ଓଡିଶା

odisha

ETV Bharat / sports

ଆଇପିଏଲ ମୁଖ୍ୟ ପ୍ରାୟୋଜକ: 40 କୋଟିରୁ 440 କୋଟିର ବ୍ୟବସାୟ

ଗୋଟିଏ ବର୍ଷ ପାଇଁ ଟାଇଟଲ ସ୍ପନସର ହେବାକୁ ସମ୍ପୃକ୍ତ କମ୍ପାନୀ 440 କୋଟି ଟଙ୍କା ବିସିସିଆଇକୁ ଦେବାକୁ ବାଧ୍ୟ ହୋଇଥାଏ । ଆଇପିଏଲ ଇତିହାସରୁ କିଛି ଜଣା ଅଜଣା ଘଟଣାବଳୀକୁ ନେଇ ‘ଇଟିଭି ଭାରତ’ର ସ୍ବତନ୍ତ୍ର ଉପସ୍ଥାପନା ‘ଆଇପିଏଲ କିଛି ଜଣା କିଛି ଅଜଣା’ । ଆଜିର ଏହି ଉପସ୍ଥାପନାରେ ଆମେ ଆପଣଙ୍କୁ ଜଣାଇବୁ ଆଇପିଏଲ ବ୍ୟବସାୟର ବିପୁଳ ତାଲିକା ସମ୍ପର୍କରେ...

ଆଇପିଏଲ କିଛି ଜଣା କିଛି ଅଜଣା
ଆଇପିଏଲ କିଛି ଜଣା କିଛି ଅଜଣା

By

Published : Sep 14, 2020, 7:01 AM IST

Updated : Sep 14, 2020, 7:46 AM IST

ହାଇଦ୍ରାବାଦ: ଭାରତୀୟ କ୍ରିକେଟର ବିତ୍ତଶାଳୀ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) । ବିସିସିଆଇ ରାଜକୋଷର କୁବେର ଓ ଭାରତୀୟ ଅର୍ଥନୀତର ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ । 12 ବର୍ଷର ଯାତ୍ରାରେ ଏହି ଧନୀ ଲିଗ କେବଳ ଯେ କ୍ରିକେଟ୍ ମାନକୁ ବୃଦ୍ଧି କରି ନାହିଁ ବରଂ ଦେଶର ଅର୍ଥନୀତି ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ଅନେକ ପରିବର୍ତ୍ତନ ଆଣିଛି । ବିସିସିଆଇ କହିବା ଅନୁସାରେ 2015ରେ ଭାରତ ସରକାରଙ୍କୁ ଦେଇଥିବା କର 1150 କୋଟି ଟଙ୍କା ଜିଡିପି ଅଭିବୃଦ୍ଧିର ଅନ୍ୟ ଏକ କାରଣ ଅଟେ । ସେହିପରି ଭାବେ 2014 ଆଇପିଏଲକୁ ବିଶ୍ବର ସର୍ବଶ୍ରେଷ୍ଠ ଲୋକପ୍ରିୟ ଘରୋଇ କ୍ରିକେଟ ଲିଗ୍‌ ଭାବେ ଘୋଷଣା କରାଯାଇଥିଲା । ତେବେ ଆଇପିଏଲ ଇତିହାସରୁ କିଛି ଜଣା ଅଜଣା ଘଟଣାବଳୀକୁ ନେଇ ‘ଇଟିଭି ଭାରତ’ର ସ୍ବତନ୍ତ୍ର ଉପସ୍ଥାପନା ‘ଆଇପିଏଲ କିଛି ଜଣା କିଛି ଅଜଣା’ । ଆଜିର ଏହି ଉପସ୍ଥାପନାରେ ଆମେ ଆପଣଙ୍କୁ ଜଣାଇବୁ ଆଇପିଏଲ ବ୍ୟବସାୟର ବିପୁଳ ତାଲିକା ।

2008ରେ ଆରମ୍ଭ ହୋଇଥିବା ଏହି ଧନୀ ଲିଗର ବଜେଟ ଥିଲା 2937 ଲକ୍ଷ କୋଟି ଟଙ୍କା । ବିଶ୍ବର ଧନୀ କ୍ରିକେଟ ବୋର୍ଡ ଭାବେ ପରିଗଣିତ ହେଉଥିବା ବିସିସିଆଇ ଦୀର୍ଘ 12 ବର୍ଷ ହେବ ଏହାକୁ ସଫଳ ରୂପାୟନ ଦେଇପାରିଛି । ଆଉ ପ୍ରଚୁର ବ୍ୟବସାୟ କରି ଭାରତୀୟ କ୍ରୀଡା ଅର୍ଥନୀତିକୁ ମଜବୁତ କରିଛି । ତେବେ ଆପଣ ଜାଣିଲେ ଆଶ୍ଚର୍ଯ ହେବ ଏହି ଧନୀ ଲିଗର ଟାଇଟଲ ସ୍ପନ୍ସର (ମୁଖ୍ୟ ପ୍ରାୟୋଜକ)ଠାରୁ ହିଁ ମିଳିଥାଏ ସର୍ବାଧିକ ଟଙ୍କା । ଯାହାକୁ ବିସିସିଆଇ ଲିଗର ଲୋଗ ଉପରେ ସ୍ଥାନ ଦେଇଥାଏ ଓ ଟ୍ରଫିରେ ଲଗାଇଥାଏ । ପ୍ରଥମ ସଂସ୍କରଣରେ 40 କୋଟିରୁ ଏହି ବ୍ୟବସାୟ ଆରମ୍ଭ କରଥିବା ଭାରତୀୟ ବୋର୍ଡ ଏହାକୁ ଏବେ 440 କୋଟିରେ ପହଞ୍ଚାଇଲାଣି । ଅର୍ଥାତ ଗୋଟିଏ ବର୍ଷ ପାଇଁ ଟାଇଟଲ ସ୍ପସନର ହେବାକୁ ସମ୍ପୃକ୍ତ କମ୍ପାମୀ 440 କୋଟି ଟଙ୍କା ବିସିସିଆକୁ ଦେବାକୁ ବାଧ୍ୟ ହୋଇଥିାଏ ।

ତେବେ ନଜର ପକାନ୍ତୁ କେଉଁ ସିଜିନରେ କେଉଁ କମ୍ପାନୀ ମୁଖ୍ୟ ପ୍ରାୟୋଜକ ହେବାକୁ କେତେ ଟଙ୍କା ପ୍ରଦାନ କରିଛି ...

  • 1. ଡିଏଲଏଫ (2008-2012)
ଆଇପିଏଲ ମୁଖ୍ୟ ପ୍ରାୟୋଜକ: 40 କୋଟିରୁ 440 କୋଟିର ବ୍ୟବସାୟ

ଭାରତର ଅଗ୍ରଣୀ ରିଅଲ୍ ଇଷ୍ଟେଟ୍ ଡେଭଲପର ଡିଏଲଏଫ (DLF) ଲିମିଟେଡ୍ ଇଣ୍ଡିଆନ୍ ପ୍ରିମିୟର ଲିଗର ଉଦ୍ଘାଟନୀ ସଂସ୍କରଣରେ ପ୍ରାୟୋଜକ ଅଧିକାର ହାତେଇଥିଲା । 2008ରେ, କମ୍ପାନୀ ସର୍ବାଧିକ 200 କୋଟି ଟଙ୍କାରେ 5 ବର୍ଷିଆ ଚୁକ୍ତି କରିଥିଲା । ଯାହା ବର୍ଷକୁ ଆଇପିଏଲ ମୁଖ୍ୟ ପ୍ରାୟୋଜକ ହେବା ପାଇଁ 40 କୋଟି ଟଙ୍କା ପ୍ରଦାନ କରୁଥିଲା ।

ଯଦିଓ ଅନେକ ଏହି ଡିଲକୁ ଅତ୍ୟଧିକ ବୋଲି କହୁଥିଲେ । ମାତ୍ର ଏହି ରିଅଲ୍ ଇଷ୍ଟେଟ୍ କମ୍ପାନୀ ଆଇପିଏଲର ମୁଖ୍ୟ ପ୍ରାୟୋଜକ ହୋଇ ଅନେକ ଲାଭ ହାସଲ କରିଥିଲା । ପ୍ରାରମ୍ଭିକ ବର୍ଷରେ DLF ପ୍ରାୟ ଆଇପିଏଲର ଆୟ ସହ ସମକକ୍ଷ ହୋଇ ପାରିଥିଲା । ଅନ୍ୟପଟେ ଆଇପିଏଲର ଲୋକପ୍ରିୟତା ଅଧାରରେ ଦେଶ ତଥା ବିଦେଶରେ ଡିଏଲଏଫ ନିଜକୁ ଏକ ବିଶ୍ୱସ୍ତ ବ୍ରାଣ୍ଡ ଭାବରେ ପରିଚିତ କରାଇ ପାରିଥିଲା । ପରେ 2012ରେ କମ୍ପାନୀ ଚୁକ୍ତିରୁ ଓହରି ଯିବାକୁ ଚାହିଁଥିଲା । ମାତ୍ର ସେତେବେଳେକୁ ଆଇପିଏଲର ମୁଖ୍ୟ ପ୍ରାୟୋଜକ ପାଇଁ ଶତାଧିକ କମ୍ପାନୀଙ୍କ ଲମ୍ବା ଲାଇନ ବିସିସିଆଇ ଦ୍ବାରରେ ଲାଗିଥିଲା ।

  • 2. ପେପସି (2013-2015)
ଆଇପିଏଲ ମୁଖ୍ୟ ପ୍ରାୟୋଜକ: 40 କୋଟିରୁ 440 କୋଟିର ବ୍ୟବସାୟ

ଡିଏଲଏଫ ପରେ ମୃଦୁ ପାନୀୟ ପେପ୍ସୀ 2013ରେ ଆଇପିଏଲ୍ ଟାଇଟଲ୍ ପ୍ରାୟୋଜକ ବନିଥିଲା। ନିଲାମି ପ୍ରକ୍ରିୟାରେ 396 କୋଟି ଟଙ୍କାରେ 5 ବର୍ଷିଆ ଚୁକ୍ତି କରିଥିଲା ପେପସି । ଅର୍ଥାତ ବର୍ଷକୁ 79.2 କୋଟି ଟଙ୍କା ଆଇପିଏଲର ମୁଖ୍ୟ ପ୍ରାୟୋଜକ ହେବା ପାଇଁ ଭରୁ ଥିଲା କମ୍ପାନୀ । ତେବେ ରିଅଲ୍ ଇଷ୍ଟେଟ୍ କମ୍ପାନୀ ଦେଇଥିବା ଅର୍ଥର ପ୍ରାୟ ଦୁଇଗୁଣ ପ୍ରଦାନ କରି ପେପସି ବନିଲା ଆଫଏଲର 2ୟ ପ୍ରାୟୋଜକ ।

ତେବେ ପେପସି ଆଇପିଏଲ୍ ସହିତ ଏହାର ପ୍ରାୟୋଜକ ହୋଇ ବ୍ୟବାସାୟ ପାଇଁ ଉଚ୍ଚ ଆଶା ରଖିଥିଲା । ମାତ୍ର 2015ରେ ଆଇପିଏଲ ସ୍ପଟ ଫିକ୍ସିଂ ପାଇଁ କମ୍ପାନୀ ଦୁଇ ବର୍ଷ ପୂର୍ବରୁ ଚୁକ୍ତିରୁ ଓହରି ଗଲା । 2015ରେ ଆଇପିଏଲର ପ୍ରମୁଖ ଅଧିକାରୀମାନେ ଏହି କାର୍ଯ୍ୟକଳାପରେ ସାମିଲ ଥିବାରୁ ଦୁର୍ନୀତିକୁ ଭୟ କରି ପଛକୁ ଫେରିବାକୁ ନିଷ୍ପତ୍ତି ନେଲା ପେପସି ।

  • 3. ଭିଭୋ (2016-2017)
ଆଇପିଏଲ ମୁଖ୍ୟ ପ୍ରାୟୋଜକ: 40 କୋଟିରୁ 440 କୋଟିର ବ୍ୟବସାୟ

ଚାଇନିଜ୍ ମୋବାଇଲ୍ କମ୍ପାନୀ ଭିଭୋ 2016ରେ ହାଇ-ପ୍ରୋଫାଇଲ୍ ଇଣ୍ଡିଆନ୍ ପ୍ରିମିୟର ଲିଗର ଟାଇଟଲ୍ ପ୍ରଯୋଜକ ଭାବରେ ପେପସିର ସ୍ଥାନ ଅଧିକାର କଲା । ଯାହା ଏକ ପରିବର୍ତ୍ତନ ସହ ପାଞ୍ଚ ବର୍ଷର ଚୁକ୍ତିରୁ ବଦଳରେ ଦୁଇ ବର୍ଷ ପାଇଁ ହୋଇଥିଲା । ଭିଭୋ ବିସିସିଆଇ ସହିତ ଦୁଇ ବର୍ଷ ଅବଧି (2016-2017) ପାଇଁ 200 କୋଟି ଟଙ୍କା ଅର୍ଥାତ ବର୍ଷକୁ 100 କୋଟି ଟଙ୍କାର ଚୁକ୍ତି ନାମା ସ୍ବାକ୍ଷର କଲା । ଯାହାକି ପେପସି ପ୍ରତିବର୍ଷ ଦେଉଥିବା ମୂଲ୍ୟରେ 25 ପ୍ରତିଶତ ବୃଦ୍ଧି ହୋଇଥିଲା ।

  • 4. ଭିଭୋ (2018-2019)
ଆଇପିଏଲ ମୁଖ୍ୟ ପ୍ରାୟୋଜକ: 40 କୋଟିରୁ 440 କୋଟିର ବ୍ୟବସାୟ

ତେବେ ଦୁଇ ବର୍ଷ ସଫଳ ସହବନ୍ଧିତା ପରେ ପୁନଃ ଚୁକ୍ତି ପାଇଁ ଆଗ୍ରହ ଦେଖାଇଥିଲା ଭିଭୋ । 2018ରେ 2,199 କୋଟି ଟଙ୍କା ବିଡ୍ ସହିତ ଆସନ୍ତା ପାଞ୍ଚ ବର୍ଷ ପାଇଁ ଟାଇଟଲ୍ ପ୍ରାୟୋଜକ ଭାବେ ଭିଭୋ ପୁନଃ ଚୁକ୍ତି ସ୍ବାକ୍ଷର କରିଥିଲା । ଚୁକ୍ତିନାମା ସହିତ, ବିସିସିଆଇକୁ ପ୍ରତିବର୍ଷ ପ୍ରାୟ 440 କୋଟି ଟଙ୍କା ଭିଭୋ ପ୍ରଦାନ କରୁଥିଲା ।

ଆଇପିଏଲ୍ ସହିତ ସହବନ୍ଧିତା ପ୍ରକୃତରେ ଭିଭୋ ପାଇଁ ଲାଭଦାୟକ ପ୍ରମାଣିତ ହୋଇଥିଲା । କାରଣ ଏହା ଭାରତରେ ଅନେକ ଲୋକପ୍ରିୟତା ଅର୍ଜନ କରି ପାରିଥିଲା । ମାତ୍ର ପୁନଃ ଦୁଇ ବର୍ଷ ପରେ ଭିଭୋକୁ ଆଇପିଏଲର 13ତମ ସଂସ୍କରଣ ଅର୍ଥାତ ଆଇପିଏଲ-2020 ପାଇଁ ଓହରିବାକୁ ପଡିଛି । କାରଣ ଗାଲୱାନ୍ ଘାଟିରେ ଭାରତ-ଚୀନ ସୀମା ବିବାଦ ପରେ ଦେଶରେ ଚାଇନା ସାମଗ୍ରୀର ବ୍ୟବହାରକୁ ତୀବ୍ର ବିରୋଧ କରାଯାଉଥିଲା । ଫଳରେ ଦେଶ ଏହି ଧନୀ ଲିଗର ମୁଖ ପ୍ରାୟୋଜକ ପାଇଁ ଭିଭୋ ଫୋନକୁ ବିରୋଧ କରାଗାଲା । ଶେଷରେ ଆଇପିଏଲ 2020 ଟାଇଟଲ୍ ପ୍ରାୟୋଜକରୁ ବାଦ୍ ପଡିଛି ଭିଭୋ ।

  • 5. ଡ୍ରିମ-11 (2020)
ଆଇପିଏଲ ମୁଖ୍ୟ ପ୍ରାୟୋଜକ: 40 କୋଟିରୁ 440 କୋଟିର ବ୍ୟବସାୟ

ଇଣ୍ଡିଆନ୍ ପ୍ରିମିୟର ଲିଗର 13 ତମ ସଂସ୍କରଣ ପାଇଁ ନୂତନ ଟାଇଟଲ୍ ପ୍ରଯୋଜକ ଡ୍ରିମ୍ 11 ହୋଇଛି । ଯାହା ଦୁଇ ଭାରତୀୟ ଉଦ୍ୟୋଗୀଙ୍କ ଦ୍ୱାରା ପ୍ରତିଷ୍ଠିତ । ଚାଇନିଜ ସ୍ମାର୍ଟଫୋନ୍ ଭିଭୋ ବିରୋଧରେ ଜନସାଧାରଣଙ୍କ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଚଳିତ ବର୍ଷର ଟାଇଟଲ୍ ପ୍ରାୟୋଜକ ପାଇଁ ଚୁକ୍ତିନାମା ଡ୍ରିମ-11 କରିଛି ।

ଏହି ଫାଣ୍ଟାସି କ୍ରିକେଟ ପ୍ଲାଟଫର୍ମ ବାଇଜୁ ଓ ଅନଏକାଡେମୀ ପରି କମ୍ପାନୀଗୁଡିକ ପଛରେ ପକାଇ ବିଡ୍ ଜିତିଥିଲା । ତେବେ ଟାଇଟଲ୍ ପ୍ରାୟୋଜକ ପାଇଁ ଡ୍ରିମ-11 ବିସିସିଆଇକୁ ଚଳିତ ବର୍ଷ 222 କୋଟି ଦେବ । ଯାହା ପୂର୍ବ ଟାଇଟଲ୍ ପ୍ରାୟୋଜକ ଠାରୁ 217.80 କୋଟି ଟଙ୍କା କମ୍ । ଯଦିଓ ଡ୍ରିମ୍ 11 ତିନି ବର୍ଷ ପାଇଁ ଏହି ଚୁକ୍ତି ସ୍ବାକ୍ଷର କରିଛି । ମାତ୍ର ଆସନ୍ତା ବର୍ଷ ଟାଇଟଲ ସ୍ପନସର ପାଇଁ ଭିଭୋର ନିଷ୍ପତି ପରେ ହିଁ ଡ୍ରିମ-11କୁ ସୁଯୋଗ ମିଳିବ । ଯଦି ଭିଭୋ ଟାଇଟଲ୍ ପ୍ରଯୋଜକ ଭାବରେନ ଫେରେ, ତେବେ ଡ୍ରିମ-11 2022 ସଂସ୍କରଣ ପର୍ଯ୍ୟନ୍ତ ଟାଇଟଲ୍ ଅଧିକାର ବଜାୟ ରଖିବ । ତେବେ ଡ୍ରିମ୍ 11ର ବିଡ୍ ବ୍ରେକ୍ ଅପ୍ ହେଉଛି: ପ୍ରଥମ ବର୍ଷ ପାଇଁ 222 କୋଟି, ଦୁଇ ବର୍ଷ ପାଇଁ 240 କୋଟି ଏବଂ ତିନି ବର୍ଷ ପାଇଁ 240 କୋଟି, ହାରାହାରି 234 କୋଟି ଟଙ୍କା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 14, 2020, 7:46 AM IST

ABOUT THE AUTHOR

...view details