ହାଇଦ୍ରାବାଦ:ଭାରତୀୟ କ୍ରିକେଟର ବିତ୍ତଶାଳୀ ଟି-20 ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) । ବିସିସିଆଇ ରାଜକୋଷର କୁବେର ଓ ଭାରତ ସରକାରଙ୍କୁ କ୍ରୀଡା କ୍ଷେତ୍ରରୁ ମିଳୁଥିବା ସର୍ବାଧିକ କର ଦାତା । 8ଟି ଫ୍ରାଞ୍ଚାଇଜ ବିଶିଷ୍ଟ ଏହି ଘରୋଇ ଲିଗ ଲୋକପ୍ରିୟତାର ସପଳତ ଶୀର୍ଷରେ ପହଁଛି ସାରଲାଣି । ପ୍ରାରମ୍ଭିକ ସଂସ୍କରଣରେ 8ଟି ଫ୍ରାଞ୍ଚାଇଜ ରହିଥିଲେ ଏବଂ ଚଳିତ ସିଜନ ପାଇଁ ମଧ୍ୟ 8ଟି ଫ୍ରାଞ୍ଚାଇଜ ଭାଗ ନେଉଛନ୍ତି । ମାତ୍ର ଆଇପିଏଲ ଇତିହାସରେ ଏମିତି କିଛି ଫ୍ରାଞ୍ଚାଇଜ ଖେଳି ସାରିଛନ୍ତି ଯାହାକି ବୋଧହୁଏ କ୍ରିକେଟ ପ୍ରେମୀ ଭୂଲି ସାରିଥିବେ । କାରଣ ସେମାନଙ୍କ ଅବଧି ସଂକ୍ଷିପ୍ତ ସମୟ ପାଇଁ ରହିଥିଲା ।
ତେବେ ଆଇପିଏଲ ଇତିହାସରୁ କିଛି ଜଣା ଅଜଣା ଘଟଣାବଳୀକୁ ନେଇ ‘ଇଟିଭି ଭାରତ’ ର ସ୍ବତନ୍ତ୍ର ଉପସ୍ଥାପନା ‘ଆଇପିଏଲ କିଛି ଜଣା କିଛି ଅଜଣା’ । ଆଜିର ଏହି ଉପସ୍ଥାପନାରେ ଆଇପିଏଲର ଇତିହାସରୁ ଲିଭି ଯାଇଥିବା ଫ୍ରାଞ୍ଚାଇଜଗୁଡିକୁ ମନେ ପକାଇବା ।
ଏହି ଧନୀ ଲିଗରେ ବର୍ତ୍ତମାନ ସିଜିନ ପାଇଁ 8ଟି ଫ୍ରାଞ୍ଚାଇଜ ଭାଗ ନେଉଛନ୍ତି । ଆରମ୍ଭ ସଂସ୍କରଣରେ ମଧ୍ୟ 8ଟି ଫ୍ରାଞ୍ଚାଇଜ ରହିଥିଲେ । ମାତ୍ର 2010ରେ ସଂସ୍କରଣ ପାଇଁ ନୂଆ ଦୁଇଟି ଫ୍ରାଞ୍ଚାଇଜ ପୁନେ ୱାରିଅର୍ସ ଓ କୋଚି ଟିମକୁ ଯୋଡିଥିଲା ବିସିସିଆଇ । ଯେଉଁମାନେ 2011ରେ ଆଇପିଏଲର 4ର୍ଥ ସଂସ୍କରଣ ପାଇଁ ଖେଳିଥିଲେ । ମାତ୍ର ଏହାର ଠିକ୍ ପର ବର୍ଷ ଉକ୍ତ ଦୁଇଟ ଫ୍ରାଞ୍ଚାଇଜକୁ ଲିଗରୁ ବାଦ ଦେଇଥିଲା ବୋର୍ଡ । ସେହିପରି 2012 ସଂସ୍କରଣ ପାଇଁ ଡେକାନ ଚାର୍ଜର୍ସ ବଦଳରେ ସନରାଇଜର୍ସ ହାଇଦ୍ରାବାଦ ନାମକ ଏକ ନୂଆ ଫ୍ରାଞ୍ଜାଇଜ ଲିଗକୁ ଏଣ୍ଟ୍ରୀ ମାରିଲା । ଅନ୍ୟପଟେ 2015ରେ ମ୍ୟାଚ ଫିକ୍ସଂ ପାଇଁ ଚେନ୍ନଇ ସୁପରକିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସକୁ ଟୁର୍ଣ୍ଣାମେଣ୍ଟରୁ ବ୍ୟାନ କରାଗଲା । ତାଙ୍କ ବଦଳରେ ଦୁଇ ନୂଆ ଫ୍ରାଞ୍ଚାଇଜ ରାଇଜିଂ ପୁନେ ସୁପର ଜିଆଣ୍ଟ ଓ ଗୁଜୁରାଟ ଲାଏନ୍ସ ନାମରେ ଦୁଇଟି ଫ୍ରାଞ୍ଚାଇଜ ଟୁର୍ଣ୍ଣାମେଣ୍ଟରେ ଯୋଡି ହେଲା ।
- 1. ପୁଣେ ୱାରିୟର୍ସ ଇଣ୍ଡିଆ
ଏହି ମହାରାଷ୍ଟ୍ର ପୁନେ ସହରକୁ ପ୍ରତିନିଧିତ୍ୱ କରୁଥିଲା | ମାତ୍ର ମହାରାଷ୍ଟ୍ରରୁ ଅନ୍ୟତମ ଫ୍ରଞ୍ଚାଇଜ୍ ମୁମ୍ବାଇ ଇଣ୍ଡିଆନ୍ସ ଥିବା ସତ୍ତ୍ବେ ଏହା ଆଇପିଏଲକୁ ଏଣ୍ଟ୍ରୀ ମାରିଥିଲା । 2011 ଋତୁ ପାଇଁ ଆଇପିଏଲରେ ଯୋଡି ହୋଇଥିଲା । ଏହି ଟିମ୍ ସାହାରା ଗ୍ରୁପ୍ ସ୍ପୋର୍ଟସ୍ ଲିମିଟେଡ୍ ଦ୍ବାରା ପରିଚାଳିତ ହେଉଥିଲା । ଏହି ଟିମର ଘରୋଇ ପଡିଆ ଥିଲା ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ ।
ତେବେ ଆଇପିଏଲର ଦୁଇଟି ସଂସ୍କରଣ ଖେଳିବା ପରେ ମେ 2013 ରେ ଲିଗରୁ ଓହରି ଯାଇଥିଲା । ଲିଗ୍ ବାର୍ଷିକ ଫି ମୂଲ୍ୟକୁ ନେଇ ବିସିସିଆଇ ସହ ମନାନ୍ତର ହେବାରୁ ଏହି ଦଳ ଆଇପିଏଲରୁ ଓହରି ଯାଇଥିଲା । ପୁଣେ ୱାରିୟର୍ସ ଇଣ୍ଡିଆ ଶେଷ ମ୍ୟାଚ୍ 19 ମେ 2013 ରେ ଦିଲ୍ଲୀ ଡେୟାରଡେଭିଲ୍ସ ବିପକ୍ଷରେ ଖେଳିଥିଲା । ଆଉ ଏହାର ଠିକ୍ 5 ମାସ ପରେ, ଅକ୍ଟୋବର 2013 ରେ ଫ୍ରାଞ୍ଚାଇଜ୍ ଆନୁଷ୍ଠାନିକ ଭାବରେ ସମାପ୍ତ ହୋଇଥିଲା ।
ଏହା ଟୁର୍ଣ୍ଣାମେଣ୍ଟରେ ଅନ୍ୟତମ ବିଫଳ ଦଳ ଭାବେ ପରିଗଣିତେ ହୋଇଥିଲା । ପ୍ରାରମ୍ଭିକ ସିଜିନରେ ପଏଣ୍ଟ ତାଲିକରା ଶେଷରୁ 2ୟ ଓ 2012 ସଂସ୍କରଣରେ ତାଲିକର ଶେଷରେ ରହିଥିଲା । ଦଳ ମୋଟ 46 ଟି ମ୍ୟାଚ୍ ଖେଳିଥିଲା । ଯେଉଁଥିରେ 12 ଟି ଜିତିଥିଲା ଏବଂ ଗୋଟିଏ ମ୍ୟାଚ୍ ଡ୍ର ସହିତ 33ରେ ପରାଜୟ ପାଇଥିଲା | ଏହି ଦଳକୁ 2011ରେ ଯୁବରାଜ ସିଂ ଓ 2012ରେ ଗୌତମ ଗମ୍ଭୀର ପ୍ରତିନିଧିତ୍ବ କରିଥିଲେ ।
- 2. କୋଚି ଟସ୍କର୍ସ କେରଳ