ଓଡିଶା

odisha

ETV Bharat / sports

ଆଜି ଆସିବ ଆଇପିଏଲ କାର୍ଯ୍ୟସୂଚୀ

ଆଶା ଆଶଙ୍କା ମଧ୍ୟରେ ରହିଥିବା ଆଇପିଏଲର 13 ତମ ସଂସ୍କରଣର କାର୍ଯ୍ୟସୂଚୀ ଶୁକ୍ରବାର ଆସିବା ନେଇ କହିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଅଧିକ ପଢ଼ନ୍ତୁ...

By

Published : Sep 4, 2020, 11:32 AM IST

IPL schedule, IPL schedule to be released, BCCI president Saurav Ganguly, Saurav Ganguly, UAE, ଆଇପିଏଲ କାର୍ଯ୍ୟସୂଚୀ, ଆଇପିଏଲର 13 ତମ ସଂସ୍କରଣ, ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି
ଆଜି ଆସିବ ଆଇପିଏଲ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ:ଶୁକ୍ରବାର ଆସିବ ବହୁ ପ୍ରତିକ୍ଷିତ ଇଣ୍ଡିଆନ ପ୍ରିମୟର ଲିଗ (IPL)ର ମ୍ୟାଚ କାର୍ଯ୍ୟସୂଚୀ । ଏନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି ।

‘ଆମେ ଭାବୁଛୁ ଯେ କାର୍ଯ୍ୟସୂଚୀରେ ଅନେକ ବିଳମ୍ବ ହୋଇଛି । ସୂଚୀ ପ୍ରାୟତଃ ନିର୍ଦ୍ଧାରିତ ହୋଇ ସାରିଛି ଓ ଶୁକ୍ରବାର ଏହା ଘୋଷଣା ହେବ,’ବୋଲି ଗାଙ୍ଗୁଲି ଏକ ଟିଭି କାର୍ଯ୍ୟକ୍ରମରେ କହିଛନ୍ତି । ଓପନିଙ୍ଗ ମ୍ୟାଚ୍‌ ଗତବର୍ଷ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ରନର୍ସ ଅପ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ସେପ୍ଟେମ୍ବର 19 ତାରିଖରେ ଖେଳାଯିବା ନେଇ ସୂଚନା ରହିଛି ।

ବୁଧବାର ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ କହିଛନ୍ତି ଯେ, ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ହିଁ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଆଇପିଏଲର 13ତମ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍ସର 13 ଜଣ ସଦସ୍ୟ କୋରୋନା ପଜିଟିଭ ହେବା ପରେ ମ୍ୟାଚ ତାରିଖ ନେଇ ଆଶଙ୍କା ପ୍ରକାଶ ପାଇଥିଲା । ତେବେ ବର୍ତ୍ତମାନ ସିଏସକେର ସମସ୍ତ ଖେଳାଳି ଓ ସହକାରୀ ସଦସ୍ୟଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି ଓ ସେମାନେ ଶୁକ୍ରବାର ଠାରୁ ଅଭ୍ୟାସ ଆରମ୍ଭ କରିବୋ ବୋଲି ଜଣାପଡ଼ିଛି । ଯାହାପରେ ମ୍ୟାଚକୁ ନେଇ ଲାଗି ରହିଥିବା ଆଶା ଆଶଙ୍କା ସମାପ୍ତ ହୋଇଛି ।

ଧୁମାଲ କହିଛନ୍ତି ଯେ, ୟୁଏଇରେ ସବୁ ଠିକ ଅଛି, ଏବଂ ଯୋଜନା ଅସୁସାରେ ହିଁ ସମସ୍ତ କାର୍ଯ୍ୟକ୍ରମ ହେବ । 56 ମ୍ୟାଚ ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟ ୟୁଏଇର ତିନୋଟି ସ୍ଥାନରେ ଖେଳାଯିବ । ସେଗୁଡ଼ିକ ହେଲା ଆବୁ ଧାବି, ଦୁବାଇ ଓ ଶାରଜାହ ।

@IANS

ABOUT THE AUTHOR

...view details