ଓଡିଶା

odisha

By

Published : Sep 18, 2020, 7:09 AM IST

ETV Bharat / sports

ଭାରତ ବାହାରେ ଆଇପିଏଲ

ଆଇପିଏଲର ଇତିହାସରୁ ଏମିତି କିଛି ଜଣା ଅଜଣା ତଥ୍ୟକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା ‘‘ ଆଇପିଏଲ କିଛି ଜଣା କିଛି ଅଜଣା’’ । ଆଜିର ଏହି ଉସ୍ଥାପନାରେ ଦେଖବା ଭାରତ ବାହାରେ ଆଇପିଏଲ । ପୂର୍ବରୁ ଆଇପିଏଲର ଦୁଇଟି ସଂସ୍କରଣ ଭାରତ ବାହାରେ ଖେଳାଯାଇଥିଲା ।

ଆଇପିଏଲ କିଛି ଜଣା କିଛି ଅଜଣା’
ଆଇପିଏଲ କିଛି ଜଣା କିଛି ଅଜଣା’

ହାଇଦ୍ରାବାଦ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ବହୁ ପ୍ରତିକ୍ଷିତ 13 ତମ ସିଜନ୍ ଚଳିତ ବର୍ଷ ସେପ୍ଟେମ୍ବରରୁ 19 ନଭେମ୍ବର 10 ମଧ୍ୟରେ ଖେଳାଯିବାକୁ ସ୍ଥିର ହୋଇଛି । ପଡୋଶୀ ଦେଶ ୟୁଏଇରେ ଖେଳାଯିବ ଚଳିତ ବର୍ଷର ଆଇପିଏଲ । କୋଭିଡ ମହାମାରୀ ପାଇଁ ଚଳିତ ବର୍ଷ ଦେଶ ବାହାରେ ଆଇପିଏଲ ଆୟୋଜନ ପାଇଁ ସମସ୍ତ ସଜବାସ ହୋଇସାରିଛି । ତେବେ ଆପଣ ଜାଣିଛନ୍ତି କି ଆଇପିଏଲର ଆଉ କେଉଁ କେଉଁ ସଂସ୍କରଣ ବିଦେଶମାଟିରେ ଖେଳାଯାଇଛି ଏବଂ ଏହାର ଫଳାଫଳ କଣ ରହିଛି ?

ଆଇପିଏଲ କିଛି ଜଣା କିଛି ଅଜଣା

ଆଇପିଏଲର ଇତିହାସରୁ ଏମିତି କିଛି ଜଣା ଅଜଣା ତଥ୍ୟକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା ‘‘ ଆଇପିଏଲ କିଛି ଜଣା କିଛି ଅଜଣା’’ । ଆଜିର ଏହି ଉସ୍ଥାପନାରେ ଦେଖବା ଭାରତ ବାହାରେ ଆଇପିଏଲ । ପୂର୍ବରୁ ଆଇପିଏଲର ଦୁଇଟି ସଂସ୍କରଣ ଭାରତ ବାହାରେ ଖେଳାଯାଇଥିଲା । ତେବେ ନଜର ପକାନ୍ତୁ, କେଉଁ ବର୍ଷ ବିଦେଶମାଟିରେ ଖେଳାଯାଇଥିଲା ଆଇପିଏଲ ଏବଂ କଣ ରହିଥିଲା ଏହାର ଫଳାଫଳ...

  • ଆଇପିଏଲ୍ 2009

2008ରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଫଟାଫଟ କ୍ରିକେଟର ଏହି ଘରୋଇ ଲିଗ ଡେବ୍ୟୁ ହୋଇଥିଲା । ଯାହା ସାର ବିଶ୍ବରେ ଆଦୃତ ହେବା ସହ କ୍ରିକେଟପ୍ରେମୀଙ୍କ ମନରେ ଏକ ଛାପ ଛାଡିଯାଇଥିଲା । ତେବେ ପର ବର୍ଷ ପୁଣି ଥରେ ଏହି ଲିଗର ଆୟୋଜନ ପାଇଁ ଭାରତୀୟ କ୍ରିକେଟ ବୋର୍ଡ ଯୋଜନା ବାନ୍ଧିଥିଲା । ମାତ୍ର ଦେଶରେ ସାଧାରଣ ନିର୍ବାଚନ ମାହୋଲ ଥିବାରୁ ଏହା ଅସମ୍ଭ ହୋଇପଡିଥିଲା । ଶେଷରେ ବାଧ୍ୟ ହୋଇ ବିସିସିଆଇ ଏହି ଧନୀ ଲିଗକୁ ବିଦେଶ ମାଟିରେ ଆୟୋଜନ କରିବାକୁ ସ୍ଥିର କରିଥିଲା । ଦେଶରେ ସାଧାରଣ ନିର୍ବାଚନ ଓ ସେହି ବର୍ଷ ଶ୍ରୀଲଙ୍କା କ୍ରିକେଟ ଦଳ ଉପରକୁ ଆକ୍ରମଣ ପରେ ଦେଶରେ ମଧ୍ୟ ଖେଳାଳିଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତେଣୁ ବୋର୍ଡ ବିଦେଶ ମାଟିକୁ ଯାଇ ପ୍ରଥମ ଥର ଲିଗ ଆୟୋଜନ କରିବାକୁ ଯୋଜନା ବାନ୍ଧିଥିଲା ।

ଦକ୍ଷିଣ ଆଫ୍ରିକାରେ ଆଇପିଏଲ ଆୟୋଜନ ହେବା ପାଇଁ ସ୍ଥିର କରାଗଲା । ଦକ୍ଷିଣ ଆଫ୍ରିକାର 8ଟି ଭେନ୍ୟୁରେ ଏହାକୁ ଆୟୋଜନ କରାଗଲା । ତେବେ ଏହି ଭେନ୍ୟୁ ଗୁଡିକ ହେଲା-

  • କିଙ୍ଗ୍ସମେଡ- 17ଟି ମ୍ୟାଚ
  • ସୁପରସାଉଥ ପାର୍କ-12ଟି ମ୍ୟାଚ
  • ନ୍ୟୁ ୱାଣ୍ଡର ଷ୍ଟାଡିୟମ- 8ଟି ମ୍ୟାଚ
  • ନ୍ୟୁ ଲାଣ୍ଡ- 8ଟି ମ୍ୟାଚ
  • ଏସଟି ଜିଓର୍ଜ ପାର୍କ- 7ଟି ମ୍ୟାଚ
  • ବୁଫାଲୋ ପାର୍କ- 4ଟି ମ୍ୟାଚ
  • ଡି ବିଅର୍ୟ ଓଭାଲ- 3ଟି ମ୍ୟାଚ
  • ଆଉଟ ସ୍ବୋରାନ୍ସ ଓଭାଲ- 2ଟି ମ୍ୟାଚ

ତେବେ ଏହି ସଂସ୍କରଣ ଆୟୋଜନ ପାଇଁ ଦକ୍ଷିଣ ଆଫ୍ରିକାର ଅର୍ଥନୀତିରେ ବିସିସିଆଇ 100 କୋଟି ଆମେରିକୀୟ ଡଲାର ଯୋଡିଥିଲା । ଯାହା ଫଳରେ ବୋର୍ଡ ଅନେକ କ୍ଷତି ସହିଥିଲା । ତେବେ ଏହି ସଂସ୍କରଣରେ ଡେକାନ ଚାର୍ଜସ ଚମ୍ପିଆନ ହୋଇଥିଲା ଓ ରୟାଲଚାଲେଞ୍ଜର୍ସ ବାଙ୍ଗଲୋର ରନର୍ସଅପ ହୋଇଥିଲା ।

ଆଇପିଏଲ କିଛି ଜଣା କିଛି ଅଜଣା’
  • 2. ଆଇପିଏଲ୍ 2014
    ଆଇପିଏଲ କିଛି ଜଣା କିଛି ଅଜଣା’

ପୁଣିଥରେ ବୋର୍ଡକୁ ଆଇପିଏଲ୍ ପାଇଁ ଭାରତରୁ ବାହାରକୁ ଯିବାକୁ ପଡିଥିଲା । 5 ବର୍ଷ ପରେ 2014 ରେ ଦେଶରେ ପୁଣି ଥରେ ସାଧାରଣ ନିର୍ବାଚନ ପାଇଁ ବିଦେଶ ମାଟିରେ ଆଇପିଏଲ ଆୟୋଜନ ହୋଇଥିଲା । ତେବେ ପୂର୍ବଥର ଅନେତ କ୍ଷତି ସହିବା ପରେ ଏଥର ବୋର୍ଡ ୟୁଏଇରେ ଆଇପିଏଲ ଆୟୋଜନ ପାଇଁ ଯୋଜନା ବାନ୍ଧିଲା । 16 ଏପ୍ରିଲରୁ 1 ଜୁନ ପର୍ଯ୍ୟନ୍ତ ୟୁଏଇର 3ଟି ଷ୍ଟାଡିୟମରେ ଏହି ଧନୀ ଲିଗ ଆୟୋଜନ ହୋଇଥିଲା । ୟୁଏଇର ଦୁବାଇ, ଆବୁଧାବି ଓ ଶାରଜାକୁ ଭେନ୍ୟୁ କରାଗଲା । ଏହି ସଂସ୍କରଣରେ କୋଲକତା ନାଇଟ ରାଇଡର୍ସ ଚମ୍ପିଆନ ହୋଇଥିଲା ।

ଆଇପିଏଲ କିଛି ଜଣା କିଛି ଅଜଣା’
  • 3. ଆଇପିଏଲ 2020

ତେବେ କୋଭିଡ ମହାମାରୀ ପାଇଁ ଚଳିତ ବର୍ଷ ପୁଣି ଥରେ ୟୁଏଇରେ ଆଇପିଏଲ ଅନୁଷ୍ଠିତ ହେବାକୁ ଯାଉଛି । ଦେଖିବାକୁ ବାକି ରହିଲା ଚଳିତଥର କିଏ ଚମ୍ପିଆନ ବନୁଛି ଓ ଲିଗରୁ କେତେ ଲାଭ ଉଠାଉଛି ବିସିସିଆଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details