ହାଇଦ୍ରାବାଦ: ବିଶ୍ବର ସବୁଠାରୁ ଲୋକପ୍ରିୟ ଟି-20 କ୍ରିକେଟ ଲିଗ ହେଉଛି ଆଇପିଏଲ । 2ମାସ ଧରି ଚାଲୁଥିବା ଏହି କ୍ରିକେଟ କାର୍ନିଭାଲ ଦିନକୁ ଦିନ ତା'ର ଲୋକପ୍ରିୟତା ବଢାଇବାରେ ଲାଗିଛି । ପ୍ରଥମ କରି 2008ରେ ଆରମ୍ଭ ହୋଇଥିଲା ଏହି କ୍ରିକେଟ ଲିଗ । ତେବେ ବର୍ତ୍ତମାନ ସୁଦ୍ଧା 12ଟି ସିଜନର ସଫଳ ଆୟୋଜନ କରିଥିବା ବିସିସିଆଇ ଚଳିତବର୍ଷ ମହାମାରୀ କୋରୋନା କାରଣରୁ ବିଦେଶ ମାଟିରେ 13ତମ ସଂସ୍କରଣ ଆୟୋଜନ କରିବ । ଏପଟେ କ୍ରିକେଟ ପ୍ରେମୀମାନେ ଉତ୍କଣ୍ଠା ସହ ଅପେକ୍ଷା କରି ବସିଛନ୍ତି କେଉଁ ଫ୍ରାଞ୍ଚାଇଜ ଦଳ 2020ର ଟାଇଟଲ ହାତେଇବ । ତେବେ ଏହି ସିଜନ ଆରମ୍ଭ ପୂର୍ବରୁ ଆମେ କ୍ରିକେଟ ଲଭରଙ୍କୁ 12ଟି ସିଜନର ଚମ୍ପିଆନ ଦଳ ସମ୍ବନ୍ଧରେ'କିଛି ଜଣା କିଛି ଅଜଣା' ତଥ୍ୟ ଉପସ୍ଥାପନା କରୁଛୁ ।
2008ର ପ୍ରଥମ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ଆଇପିଏଲ ଟାଇଟଲ ହାସଲ କରିଥିଲା । କିନ୍ତୁ ଏହି ସିଜନ-1ର ଚମ୍ପିଆନ ଦଳ ତା'ପର ଠାରୁ କୌଣସି ସିଜନରେ ଫାଇନାଲରେ ସ୍ଥାନ ପକ୍କା କରି ପାରି ନାହିଁ । ଏପଟେ 12ବର୍ଷର ଆଇପିଏଲ ଯାତ୍ରାର ସଫଳ ଦଳ ଭାବେ ରେକର୍ଡ ସୃଷ୍ଟି କରିଛି ମୁମ୍ବାଇ ଇଣ୍ତିଆନ୍ସ ଟିମ । ସର୍ବମୋଟ 4ଥର ଆଇପିଏଲ ଟ୍ରଫି ଟେକିଛି ମୁମ୍ବାଇ । ଏହାବ୍ୟତୀତ ଲିଗର ଲୋକପ୍ରିୟ ଦଳ ଚେନ୍ନାଇ ସୁପର କିଙ୍ଗ୍ସ 3ଥର ଓ କୋଲକତା ନାଇଟରାଇଡର୍ସ 2ଥର ଟାଇଟଲ ହାସଲ କରିଥିବାବେଳେ ଡେକାନ ଚାର୍ଜସ ଓ ସନରାଇରର୍ସ ହାଇଦ୍ରାବାଦ ଥରେ ଥରେ ବିଜୟ ମୁକୁଟ ପିନ୍ଧିଛନ୍ତି । ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ,କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋର ଥରେ ବି ଏହି ଟୁର୍ଣ୍ଣାମେଣ୍ଟରେ ବିଜୟ ସ୍ବାଦ ଚାଖି ପାରି ନାହାଁନ୍ତି । ବର୍ତ୍ତମାନ ସୁଦ୍ଧା ଚେନ୍ନାଇ ସୁପରକିଙ୍ଗ୍ସ ସର୍ବାଧିକ ଫାଇନାଲ ମ୍ୟାଚ ଖେଳିଛି ।
ନଜର ପକାଇବା 12ଟି ସିଜନର 12 ବିଜେତାଙ୍କ ଉପରେ:-
1. ଆଇପିଏଲ 2008:ରାଜସ୍ଥାନ ରୟାଲ୍ସ
ଆଇପିଏଲ ଉଦଘାଟନୀ ସିଜନରେ ରାଜସ୍ଥାନ ରୟାଲ୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ 3 ଓ୍ବିକେଟରେ ପରାସ୍ତ କରି ପ୍ରଥମ ଟାଇଟଲ ହାସଲ କରିଥିଲା । ଅଷ୍ଟ୍ରେଲିଆ ଖେଳାଳି ଶେନ ଓ୍ବାର୍ନ ରାଜସ୍ଥାନ ଦଳର ନେତୃତ୍ବ ନେଇଥିଲେ । ଏହି ସିଜନରେ ଅଷ୍ଟ୍ରେଲିଆର ଶେନ ମାର୍ଶଙ୍କୁ ଅରେଞ୍ଜ କ୍ୟାପ ଓ ପାକିସ୍ତାନ ଖେଳାଳି ସୋହେଲ ତନଭୀରଙ୍କୁ ପର୍ପଲ କ୍ୟାପ ମିଳିଥିଲା ।
ସୂଚନାଥାଉକି, ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ଅଧିକ ରନ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନଙ୍କୁ ଅରେଞ୍ଜ କ୍ୟାପ ଓ ସର୍ବାଧିକ ଓ୍ବିକେଟ ହାସଲ କରିଥିବା ବୋଲରଙ୍କୁ ପର୍ପଲ କ୍ୟାପ ଦିଆଯାଇଥାଏ ।
2. ଆଇପିଏଲ 2009: ଡେକାନ ଚାର୍ଜସ
ଡେକାନ ଚାର୍ଜସ ହାଇଦ୍ରାବାଦର ଟିମ ଥିଲା । ଏହି ଟିମର ନେତୃତ୍ବ ଆଡାମ ଗିଲଖ୍ରୀଷ୍ଟ ନେଇଥିଲେ । ଏହି ଡେକାନ ଦଳ ରୟାଲ ଚ୍ୟାଲେଞ୍ଜର ବାଙ୍ଗୋଲରକୁ 6 ରନରେ ପରାସ୍ତ କରି 2ୟ ସଂସ୍କରଣର ବିଜେତା ହୋଇଥିଲା । ଏହି ସିଜନରେ ମୈଥ୍ୟୁ ହେଡନ ଅରେଞ୍ଜ କ୍ୟାପ ଓ ଆର ପି ସିଂ ପର୍ପଲ କ୍ୟାପ ହାସଲ କରିଥିଲେ ।
3. ଆଇପିଏଲ 2010: ଚେନ୍ନାଇ ସୁପର କିଙ୍ଗ୍ସ
ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ବରେ ସିଜନ-3ର ଟାଇଟଲ ହାସଲ କରିଥିଲା ଚେନ୍ନାଇ ସୁପର କିଙ୍ଗ୍ସ । ଫାଇନାଲ ମ୍ୟାଚରେ ମୁମ୍ବାଇ ଦଳକୁ 22ରନରେ ପରାସ୍ତ କରିଥିଲା ଚେନ୍ନାଇ । ପ୍ରଥମ କରି ଆଇପିଏଲର ଏହା ପ୍ରଥମ ସିଜନ ଯାହାର ସିଧାପ୍ରସାରଣ ୟୁଟ୍ୟୁବରେ ବି ହୋଇଥିଲା । ଏହି ସିଜନର ଅରେଞ୍ଜ କ୍ୟାପ ସଚିନ ତେନ୍ଦୁଲକର ଓ ପର୍ପଲ କ୍ୟାପ ପ୍ରଜ୍ଞାନ ଓଝା ହାତେଇଥିଲେ ।
4. ଆଇପିଏଲ 2011: ଚେନ୍ନାଇ ସୁପର କିଙ୍ଗ୍ସ
କ୍ରମାଗତ ଭାବେ ଚେନ୍ନାଇ ସୁପର କିଙ୍ଗ୍ସ 2011ରେ ବି ଆଇପିଏଲ ଟ୍ରଫି ଜିଣିଥିଲା । 58ରନରେ ବେଙ୍ଗଲୋର ଦଳକୁ ପରାସ୍ତ କରିଥିଲା ଚେନ୍ନାଇ । କ୍ରମାଗତ ଭାବେ ଆଇପିଏଲ ଟାଇଟଲ ହାସଲ କରିବାର ରେକର୍ଡ କେବଳ ଚେନ୍ନାଇ ଦଳ ନାଁରେ ରହିଛି । ଏହି ସିଜନର ଆଉ ଏକ ବିଶେଷତ୍ବ ହେଲା ଟୁର୍ଣ୍ଣାମେଣ୍ଟରେ 8ଟି ଦଳ ବଦଳରେ 10ଟି ଦଳ ଅଂଶଗ୍ରହଣ କରିଥିଲେ । ନୂଆ ଦଳ ଭାବେ ପୁନେ ଓ୍ବରିୟର୍ସ ଓ କୋଚି ଟସ୍କର୍ସ ସାମିଲ ହୋଇଥିଲେ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ କ୍ରିସ ଗେଲଙ୍କୁ ଅରେଞ୍ଜ କ୍ୟାପ ଲସିଥ ମଲିଙ୍ଗାଙ୍କୁ ପର୍ପଲ କ୍ୟାପ ମିଳିଥିଲା ।
5. ଆଇପିଏଲ 2012: କୋଲକତା ନାଇଟ ରାଇଡର୍ସ