ଓଡିଶା

odisha

By

Published : Sep 15, 2020, 7:55 AM IST

ETV Bharat / sports

ଆଇପିଏଲରେ କଳଙ୍କିତ ଅଧ୍ୟାୟ: ସ୍ପଟ ଫିକ୍ସିଂ-ବେଟିଂରୁ ବାସନ୍ଦାଦେଶ

ଚନ୍ଦ୍ରରେ କଳଙ୍କ ପରି ଆଇପିଏଲ ବି ଲାଗିଛି କଳାଦାଗ । ଆଇପିଏଲ ଇତିହାସରୁ କିଛି ଜଣା ଅଜଣା ଘଟଣାବଳୀକୁ ନେଇ ‘ଇଟିଭି ଭାରତ’ର ସ୍ବତନ୍ତ୍ର ଉପସ୍ଥାପନା ‘ଆଇପିଏଲ କିଛି ଜଣା କିଛି ଅଜଣା’ । ଆଜିର ଏହି ଉପସ୍ଥାପନାରେ ଆମେ ଆପଣଙ୍କୁ ଜଣାଇବୁ ଆଇପିଏଲରେ ସ୍ପଟ ଫିକ୍ସିଂ ଓ ବେଟିଂର କଳଙ୍କିତ କାହାଣୀ ସମ୍ପର୍କରେ...

IPL: spot-fixing and betting case in cash reach league
ଆଇପିଏଲରେ କଳଙ୍କିତ ଅଧ୍ୟାୟ: ସ୍ପଟ ଫିକ୍ସିଂ-ବେଟିଂରୁ ବାସନ୍ଦାଦେଶ

ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ବିଶ୍ବର ଶ୍ରେଷ୍ଠ, ବିତ୍ତଶାଳୀ ଓ ଲୋକପ୍ରିୟ ଟି-20 ଲିଗ । କ୍ରିକେଟର ଫଟାଫଟ ଫର୍ମାଟକୁ ଆଇପିଏଲ ଦେଇଛି ନୂତନ ପରିଚୟ ଓ ନୂଆ ଦିଶା । ବିଶ୍ବ କ୍ରିକେଟର ଅନେକ କିମ୍ବଦନ୍ତୀ, ମହାନ ଖେଳାଳି ଏହାର ଅଂଶ ପାଲଟିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରତିବନ୍ଧକ ସାଜିନି ବୟସ, କେବଳ ପ୍ରତିଭା ହିଁ ହୋଇଛି ସଫଳତାର ଆଧାର । ଅନେକ ନବାଗତ କ୍ରିକେଟରଙ୍କ ପାଇଁ ତାଙ୍କର ସ୍ବପ୍ନର ଠିକଣା, ଜାତୀୟ ଟିମରେ ଚୟନ ରାସ୍ତା ସୁଗମ କରିଛି ଏହି ଟୁର୍ଣ୍ଣାମେଣ୍ଟ । ଆଉ ଅଭିଜ୍ଞଙ୍କ ପାଇଁ କ୍ରିକେଟ ଜ୍ଞାନ ବାଣ୍ଟିବାର ଅନୁଷ୍ଠାନ । ତେବେ ଚନ୍ଦ୍ରରେ କଳଙ୍କ ପରି ଆଇପିଏଲ ବି ଲାଗିଛି କଳାଦାଗ । ଯେବେ ଭଦ୍ର ଲୋକଙ୍କ ଖେଳ କ୍ରିକେଟରେ ସ୍ପଟ-ଫିକ୍ସିଂ ଓ ବେଟିଂ ଭଳି ଦାଗ ଲାଗିଛି।

ଆଇପିଏଲର ଜନ୍ମ ବର୍ଷ 2008ରୁ ଆରମ୍ଭ ହୁଏ, ତେବେ ସ୍ପଳ୍ପ ସମୟ ମଧ୍ୟରେ ଟୁର୍ଣ୍ଣାମେଣ୍ଟକୁ ମିଳେ ଅଦ୍ଭୁତପୂର୍ବ ଗ୍ରହଣୀୟତା । ବିଶ୍ବରେ ବିତ୍ତଶାଳୀ ଟି-20 ଲିଗ ପାଇଁ ଚର୍ଚ୍ଚା ହୁଏ । ତେବେ ଏହା ପରବର୍ତ୍ତୀ ସମୟରେ ଟୁର୍ଣ୍ଣାମେଣ୍ଟର ଦୁର୍ବଳତା ପାଲଟିଯାଏ । ପ୍ରଚୁର ପରିମାଣର ଅର୍ଥର ଲୋଭ କ୍ରିକେଟ ଭିତରେ ସ୍ପଟ ଫିକ୍ସିଂ ଓ ବେଟିଂ ଭଳି ଅପରାଧକୁ ଜନ୍ମଦିଏ । କ୍ରିକେଟରଙ୍କ ହାତରେ ପଡେ ହାତକଡି । କଳଙ୍କିତ ହୁଏ କ୍ରିକେଟ, କଳଙ୍କର ଛିଟା ଲାଗେ ।

ଆଇପିଏଲ ଇତିହାସରୁ କିଛି ଜଣା ଅଜଣା ଘଟଣାବଳୀକୁ ନେଇ‘ଇଟିଭି ଭାରତ’ର ସ୍ବତନ୍ତ୍ର ଉପସ୍ଥାପନା‘ଆଇପିଏଲ କିଛି ଜଣା କିଛି ଅଜଣା’ । ଆଜିର ଏହି ଉପସ୍ଥାପନାରେ ଆମେ ଆପଣଙ୍କୁ ଜଣାଇବୁ ଆଇପିଏଲରେ ସ୍ପଟ ଫିକ୍ସିଂ ଓ ବେଟିଂର କଳଙ୍କିତ କାହାଣୀ ସମ୍ପର୍କରେ...

ଏମିତି ଥିଲା ଘଟଣାକ୍ରମ....

2013 ସଂସ୍କରଣରେ ଆଇପିଏଲରେ ସ୍ପଟ ଫିକ୍ସିଂ ମାମଲା ସାମ୍ନାକୁ ଆସେ । ଦିଲ୍ଲୀ ପୋଲିସ 3ଜଣ କ୍ରିକେଟର ଏସ. ଶ୍ରୀସାନ୍ତଙ୍କୁ ବନ୍ଧୁଙ୍କ ଘରୁ , ଅଜିତ ଚନ୍ଦିଲା ଓ ଅଙ୍କିତ ଚଭନଙ୍କୁ ମୁମ୍ବାଇର ଏକ ହୋଟେଲରୁ ଗିରଫ ହୁଅନ୍ତି । ଦିଲ୍ଲୀ ପୋଲିସର ତଥ୍ୟ ଅନୁଯାୟୀ, ଅଙ୍କିତ ଚଭନ ସ୍ପଟ ଫିକ୍ସିଂ ଘଟଣାକୁ ସ୍ବୀକାର କରନ୍ତି । ସ୍ବୀକାରୋକ୍ତିରେ, ଅଜିତ ଚନ୍ଦିଲା ବୁକିଙ୍କ ନିର୍ଦ୍ଦେଶରେ ଚଭନଙ୍କ ସମେତ ଅନ୍ୟ ଖେଳାଳିଙ୍କୁ ସ୍ପଟ-ଫିକ୍ସିଂ ପାଇଁ ପ୍ରବର୍ତ୍ତାଇଥିବା ସାମ୍ନାକୁ ଆସେ ।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ତଦନ୍ତ ନିର୍ଦ୍ଦଶ ସହ ଖେଳାଳିଙ୍କୁ ନିଲମ୍ବିତ କରେ । ତତ୍କାଳୀନ ବିସିସିଆଇ ସମ୍ପାଦକ ସଞ୍ଜୟ ଜଗଦଲେ ଘଟଣାରେ ଆଶ୍ଚର୍ଯ୍ୟ ହେବା ସହ ଦୁଃଖ ଦାୟକ କୁହନ୍ତି । ଦୁର୍ନୀତି ମାମଲାରେ ବିସିସିଆଇର ଜିରୋ ଟଲରାନ୍ସ ନୀତି। ଘଟଣାର ଉଚିତ ତଦନ୍ତ ପାଇଁ ଦିଲ୍ଲୀ ପୋଲିସ ଓ ଅନ୍ୟ ଅଧିକାରୀଙ୍କୁ ବିସିସିଆଇ ଆମନ୍ତ୍ରଣ କରିଥିବା ସେ କୁହନ୍ତି । ପରେ ଆଇପିଏଲ ପରିଚାଳନା ପରିଷଦ(ଗର୍ଭର୍ନିଂ କାଉନସିଲ)ର ବୈଠକ ବସେ । ବୈଠକରେ କ୍ରିକେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଷ୍ପତି ହୁଏ ।

ରାଜସ୍ଥାନ ରୟାଲ୍ସ ଖେଳାଳି ଗିରଫ

4 ଜୁନ 2013, ରେ ଦିଲ୍ଲୀ ପୋଲିସର ବୟାନ ଆସେ । କ୍ରିକେଟର ଏସ. ଶ୍ରୀସନ୍ଥଙ୍କୁ , ଚନ୍ଦିଲା ଓ ଚଭନଙ୍କ ସମେତ 23 ଜଣଙ୍କୁ ମହାରାଷ୍ଟ୍ର କଣ୍ଟୋଲ ଅଫ ଅରଗାନାଇଜିଡ ଆକ୍ଟ(MOCOCA) ଅନୁୟାୟୀ, ସ୍ପଟ-ଫିକ୍ସିଂ ସ୍କାଣ୍ଡାଲରେ ଗିରଫ କରାଯାଇଥିବା ସୂଚନା ମିଳେ । ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମ ଓ ଛୋଟା ସକିଲଙ୍କ ସଂପୃକ୍ତି ମଧ୍ୟ ସାମ୍ନାକୁ ଆସେ ।

ଏସ. ଶ୍ରୀସନ୍ଥ

ତେବେ ପରେ ଶ୍ରୀସନ୍ଥ, ଅଙ୍କିତ ଚଭନ, 14ଜଣ ବୁକିଙ୍କ ସମେତ ମୋଟ 17ଜଣ 10 ଜୁନ 2013ରେ ଲାଗିଥିବା ଚାର୍ଜ (MOCOCA) ପ୍ରମାଣା ଅଭାବରୁ ଦିଲ୍ଲୀ କୋର୍ଟରୁ ଜାମିନ ମିଳେ । ଅଜିତ ଚାନ୍ଦିଲା ଜାମିନ ପାଇଁ ଆବେଦନ କରନ୍ତିନାହିଁ । ପରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଠାରୁ ବମ୍ବେ ହାଇକୋର୍ଟ ତଦନ୍ତ ରିପୋର୍ଟ ତାଖଲ ପାଇଁ ନିର୍ଦ୍ଦେଶ ଦିଅନ୍ତି ।

ଅଜିତ ଚନ୍ଦିଲା

ଦିଲ୍ଲୀ ପୋଲିସ ମୁଖ୍ୟ ନୀରଜ କୁମାର ଏପ୍ରିଲ 2013ରୁ ଫୋନ କଲ ଟ୍ୟାପ କରାଯାଉଥିଲା । ଅନ୍ୟ ସଂପୃକ୍ତ ବୁକିଙ୍କ ଗିରଫ ହୋଇପାରେ ମାତ୍ର ଖେଳାଳିଙ୍କ ନୁହେଁ ବୋଲି କହିଥିଲେ ।

ଆଇପିଏଲ ସ୍ପଟ-ଫିକ୍ସିଂ ମାମଲା କେବଳ ଖେଳାଳି ଓ ବୁକିଙ୍କ ପାଖେ ସୀମିତ ନଥିଲା ବରଂ ଅମ୍ପାୟାରଙ୍କ ପାଖରେ ପହଞ୍ଚିଥିଲା । ଅମ୍ପାୟାର ଆଜାଦ ରୌଫଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ନେଇ ମୁମ୍ବାଇ ପୋଲିସ ତଦନ୍ତ ପରିସରଭୁକ୍ତ କରିବା ପରେ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଚମ୍ପିଆନ୍ସ ଟ୍ରଫିରୁ ଆଜାଦ ରୌଫଙ୍କୁ ହଟାଇଦେଇଥିଲା ।

ବୁକିଙ୍କ ଗିରଫ

ଆଇପିଏଲ ଓ ବାଂଲାଦେଶ ପ୍ରିମିୟର ଲିଗରେ ଫିକ୍ସିଂ ମାମଲାରେ ସୁନୀଲ ଭାଟିଆଙ୍କୁ ଗିରଫ କରେ ଦିଲ୍ଲୀ ପୋଲିସ ।

କ୍ରିକେଟ ବେଟିଂ ଅଭିଯୋଗରେ ଦିଲ୍ଲୀ ପୋଲିସର ଏକ ସ୍ପେଶାଲ ଟିମ 24 ମଇ 2013ରେ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୟହ୍ୟ ମହମ୍ମଦଙ୍କୁ ଗିରଫ କରେ ।

ଅହମ୍ମଦାବାଦ କ୍ରାଇମ ବ୍ରାଞ୍ଚ ବୁକି ବିନୋଦ ମୁଲଚାନ୍ଦନିଙ୍କୁ 25 ମଇ 2015ରେ ଅହମ୍ମଦାବାଦର ସାଟେଲାଇଟ ଅଞ୍ଚଳରୁ ଗିରଫ କରେ । 12.8ମିଲିୟନ ନଗଦ ଟଙ୍କା, ଲାପଟପ ଓ ମୋବାଇଲ ଫୋନ ତାଙ୍କ ଟାରୁ ଜବତ କରାଯାଏ ।

ବିନ୍ଦୁ ଦାରା ସିଂ ମଧ୍ୟ ସ୍ପଷ୍ଟ ଫିକ୍ସିଂ ମାମଲାରେ ଗିରଫ ହୁଅନ୍ତି । ପରେ 3 ଜୁନ 2013ରେ ମୁମ୍ବାଇ କୋର୍ଟରୁ ଜାମିନରେ ଫେରନ୍ତି ।

ଗୁରୁନାଥ ମେରିୟାପ୍ପାନ କେସ( ଚେନ୍ନାଇ ସୁପର କିଙ୍ଗ୍ସ ଲିଙ୍କ୍)

ଗୁରୁନାଥ ମେରିୟାପ୍ପାନ

ଚେନ୍ନାଇ ସୁପର କିଙ୍ଗ୍ସ ଟିମ ଉପରେ ମଧ୍ୟ ବେଟିଂର ଓ ସ୍ପଟ-ଫିକ୍ସିଂର ପ୍ରଭାବ ପଡିଥିଲା । ବେଟିଂ ସମ୍ପୃକ୍ତ ଥିବା ବିନ୍ଦୁ ଦାରା ସିଂ, ସିଏସକେ ପ୍ରିନ୍ସପାଲ ତଥା ବିସିସିଆଇ ସଭାପତି ଏନ. ଶ୍ରୀନିବାସନଙ୍କ ଜ୍ବାଇଁ ଗୁରୁନାଥ ମେରିୟାପ୍ପନଙ୍କ ସହ ରୀତିମତ କଣ୍ଟାକ୍ଟରେ ରହିଥିଲେ । ବିନ୍ଦୁ ଦାରା ସିଂଙ୍କ କଲ୍ ରେକର୍ଡରୁ ଏହା ଜଣାପଡିଥିଲା ।

ଫଳରେ ଗୁରୁନାଥ ମେରିୟାପ୍ପନଙ୍କୁ ପ୍ରଥମେ ମୁମ୍ବାଇ ପୋଲିସ ପକ୍ଷରୁ ସମନ ଓ ପରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚର ପଚାଉଚୁରା ପରେ 24 ମଇ 2013ରେ ବେଟିଂ ଓ ଠକେଇ ମାମଲାରେ ଗିରଫ ହୁଅନ୍ତି । ତାଙ୍କର ଗିରଫ ପରେ ସିଏସକେ ଫ୍ରାଞ୍ଚାଇଜ ତୁରନ୍ତ ପଦରୁ ହଟାଇଦିଏ ।

26 ମଇ ରେ ବିସିସିଆଇ ସ୍ପଷ୍ଟ ଫିକ୍ସିଂ ଓ ବେଟିଂ ସ୍କାଣ୍ଡାଲର ତଦନ୍ତ ପାଇଁ 3-ସଦସ୍ୟଙ୍କ କମିଟି ଘୋଷଣା କରେ । ପରେ ମୁମ୍ବାଇ କୋର୍ଟରୁ 3 ଜୁନ 2013ରେ ଜାମିନ ମିଳେ ।

ରାଜ୍ କୁନ୍ଦ୍ରା କେସ୍ (ରାଜସ୍ଥାନ ରୟାଲ୍ସ ଲିଙ୍କ୍)

ରାଜ କୁନ୍ଦ୍ରା

5 ଜୁନ 2013ରେ ରାଜସ୍ତାନ ରୟାଲ୍ସ ଟିମର ଅନ୍ୟତମ-ମାଲିକ ରାଜ କୁନ୍ଦ୍ରାଙ୍କ ନାମରେ ବେଆଇନ ବେଟିଂ ନେଇ ଦିଲ୍ଲୀ ପୋଲିସ ଅଭିଯୋଗ ଆଣେ । ନିଜ ଆଇପିଏଲ ଟିମ ରାଜସ୍ଥାନ ରୟାଲ୍ସରେ ବୁକି ବନ୍ଧୁଙ୍କ ସହ ବେଟିଂ କରିଥିବା କୁନ୍ଦ୍ରା ସ୍ବୀକାର କରିଥିବା ପୋଲିସ କୁହେ । 7 ଜୁନ 2013ରେ ରାଜସ୍ଥାନ ରୟାଲ୍ସ ଟିମ ମ୍ୟାନେଜମେଣ୍ଟ ଅଭିଯୋଗ ପ୍ରମାଣିତ ହେଲେ କୁନ୍ଦ୍ରାଙ୍କୁ ନିଲମ୍ବିତ କରାଯିବ ବୋଲି ଘୋଷଣା କରେ । ପରେ ବିସିସିଆଇ ଆଇପିଏଲରୁ 10 ଜୁନ 2013ରେ ତାଙ୍କୁ ନିଲମ୍ବିତ କରେ ।

ସୁପ୍ରିମକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଟିପ୍ପଣି

ଏନ. ଶ୍ରୀନିବାସନ

25 ମାର୍ଚ୍ଚ 2014ରେ ସୁପ୍ରିମକୋର୍ଟ, ତତ୍କାଳୀନ ବିସିସିଆଇ ସଭାପତି ଏନ.ଶ୍ରୀନିବାସନଙ୍କୁ ପଦରୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ମିଳେ । ଜ୍ବାଇଁ ତଥା ଚେନ୍ନାଇ ସୁପରକିଙ୍ଗ୍ସ ପ୍ରିନ୍ସପାଲ ଗୁରୁନାଥ ମେରିୟାପ୍ପାଙ୍କ ବିରୁଦ୍ଧରେ ଆସିଥିବା ସ୍ପଟ-ଫିକ୍ସିଂ ଓ ବେଟିଂ ମାମଲାର ନିରପେକ୍ଷ ତଦନ୍ତ ପାଇଁ ସର୍ବୋଚ୍ଚ ଅଦାଲତ ଶୁଣାନ୍ତି ଏହି ନିଷ୍ପତ୍ତି ।

ମୁକୁଲ ମୁଗଦଲ କମିଟି

ଅକ୍ଟୋବର 2013ରେ ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ମୁକୁଲ ମୁକଦଲଙ୍କ ନେତୃତ୍ବରେ 3 ସଦସ୍ୟ ବିଶିଷ୍ଟ କମିଟି ଗଠନ କରିବା ସହ, ଇଣ୍ଡିଆନ ପ୍ରିମିୟର ଲିଗରେ ସ୍ପଟ-ଫିକ୍ସିଂ ଓ ବେଟିଂ ମାମଲାର ତଦନ୍ତ ନିର୍ଦ୍ଦେଶ ଦିଏ । ଫେବୃଆରୀ 2014ରେ ସୁପ୍ରିମକୋର୍ଟରେ ଏହି କମିଟି ରିପୋର୍ଟ ଉପସ୍ଥାପନ କରେ । ମାତ୍ର ରିପୋର୍ଟକୁ ସାର୍ବଜନୀନ କରାଯାଏ ନାହିଁ । ଏହି କମିଟିରେ ସ୍ଥାନ ପାଆନ୍ତି ଭାରତୀୟ ଅତିରିକ୍ତ ସଲିସିଟର ଜେନେରାଲ୍ ଏଲ ନାଗେଶ୍ବର ରାଓ ଓ ବରିଷ୍ଠ ଆଇନଜୀବୀ ଓ କ୍ରିକେଟ ଅମ୍ପାୟାର ନିଲୟ ଦତ୍ତ । ପୂର୍ବତନ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କୁ ମଧ୍ୟ ଏହି କମିଟିରେ ତଦନ୍ତକାରୀ କମିଟିର ଏକ ଅଂଶ ଭାବେ ନିଯୁକ୍ତ କରାଯାଏ ।

ଲୋଧା କମିଟି

ଅଙ୍କିତ ଚଭନ

ଜୁଲାଇ 2015ରେ ଆରଏମ ଲୋଧା କମିଟି ଇଣ୍ଡିଆ ସିମେଣ୍ଟ ଓ ଜୟପୁର ଆଇପିଏଲ, ଚେନ୍ନାଇ ସୁପର କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସର ମାଲିକଙ୍କୁ ଦୁଇବର୍ଷ ପାଇଁ ବାସନ୍ଦାଦେଶ ଶୁଣାଏ । ପଟିଆଲା ହାଉସ କୋର୍ଟରେ ଶ୍ରୀସନ୍ଥ ଓ ଚଭନ ସମସ୍ତ ପ୍ରକାର ଆରୋପରୁ କ୍ଲିନଚିଟ ପାଇବା ସହ ଦୋଷମୁକ୍ତ ହୁଅନ୍ତି । ମାତ୍ର ଜାନୁଆରୀ 2016ରେ ଚନ୍ଦିଲାଙ୍କୁ ବିସିସିଆଇ ପକ୍ଷରୁ କ୍ରିକେଟରୁ ଆଜୀବନ ବାସନ୍ଦାଦେଶର ଦଣ୍ଡ ମିଳେ । ମେ 2019ରେ ସୁପ୍ରିମ କୋର୍ଟ ବିସିସିଆଇକୁ ଶ୍ରୀସନ୍ଥଙ୍କ ବାସନ୍ଦାଦେଶର ଅବଧୀ କମ କରିବା ନେଇ ବିଚାର କରିବାରୁ ପରାମର୍ଶ ଦିଅନ୍ତି ।

ନିକଟରେ ଶ୍ରୀସନ୍ଥଙ୍କ 6 ବର୍ଷର ବାସନ୍ଦାଦେଶ 2020 ସେପ୍ଟେମ୍ବରରେ ଶେଷ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details