ଓଡିଶା

odisha

By

Published : Aug 28, 2020, 10:18 AM IST

ETV Bharat / sports

ଦୁବାଇରେ 'ୟୁନିଭର୍ସ ବସ' କ୍ରିସ ଗେଲ

କିଙ୍ଗ୍ସ ଏକାଦଶ ପଞ୍ଜାବର ଧୁରନ୍ଧର ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଗୁରୁବାର ଦିନ ଦୁବାଇରେ ପହଞ୍ଚିଛନ୍ତି । ନିଜର ଟ୍ବିଟରରେ ଏନେଇ ଏକ ପୋଷ୍ଟ ଟ୍ବିଟ କରିଛନ୍ତି ।

IPL in UAE
IPL in UAE

ଦୁବାଇ: କିଙ୍ଗ୍ସ ଏକାଦଶ ପଞ୍ଜାବର ଧୁରନ୍ଧର ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଗୁରୁବାର ଦିନ ଦୁବାଇରେ ପହଞ୍ଚିଛନ୍ତି । ନିଜର ଟ୍ବିଟରରେ ଏନେଇ ଏକ ପୋଷ୍ଟ ଟ୍ବିଟ କରିଛନ୍ତି । ତେବେ ବିସିସିଆଇର କୋଭିଡ ପ୍ରୋଟୋକଲ ଅନୁସାରେ ଗେଲ 6 ଦିନ ପାଇଁ କ୍ବାରେଣ୍ଟାଇନରେ ରହିବେ । ଏହାପରେ ପଞ୍ଜାବ ଦଳ ସହ ଅଭ୍ୟାସ କରିବେ ।

ସୂଚନାଥାଉକି, ଉସେନ ବୋଲ୍ଟଙ୍କ ଜନ୍ମଦିନ ପାର୍ଟିରେ ଉପସ୍ଥିତ ଥିଲେ ଇଣ୍ଡିଜର ଏହି ବ୍ୟାଟ୍ସମ୍ୟାନ । ବୋଲ୍ଟଙ୍କ ପଜିଟିଭ ରିପୋର୍ଟ ଆସିବା ପରେ ଗେଲ ନିଜର ଟେଷ୍ଟ କରାଇଥିଲେ । ତାଙ୍କର ରିପୋର୍ଟ ନେଗେଟିଭ ଆସିବା ପରେ ସେ ୟୁଏଇ ଅଭିମୁଖେ ଉଡାଣ ଭରିଥିଲେ ।

ସୂଚନାଥାଉକି, ଆଇପିଏଲ 2020 ସେପ୍ଟେମ୍ବର 19ରେ ୟୁଏଇରେ ଆରମ୍ଭ ହେବ ।

ABOUT THE AUTHOR

...view details