ଓଡିଶା

odisha

By

Published : Sep 10, 2020, 7:01 AM IST

Updated : Sep 10, 2020, 7:43 AM IST

ETV Bharat / sports

ଆଇପିଏଲ ଇତିହାସ: ବିବାଦରୁ ବିତ୍ତଶାଳୀ ଲିଗ୍‌ର ଆରମ୍ଭ, ଆଉ ଏବେ ବି...

ଆଇପିଏଲ ଇତିହାସରୁ କିଛି ଜଣା ଅଜଣା ଘଟଣାବଳୀକୁ ନେଇ ‘ଇଟିଭି ଭାରତ’ ର ସ୍ବତନ୍ତ୍ର ଉପସ୍ଥାପନା ‘ଆଇପିଏଲ କିଛି ଜଣା କିଛି ଅଜଣା’ ।

ଆଇପିଏଲ କିଛି ଜଣା କିଛି ଅଜଣା
ଆଇପିଏଲ କିଛି ଜଣା କିଛି ଅଜଣା

ହାଇଦ୍ରାବାଦ: ଭାରତୀୟ କ୍ରିକେଟର ବିତ୍ତଶାଳୀ ଲିଗ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) । ବିସିସିଆଇ ରାଜକୋଷର କୁବେର ଓ ଭାରତ ସରକାରଙ୍କୁ କ୍ରୀଡା କ୍ଷେତ୍ରରୁ ମିଳୁଥିବା ସର୍ବାଧିକ କର ଦାତା ହେଉଛି ଆଇପିଏଲ । ତେବେ ଆଇପିଏଲ ଇତିହାସରୁ କିଛି ଜଣା ଅଜଣା ଘଟଣାବଳୀକୁ ନେଇ ‘ଇଟିଭି ଭାରତ’ର ସ୍ବତନ୍ତ୍ର ଉପସ୍ଥାପନା ‘ଆଇପିଏଲ କିଛି ଜଣା କିଛି ଅଜଣା’

ଆଜିର ଏହି ଉପସ୍ଥାପନାରେ ଆଇପିଏଲର ଇତିହାସ ଉପରେ ନଜର ପକାଇବା... ଆଇପିଏଲର ଆରମ୍ଭ, ଆଇପିଏଲର ପରିଚାଳନା ପରିଷଦ ଓ ଆଇପିଏଲର ଫର୍ମାଟ ଇତ୍ୟାଦି...

ଆଇପିଏଲ କିଛି ଜଣା କିଛି ଅଜଣା
  • ଆଇପିଏଲ ଇତିହାସ-

ଏହି ଧନୀ ଲିଗର ଆରମ୍ଭ ବି ଏକ ବିବାଦ ମଧ୍ୟରୁ ହୋଇଥିଲା । ପୂର୍ବରୁ ଆଇପିଏଲର କୌଣସି ଢାଞ୍ଚା ଗଠନ ହୋଇନଥିଲା । ଭାରତରେ ଏକ ଘରୋଇ କ୍ରିକେଟ ଲିଗରୁ ଏହାର ମୂଳଦୁଆ ପଡିଥିବା ଚର୍ଚ୍ଚା ହୁଏ । ଇଣ୍ଡିଆନ କ୍ରିକେଟ ଲିଗ (ଆଇସିଏଲ) ନାମକ ଏକ ଘରୋଇ ଲିଗ 2007ରେ ଭାରତରେ ସ୍ଥାପନ ହୋଇଥିଲା । ଯାହାକି ‘ଜୀ ଇଣ୍ଟରଟେନମେଣ୍ଟ ଇଣ୍ଟରପ୍ରାଇସେସ’ ସଂସ୍ଥା ଦ୍ବାରା ଗଠିତ ହୋଇଥିଲା । ମାତ୍ର ଏହାକୁ ଭାରୀତୀୟ କ୍ରିକେଟ ବୋର୍ଡ (ବିସିସିଆଇ) କିମ୍ବା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସ୍ବୀକୃତି ଦେଇନଥିଲା । ଫଳରେ ବିସିସିଆଇ ନାଖୁସ ରହିବା ସହିତ ଏଥିପ୍ରତି କଠୋର ମନୋଭାବ ପୋଷଣ କରୁଥିଲା । ଆଉ ଏଇଠୁ ଆରମ୍ଭ ହୋଇଥିଲା ବିବାବର ପ୍ରଥମ ସୋପାନ । ଆଇସିଏଲକୁ ରୋକିବା ପାଇଁ ବିସିସିଆଇ ଅନେକ ଯୋଜନା କରିଥିଲା । ଘରୋଇ କ୍ରିକେଟର ପୁରସ୍କାର ରାଶିକୁ ଦୁଇ ଗୁଣିତ କରିଥିଲା । ଏପରି ଆଇସିଏଲର ଯୋଗ ଦେଉଥିବା ଭାରତୀୟ ଖେଳାଳିଙ୍କୁ ବିସିସିଆଇ ଆଜୀବନ ବ୍ୟାନ କରୁଥିଲା ।

ଆଇପିଏଲ କିଛି ଜଣା କିଛି ଅଜଣା

ପରେ 2007 ସେପ୍ଟେମ୍ବର 13 ତାରିଖରେ ଏକ ଫ୍ରାଞ୍ଚାଇଜ ସ୍ତରୀୟ ଘରୋଇ ଟି-20 କ୍ରିକେଟ ଲିଗ ନେଇ ଘୋଷଣା କଲା ବିସିସିଆଇ । ଯାହାର ନାମ ରଖାଗଲା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) । ତେବେ ଏହି ଘରୋଇ ଟୁର୍ଣ୍ଣାମେଣ୍ଟ ଘୋଷଣା ହେବାର ଆଗାମୀ ବର୍ଷ ଅର୍ଥାତ 2008 ଏପ୍ରିଲରେ ଅନୁଷ୍ଠିତ ହେବା ନେଇ ଯୋଜନା ବାନ୍ଧିଲା ବିସିସିଆଇ । ତେବେ ଦିଲ୍ଲୀରେ ଏକ ମେଗା ଇଭେଣ୍ଟ ସହ ମୂଳଦୁଆ ପଡିଲା ଏହି ଧନୀ କ୍ରିକେଟର ଲିଗର । ତତ୍କାଳୀନ ବିସିସିଆଇ ସଭାପତି ଲଳିତ ମୋଦୀଙ୍କୁ ଆଇପିଏଲର ମାଷ୍ଟାରମାଇଣ୍ଡ ଭାବେ ପରିଗଣିତ କରାଗଲା । ଯେଉଁଠାରେ ସେ ଏକ ପରିଚାଳନା ପରିଷଦ ବୈଠକ ଗଠନ କଲେ ଯାହା ବିସିସିଆଇ ଅଧିନରେ ରହିବା ସହିତ ଏହାକୁ 7 ଜଣିଆ ଏକ କମିଟି ପରିଚାଳନା କଲା । ତେବେ ଏହା ଭିତରେ ଆଇପିଏଲର ଢାଞ୍ଚା ନେଇ ଅନେକ ବିବାଦ ସାମ୍ନାକୁ ଆସିଲା । ବ୍ୟାନ ହୋଇଥିବା ଆସିଏଲର ଢାଞ୍ଚାକୁ ଆପଣାଇ ବୋର୍ଡ ଅର୍ଥ ରୋଜଗାର ଏକ ମାଧ୍ୟମ ଆପଣାଇଛି ବୋଲି ଚର୍ଚ୍ଚା । ମାତ୍ର ଏହାକୁ ଦୃଢ ଭାବେ ଖଣ୍ଡନ କରିବା ସହିତ ଆଇପିଏଲ ନେଇ ଦୀର୍ଘ ଦୁଇ ବର୍ଷ ଧରି ବିସିସିଆଇ ଯୋଜନା କରୁଥିଲା ବୋଲି ସଭାପତି ଲଳିତ ମୋଦୀ ଦାବି ରଖିଥିଲେ ।

ଆଇପିଏଲ କିଛି ଜଣା କିଛି ଅଜଣା

ତେବେ ସବୁ ବିବାଦର ଅନ୍ତ ପରେ 2008 ଜାନୁୟାରୀ 24 ତାରିଖରେ ବସିଥିଲା ଆଇପିଏଲର ପ୍ରଥମ ନିଲାମି ବୈଠକ ବା ଆଇପିଏଲ ଅକ୍ସନ । ଯେଉଁଠି ପୁରା ଟୁର୍ଣ୍ଣାମେଣ୍ଟର ବଜେଟ ଆକଳନ 2937 ଲକ୍ଷ କୋଟି ଟଙ୍କା ହୋଇଥିଲା । ଯେଉଁଠାରେ 8 ଟି ଫ୍ରାଞ୍ଚାଇଜ ଘୋଷଣା କରାଗଲା ଏବଂ ପ୍ରତି ଫ୍ରାଞ୍ଚାଇଜ ପାଇଁ 4800 କୋଟି ଟଙ୍କା ବଜେଟ ସ୍ଥିର କରାଗଲା । ଏପରି ଭାବେ ଆଇପିଏଲ ଏକ ବିତ୍ତଶାଳୀ ଲିଗ ଭାବେ ପରିଗଣିତ ହେଲା । ବିସିସିଆଇ କହିବା ଅନୁସାରେ 2015ରେ ଭାରତ ସରାକାରଙ୍କୁ ଦେଇଥିବା କର 1150 କୋଟି ଟଙ୍କା ଜିଡିପି ଅଭିବୃଦ୍ଧିର ଅନ୍ୟ ଏକ କାରଣ ଅଟେ । ସେହିପରି ଭାବେ 2014 ଆଇପିଏଲକୁ ବିଶ୍ବର ସର୍ବଶ୍ରେଷ୍ଠ ଲୋକପ୍ରିୟ ଘୋରଇ କ୍ରିକେଟ ଲିଗ ଭାବେ ଘୋଷଣା କରାଯାଇଥିଲା । ତେବେ 2008ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲର 12ଟି ସଂସ୍କରଣ ଖେଳ ସରିଛି । ଚଳିତ ବର୍ଷ କୋରୋନା ମହାମାରୀ ପାଇଁ ଆଇପିଏଲକୁ ପଡୋଶୀ ଦେଶ ୟୁଏଇକୁ ସ୍ଥାନାନ୍ତର କରିଛି ବିସିସିଆଇ ।

ଆଇପିଏଲ କିଛି ଜଣା କିଛି ଅଜଣା
  • ଆଇପିଏଲ ଫ୍ରାଞ୍ଚାଇଜ-

ଏହି ଧନୀ ଲିଗରେ ବର୍ତ୍ତମାନ ସିଜିନ ପାଇଁ 8ଟି ଫ୍ରାଞ୍ଚାଇଜ ଭାଗ ନେଉଛନ୍ତି । ଆରମ୍ଭ ସଂସ୍କରଣରେ ମଧ୍ୟ 8ଟି ଫ୍ରାଞ୍ଚାଇଜ ରହିଥିଲେ । ମାତ୍ର 2010ରେ ସଂସ୍କରଣ ପାଇଁ ନୂଆ ଦୁଇଟି ଫ୍ରାଞ୍ଚାଇଜ ପୁନେ ୱାରିଅର୍ସ ଓ କୋଚି ଟିମକୁ ଯୋଡିଥିଲା ବିସିସିଆଇ । ଯେଉଁମାନେ 2011ରେ ଆଇପିଏଲର 4ର୍ଥ ସଂସ୍କରଣ ପାଇଁ ଖେଳିଥିଲେ । ମାତ୍ର ଏହାର ଠିକ୍‌ ପର ବର୍ଷ ଉକ୍ତ ଦୁଇଟ ଫ୍ରାଞ୍ଚାଇଜକୁ ଲିଗରୁ ବାଦ ଦେଇଥିଲା ବୋର୍ଡ । ସେହିପରି 2012 ସଂସ୍କରଣ ପାଇଁ ଡେକାନ ଚାର୍ଜର୍ସ ବଦଳରେ ସନରାଇଜର୍ସ ହାଇଦ୍ରାବାଦ ନାମକ ଏକ ନୂଆ ଫ୍ରାଞ୍ଜାଇଜ ଲିଗକୁ ଏଣ୍ଟ୍ରୀ ମାରିଲା । ଅନ୍ୟପଟେ 2015ରେ ମ୍ୟାଚ ଫିକ୍ସଂ ପାଇଁ ଚେନ୍ନଇ ସୁପରକିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସକୁ ଟୁର୍ଣ୍ଣାମେଣ୍ଟରୁ ବ୍ୟାନ କରାଗଲା । ତାଙ୍କ ବଦଳରେ ଦୁଇ ନୂଆ ଫ୍ରାଞ୍ଚାଇଜ ରାଇଜିଂ ପୁନେ ସୁପର ଜିଆଣ୍ଟ ଓ ଗୁଜୁରାଟ ଲାଇନ୍ସ ନାମ ଦୁଇଟି ଫ୍ରାଞ୍ଚାଇଜ ଟୁର୍ଣ୍ଣାମେଣ୍ଟରେ ଯୋଡି ହେଲା ।

ଆଇପିଏଲ କିଛି ଜଣା କିଛି ଅଜଣା
  • ଆଇପିଏଲ ଫର୍ମାଟ-

ତେବେ ଏହି ବିତ୍ତଶାଳୀ ଲିଗ ବର୍ତ୍ତମାନ ସୁଦ୍ଧା 8ଟି ଫ୍ରାଞ୍ଚାଇଜକୁ ନେଇ ‘ରାଉଣ୍ଡ-ରିବନ’ ଫର୍ମାଟରେ ଆୟୋଜନ ହେଉଛି । 4ଟି ଘରୋଇ ମ୍ୟାଚ ଓ 4ଟି ଅତଥି ଦଳ ଭାବେ ମ୍ୟାଚ ଖେଳୁଛନ୍ତି ପ୍ରତିଟି ଫ୍ରାଞ୍ଚାଇଜ । ତେବେ ଲିଗ ପର୍ଯ୍ୟାୟ ମ୍ୟାଚ ପରେ ପଏଣ୍ଟ ଟେବୁଲର ପ୍ରଥମ 4ଟି ଦଳ ପ୍ଲେ-ଅଫ ଖେଳିବା ପାଇଁ ବିବେଚିତ ହୁଅନ୍ତି । ସେଥିମଧ୍ୟରୁ ପ୍ରଥମ ଦୁଇ ଦଳ ପ୍ରଥମ କ୍ବାଲିଫାୟର ଖେଳନ୍ତି । ଏହି ମ୍ୟାଚର ବିଜେତା ସିଧାସଳଖ ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥାଏ ଏବଂ ପରାଜିତ ଦଳକୁ 2ୟ କ୍ବାଲିଫାୟର ପାଇଁ ଅପେକ୍ଷା କରିବାକୁ ପଡେ । ସେହିପରି ଟେବୁଲର 3ୟ ଓ 4ର୍ଥ ସ୍ଥାନର ଥିବା ଦଳ ଏଲିମିନେଟର ମ୍ୟାଚ ଖେଳନ୍ତି । ଏହି ମ୍ୟାଚର ବିଜେତା ପୁଣି ଥରେ ପ୍ରଥମ କ୍ବାଲିଫାୟର ପରାଜିତ ଦଳ ସହ ଫାଇନାଲ ପାଇଁ ମୁକାବିଲା କରିଥାଏ । ଶେଷରେ ମ୍ୟାଚରେ ବିଜେତା ଦଳ ଫାଇନାଲକୁ ଉତ୍ତୀର୍ଣ୍ଣ ହୁଏ । ତେବେ ମୁଖ୍ୟତ ଆଇପିଏଲର ଫାଇନାଲ ମ୍ୟାଚ ରବିବାର ଅନୁଷ୍ଠିତ ହୁଏ । ମାତ୍ର ଚଳିତଥର ବ୍ୟତିକ୍ରମ ହୋଇ ମଙ୍ଗଳବାର ଅନୁଷ୍ଠିତ ହେବାକୁ ଯାଉଛି ।

ଆଇପିଏଲ କିଛି ଜଣା କିଛି ଅଜଣା
  • ଆଇପିଏଲ ପୁରସ୍କାର ରାଶି-

ଗତ ସଂସ୍କରଣ ପାଇଁ ଆପିଏଲ ପୁରସ୍କାର ରାଶି 50 କୋଟି ଧାର୍ଯ୍ୟ ହୋଇଥିଲା । ଯେଉଁଠି ଟୁର୍ଣ୍ଣାମେଣ୍ଟ ଚମ୍ପିଆନ ଦଳକୁ 20 କୋଟି ରନର୍ସ-ଅପ୍ ଦଳକୁ 12.5 କୋଟି ଓ ଟୁର୍ଣ୍ଣାମେଣ୍ଟର 3ୟ ଓ 4ର୍ଥ ଦଳକୁ 4.375 କୋଟି ପୁରସ୍କାରର ରାଶି ବାବଦକୁ ପ୍ରଦାନ କରାଯାଇଥିଲା । ତେବେ ଆଇପିଏଲ ନିୟମ ଅନୁଯାୟୀ ଦଳକୁ ପ୍ରାପ୍ତ ହୋଇଥିବା ପୁରସ୍କାର ରାଶିର ଅଧାକୁ ଖେଳାଳିଙ୍କ ମଧ୍ୟରେ ବଣ୍ଟାଏ ଯାଏ । ବର୍ତ୍ତମାନ ଆଇପିଏଲର ଡିଫେଣ୍ଡିଂ ଚମ୍ପିଆନ ରହିଛି ମୁମ୍ବାଇ ଇଣ୍ଡିଆନ୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 10, 2020, 7:43 AM IST

ABOUT THE AUTHOR

...view details