁ ସମ୍ମାନିତ କରାଯାଇଛି । ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ଇତିହାସରେ ସର୍ବାଧିକ 4ଥର ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । 2013ରେ ପ୍ରଥମଥର ଚେନ୍ନାଇ ସୁପର କିଙ୍ଗସକୁ ହରାଇ ଚମ୍ପିଆନ ହୋଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ପରେ 2015, 2017 ଓ 2019ରେ ଚମ୍ପିଆନ ହୋଇ ରେକର୍ଡ କରିଥିଲା ।